ଭୁବନେଶ୍ୱର ,୨୭/୦୭/୨୦୧୯(ଓଡ଼ିଶା ସମାଚାର)-ଗତ ୨୪, ୨୫ ଓ ୨୬ ତାରିଖ ତିନି ଦିନ ଧରି କୋରିଆନ ଓ ଆର୍ନ୍ତଜାତୀୟ ରେଡକ୍ରସର ଉଚ୍ଚ ପଦସ୍ତ କର୍ମଚାରୀ ଯଥା ସୁମିନ ପାର୍କ ଓ ଝିୟୁଙ୍ଗ ୟ୍ୟୁନ୍, କିମ ଡଙ୍ଗୟ୍ୟୁନ୍, ଭାରତୀୟ ରେଡକ୍ରସ ନୂଆଦିଲ୍ଲୀର ଅଧିକାରୀ ହୃଶିକେଶ ହରିଚନ୍ଦନ, ଅଜିତ ସିଂହ ଓ ମିନୁ ବାଲ୍ଲି ଓ ଭାରତୀୟ ରେଡକ୍ରସ ଓଡିଶା ରାଜ୍ୟ ଶାଖାର ଜଳ, ପରିମଳ ପ୍ରକଳ୍ପର ସଂଯୋଜକ ଅରୁଣ ରାୟ, ନ୍ୟାୟ ମିତ୍ର ଚନ୍ଦନ ମହାନ୍ତି, ଜୁନିୟର ରେଡକ୍ରସ ଅଧିକାରୀ ଶ୍ରୀ ଲକ୍ଷ୍ମଣ ସ୍ୱାଇଁ ଏବଂ ଅନ୍ୟ ଅଧିକାରୀ ମାନେ ନୟାଗଡ ଓ ଗଂଜାମ ଜିଲ୍ଲାର ଅପହଂଚ ଇଲାକାର ଦଶପଲ୍ଲା ଓ ଖଲ୍ଲିକୋଟର ବିଭିନ୍ନ ବିଦ୍ୟାଳୟ ଓ ଗୋଷ୍ଠି ପରିଦର୍ଶନ କରି ସେଠାକାର ଜଳ ପରିମଳ ଓ ସ୍ୱଚ୍ଛତା ଅନୁଧ୍ୟାନ କରିଥିଲେ । ଭାରତୀୟ ରେଡକ୍ରସ ଓ କୋରିଆନ ରେଡକ୍ରସ ର ମିଳିତ ଉଦ୍ୟମ ଫଳରେ ଜଳ, ପରିମଳ ଓ ବ୍ୟକ୍ତିଗତ ସ୍ୱଚ୍ଛତା କ୍ଷେତ୍ରରେ ହୋଇଥିବା ପରିବର୍ତନ ସଂପର୍କରେ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ଓ ସ୍ଥାନିୟ ଲୋକମାନଙ୍କୁ ପଚାରିବୁଝିଥିଲେ । ଏହାପରେ ବିଦ୍ୟାଳୟ ଓ ଗୋଷ୍ଠି ସ୍ତରରେ ଅତ୍ୟନ୍ତ ଆବଶ୍ୟକ ହେଉଥିବା ଶୈାଚାଳୟ, ପାନୀୟ ଜଳ, ପାଣି ଟାଙ୍କି, ହାତ ଧୋଇବା ବେସିନ ଇତ୍ୟାଦି ନିମନ୍ତେ ସହାୟତା ଦେବାକୁ କଥା ଦେଇଥିଲେ ।
ସକାଳ ସମୟରେ ଓଡିଶା ରେଡକ୍ରସ ରାଜ୍ୟ ଶାଖାର ଅବୈତନିକ ସଚିବ ମେଜର ଡଃ କଳ୍ପନା ଦାସଙ୍କ ସଭାପତିତ୍ୱରେ ଏବଂ ଅବୈତନିକ ଯୁଗ୍ମ ସଚିବ ଶ୍ରୀଯୁକ୍ତ ଦୁର୍ଗା ଶଙ୍କର ଷଡଙ୍ଗୀଙ୍କ ସଂପାଦନାରେ ପ୍ରକଳ୍ପରେ ଆବଶ୍ୟକ ହେଉଥିବା କେତେକ ଗୁରୁତ୍ୱପୁର୍ଣ୍ଣ ବିଷୟରେ ବିଷଦ ଭାବରେ ଆଲୋଚନା କରିଥିଲେ । ଏଥିରେ ଜଳ, ପରିମଳ ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆଗକୁ ବହୁ ସହଯୋଗ କରିବା ନିମନ୍ତେ ଅବଦାନ ନିମନ୍ତେ କୋରିଆନ ରେଡକ୍ରସର ପ୍ରତିନିଧି ବୃନ୍ଦ ସେମାନଙ୍କର ମତାମତ ଦେଇଥିଲେ । ଓଡ଼ିଶା ସମାଚାର
Home / ବିଶେଷ / ଓଡିଶା ରେଡକ୍ରସର ଜଳ, ପରିମଳ, ସ୍ୱଚ୍ଛତା ପ୍ରକଳ୍ପ କାର୍ଯ୍ୟକୁ କୋରିଆନ ଓ ଆର୍ନ୍ତଜାତୀୟ ରେଡକ୍ରସର ପ୍ରଶଂସା