ଭୁବନେଶ୍ୱର,୨୬/୦୭/୨୦୧୯(ଓଡ଼ିଶା ସମାଚାର)-ଇଡକୋ ଦ୍ୱାରା ସାଲେପୁର ଟାଙ୍ଗୀ ବ୍ଲକରେ ଦୁଇଗୋଟି ଶିଳ୍ପାଂଚଳ ଯଥା- ଚୌଦ୍ୱାର ଶିଳ୍ପାଂଚଳରେ ୪୧୧.୯୯୦ ଏକର ଓ ଜଗତପୁର ନିୟୁ ଶିଳ୍ପାଂଚଳରେ ୩୪୩.୧୯୦ ଏକର ଶିଳ୍ପାଂଚଳ ପ୍ରତିଷ୍ଠା କରାଯାଇଛି । ଚୌଦ୍ୱାର ଶିଳ୍ପାଂଚଳରେ ୧୧୨ଗୋଟି ଶିଳ୍ପ ସଂସ୍ଥାକୁ ୧୯୫.୭୩୭ ଏକର ଓ ଜଗତ୍ପୁର ନିୟୁ ଶିଳ୍ପାଂଚଳରେ ୬୨୦ ଗୋଟି ଶିଳ୍ପସଂସ୍ଥାକୁ ୨୪୦.୦୩୪ ଏକର ଜମି ଶିଳ୍ପ ପ୍ରତିଷ୍ଠା ପାଇଁ ଯୋଗାଇ ଦିଆଯାଇଛି ବୋଲି ସାଲେପୁର ବିଧାୟକ ଶ୍ରୀ ପ୍ରଶାନ୍ତ ବେହେରାଙ୍କ ବିଧାନସଭାରେ ଆଗତ ଲିଖିତ ପ୍ରଶ୍ନ ସଂଖ୍ୟା ୨୨୨୨ ରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ବିଧାନସଭାରେ ଉତର ପ୍ରଦାନ କରିଛନ୍ତି । ଓଡ଼ିଶା ସମାଚାର