Thursday , February 2 2023
Breaking News
Home / ରାଜନୀତି / ପାଟକୁରା ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା

ପାଟକୁରା ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା

ପାଟକୁରା ୨୬/୦୭/୨୦୧୯(ଓଡ଼ିଶା ସମାଚାର)- ପାଟକୁରା ବିଧାନସଭା ନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥିନୀ ସାବିତ୍ରୀ ଅଗ୍ରୱାଲଙ୍କ ବିଜୟକୁ ନେଇ ପାଟକୁରା ବିଜେଡି ପକ୍ଷରୁ କର୍ମକର୍ତାମାନେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି । ପାଟକୁରାର ବିକାଶ ପାଇଁ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରି ଜନସାଧାରଣ ଦଳୀୟ ପ୍ରୀର୍ଥୀ ସାବିତ୍ରୀ ଅଗ୍ରୱଲଙ୍କୁ ଅଧିକ ଭୋଟ ବ୍ୟଧାନରେ ନିର୍ବାଚିତ କରିଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ପାଟକୁରା ବିଜେଡି ପକ୍ଷରୁ କୃତଜ୍ଞତା ଜଣାଇବା ସହିତ ଗରଦପୁର ବ୍ଲକରେ ଦଳୀୟ ପର୍ଯ୍ୟବେକ୍ଷକ ଭାବରେ କାର୍ଯ୍ୟ କରିଥିବା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ,ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର, ମନ୍ତ୍ରୀ ସୁଶାନ୍ତ ସିଂ, ବେଡାରୀ ପଂଚାୟତରେ ପର୍ଯ୍ୟବେକ୍ଷକ ଭାବରେ ଥିବା ବିଧାୟକ ପ୍ରିତୀ ରଞ୍ଜନ ଘଡେଇ, ପାଟକୁରା ପଂଚାୟତର ଦାଇତ୍ୱରେ ଥିବା ପର୍ଯ୍ୟବେକ୍ଷକ ବିଧାୟକ ଅଶୋକ କୁମାର ବଳ ଓ ଅନ୍ୟ ପଂଚାୟତମାନଙ୍କରେ ପର୍ଯ୍ୟବେକ୍ଷକ ଭାବରେ କାର୍ଯ୍ୟକରିଥିବା ସମସ୍ତ ବିଧାୟକମାନଙ୍କୁ କୃତଜ୍ଞତା ଜଣାଇଛନ୍ତି । ପାଟକୁରା ବିଜେଡି ପକ୍ଷରୁ ଯୁବବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ରାଜେଶ ଦାସ,ଗରଦପୁର ବ୍ଲକର ବିଜେଡି ସଭାପତି ଶୈଳେନ୍ଦ୍ର କୁମାର ମହାନ୍ତି,ରାଜ୍ୟ ମହିଳା ବିଜେଡି ପକ୍ଷରୁ କାର୍ଯ୍ୟକାରିଣୀ ସଦସ୍ୟା କନକଲତା କଣ୍ଠ,ମମତା ମଲିକ୍,ସୁଜାତା ରାଉତ,ପାଟକୁରା ସରପଂଚଞ୍ଚ ସୂର୍ଯ୍ୟମଣୀ ସେଠୀ,ରବିନ୍ଦ୍ରନାଥ ବାରିକ୍,ପ୍ରକାଶ ସାହୁ,ରାଜ୍ୟ ବିଜେଡି ନେତା ଦୀପ୍ତିକାନ୍ତ ପରିଜା,ଛାତ୍ରବିଜେଡିର ରାଜ୍ୟ ଉପ-ସଭାପତି ରାକେଶ ମହାପାତ୍ର,ଆଲୋକ ମହାଳି,ସନ୍ତୋଷ ମହାଳି,ଗରଦପୁର ବ୍ଳକର ପୂର୍ବତନ ଅଧ୍ୟକ୍ଷ ବାସୁଦେବ ବେହେରା,ଗରଦପୁର ବ୍ଲକର ଅଧ୍ୟକ୍ଷା ସ୍ୱର୍ଣ୍ଣପ୍ରଭା ସେଠୀ,ଯୁବ ନେତା ଜୟ ପ୍ରକାଶ ବାରିକ୍,ଦିଲ୍ଲିପ କୁମାର ସେଠୀ,ରଶ୍ମିରଞ୍ଜନ ନାୟକ,ପୂର୍ଣ୍ଣଜିତ୍ ବରାଳ,ପ୍ରମୁଖ ମୂଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇବା ସହିତ ପାଟକୁରାର ନବ ନିର୍ବାଚିତ ବିଧାୟିକା ସାବିତ୍ରୀ ଅଗ୍ରୱାଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.