Tuesday , October 26 2021
Breaking News
Home / ବିଶେଷ / ଆହ୍ୱାନ କମ୍ବାଇନ୍ସ ଦ୍ୱାରା ଗ୍ରୀଷ୍ମକାଳୀନ ସ୍ୱଚ୍ଛଭାରତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଆହ୍ୱାନ କମ୍ବାଇନ୍ସ ଦ୍ୱାରା ଗ୍ରୀଷ୍ମକାଳୀନ ସ୍ୱଚ୍ଛଭାରତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ପାରାଦ୍ୱୀପ ୨୭/୦୭/୨୦୧୯(ଓଡ଼ିଶା ସମାଚାର / ଦୀପକ କୁମାର ଦାସ)- ଭାରତ ସରକାରଙ୍କ ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମ ଅନ୍ତର୍ଗତ ଲୋକଙ୍କ ମଧ୍ୟରେ ସ୍ୱଚ୍ଛତା ସମ୍ପର୍କରେ ଇଣ୍ଟର୍ଣ୍ଣସିପ୍ ଜୁନ୍ ମାସ ୧୦ ତାରିଖରୁ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ  ପାରାଦ୍ୱୀପ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆହ୍ୱାନ କମ୍ବାଇନ୍ସ ପାରାଦ୍ୱୀପ  ଗଡ ଗ୍ରାମକୁ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କରି ବିଭିନ୍ନ ସ୍ୱଚ୍ଛତା ସମ୍ବନ୍ଧୀୟ ସଚ୍ଚେତନତା, ଗ୍ରାମ ସଫେଇ, ନାଳ ଓ ପୋଖରୀ ସଫେଇ କରିବା ସହ ପ୍ଳାଷ୍ଟିକ ଓ ପଲିଥିନ୍ ମୁକ୍ତ ଗ୍ରାମ କରିବାକୁ ପ୍ରଚେଷ୍ଟା ଜାରିରଖିଛି । ଏହି କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଶୁକ୍ରବାର ଦିନ ରଙ୍ଗିଆଗଡ ଗ୍ରାମ ସ୍ଥିତ ଜଟାଧାରୀ ଉପ୍ରା ବିଦ୍ୟାଳୟର ଛାତ୍ରଛାତ୍ର୍ରୀ  ମାନଙ୍କୁ ନେଇ ଏକ ସ୍ୱଚ୍ଛଭାରତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୧୫୦ରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ  ମାନେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ଏକ ସଚେତନତା ରାଲିରେ ହାତରେ ସଚ୍ଚେତନତା ବାର୍ତା ଧରି ଗ୍ରାମ  ମଧ୍ୟରେ ଛାତ୍ରଛାତ୍ରୀମାନେ ପରିକ୍ରମା କରିଥିଲେ । ପରେ ଗ୍ରାମ ଓ ସ୍କୁଲ ପରିସରରେ ସଫେଇ କରାଯିବା ସହ ବୃକ୍ଷରୋପଣ, ପରିଛନ୍ନତା ଓ ପ୍ଳାଷ୍ଟିକର କୁପରିଣାମ ସମ୍ପର୍କରେ ସଚ୍ଚେତନା କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଆହ୍ୱାନ କମ୍ବାଇନ୍ସର ସଭାପତି ପ୍ରଦୀପ କୁମାର ମହାପାତ୍ର, ସଂପାଦକ ପ୍ରଭାସ ଚନ୍ଦ୍ର ସ୍ୱାଇଁ,  ଉପସଭାପତି ନିଳାପୁ ସିମାଚଳମ, ସହ ସମ୍ପାଦକ ସତ୍ୟନାରାୟଣ ସ୍ୱାଇଁ ଓ ସଭ୍ୟ ପ୍ରଜ୍ଞାସିନୀ ଜେନା, ରୁଦ୍ରମାଧବ ପଣ୍ଡା, ସୌମ୍ୟରଞ୍ଜନ ବିଶ୍ୱାଳ, ତ୍ରିଭୁବନ ପ୍ରଧାନ, ରାକେଶ ଚନ୍ଦ୍ର ଓଝା ପ୍ରମୁଖ ସଫଳ ଭାବେ ଏହି କାର୍ଯ୍ୟକ୍ରମକୁ ସମ୍ପାଦନ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ସାତଭାୟା ମନ୍ଦିର ପରିସରରେ ମିଶନଶକ୍ତି ଗୃହ ନିର୍ମାଣକୁ ମହିଳାଙ୍କ ବିରୋଧ

କେନ୍ଦ୍ରାପଡ଼ା, ୨୫/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ରାଜନଗର ବ୍ଲକ ଅନ୍ତର୍ଗତ ସାତଭାୟା ପଂଚାୟତର ପଂଚୁବରାହୀଙ୍କ ମନ୍ଦିର ପରିସରରେ ଜନଗହଳି ସ୍ଥାନରେ …

Leave a Reply

Your email address will not be published. Required fields are marked *