Sunday , October 1 2023
Home / ବିଶେଷ / ସାବିତ୍ରୀ ଅଗ୍ରୱାଲାଙ୍କ ଶପଥ ଗ୍ରହଣ

ସାବିତ୍ରୀ ଅଗ୍ରୱାଲାଙ୍କ ଶପଥ ଗ୍ରହଣ

ଭୁବନେଶ୍ୱର,୨୬/୦୭/୨୦୧୯(ଓଡ଼ିଶା ସମାଚାର)- ପାଟକୁରା ବିଧାୟିକା ଭାବେ ନିର୍ବାଚିତ ହେବା ପରେ ସାବିତ୍ରୀ ଅଗ୍ରୱାଲା ଶପଥ ଗ୍ରହଣ କରିଛନ୍ତି । ଗତ ୨୦ ତାରିଖରେ ବହୁ ଚର୍ଚ୍ଚିତ ପାଟକୁରା ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଓ ଗତ ୨୪ ତାରିଖରେ ଭୋଟ ଗଣତି କରାଯାଇଥିଲା । ବିଜେଡ଼ି ଦଳର ପ୍ରାର୍ଥିନୀ ସାବ୍ରିୀ ଅଗ୍ରୱାଲା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ଦଳର ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ଠାରୁ ୧୭ ହଜାରରୁ ଅଧିକ ଭୋଟରେ ବିଜୟ ଲାଭ କରି ନିର୍ବାଚତ ହୋଇଥିଲେ । ପାଟକୁରା ର ପୂର୍ବତନ ବିଧାୟକ ବେଦପ୍ରକାଶ ଅଗ୍ରୱାଲାଙ୍କ ଦେହାନ୍ତ ଯୋଗୁ ନିର୍ବାଚନ ସ୍ଥଗିତ ରଖାଯାଇଥିଲା । ପରେ ବେଦପ୍ରକାଶ ଙ୍କ ସ୍ଥାନରେ ତାଙ୍କ ପତ୍ନୀ ସାବିତ୍ରୀଙ୍କୁ ବିଜେଡ଼ି ପକ୍ଷରୁ ଟିକେଟ ମିଳିଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *