Wednesday , October 4 2023
Breaking News
Home / କୃଷି / ଆବଶ୍ୟକ ପରିମାଣର ବର୍ଷା ନାହିଁ – ସଫେଇ ନ ହେବାରୁ କେନାଲରେ ପାଣି ଯାଉନି

ଆବଶ୍ୟକ ପରିମାଣର ବର୍ଷା ନାହିଁ – ସଫେଇ ନ ହେବାରୁ କେନାଲରେ ପାଣି ଯାଉନି

ଚାଷ ଜମି ଫାଟି ଆଁ ଚିନ୍ତାରେ ଚାଷୀ
ସାଲେପୁର,୨୬/୦୭/୨୦୧୯ (ଓଡ଼ିଶା ସମାଚାର/ଅଭୟ ଜେନା): କଟକ ଜିଲ୍ଲାର ସାଲେପୁର ଏକ କୃଷି ବହୁଳ ଅଂଚଳ ଏଠାରେ ୯୦ ଭାଗ ଲୋକ ଚାଷ ଉପରେ ନିର୍ଭର କରିଥାନ୍ତି । ଚଳିତ ଖରିଫ୍ ଋତୁରେ ବର୍ଷା ଅଭାବ ସହିତ ମୁଖ୍ୟ କେନାଲରୁ ବାହାରିଥିବା ଶାଖା କେନାଲ ଗୁଡ଼ିକ ସଫେଇ ହୋଇ ନଥିବାରୁ କେନାଲର ଶେଷମୁଣ୍ଡ ଯାଏ ପାଣି ଯାଉନାହିଁ । ପ୍ରଚଣ୍ଡ ରୈାଦ୍ର ତାପରେ ଚାଷ ଜମି ଶୁଖି ଆଁ କଲାଣି ଚାଷୀମାନେ ଚିନ୍ତାରେ ମୁଣ୍ଡରେ ହାତଦେଇ ବସିଲେଣି । ବର୍ତମାନ ଶ୍ରାବଣମାସ ଶ୍ରାବଣକୁ ଧାରାଶ୍ରାବଣ କୁହାଯାଏ । କାରଣ ଏହି ମାସରେ ସବୁବେଳେ ବର୍ଷା ଧାରା ଲାଗିରହିଥାଏ । ଚଳିତ ଶ୍ରାବଣ ମାସରେ ବର୍ଷା ଉଭାନ ହୋଇଯାଇଛି । ତେବେ ଗତକାଲି ର ବର୍ଷା ସାମାନ୍ୟ ଆସ୍ୱସ୍ତି ଆଣିଦେଇଛି । ଏହି ବର୍ଷା ଦୁଇ ତିନି ଦିନ ଲାଗିରହିଲେ ଚାଷୀ ଚାଷ କାର୍ଯ୍ୟ ଆଗେଇ ନେବେ । ଜଳ ସଂପଦ ବିଭାଗର ବେପରୁଆ ନିତି କୃଷି ବିଭାଗର ଅଣଦେଖା ଭାବ ଚାଷୀମାନଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ହୋଇଛି । ଅପରପକ୍ଷେ କୃଷିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା ପରେ ଯୋଜନା କରିଚାଲିଛନ୍ତି । କୋଟି କୋଟି ଟଙ୍କା ବ୍ୟୟ ବରାଦ ହେଉଛି ମାତ୍ର ସଠିକ୍ ଭାବେ ଯୋଜନା କାର୍ଯ୍ୟକାରୀ ହେଉନଥିବାରୁ ହିତାଧିକାରୀ (ଚାଷୀ) ସେହି ସୁବିଧାରୁ ବଂଚିତ ହେଉଥିବା ଅଭିଯୋଗ ହେଉଛି । ଚାଷୀମାନେ ଖରିଫ୍ ଚାଷପାଇଁ ସମବାୟ ବ୍ୟାଙ୍କ୍. ସୋସାଇଟି, ଏସ୍. ଏଚ୍.ଜି ଗ୍ରୁପ ଓ ହାତ ଉଧାରି ଋଣ ଆଣି ଚାଷରେ ଲଗାଇଛନ୍ତି । ମାତ୍ର ଚାଷର ଏଭଳି ଅବସ୍ଥା ଯୋଗୁ ଚାଷୀ ଆତ୍ମହତ୍ୟା ମନସ୍କ ହେବା ଅସମ୍ଭବ ନୁହେଁ ବୋଲି କୁହାଯାଉଛି । ସାଲେପୁର ବ୍ଲକ୍ ଅଧିନ ଓଡ଼ାସିଂହ ପଂଚାୟତର ଧନୁପଡ଼ା, ରାମକୃଷ୍ଣପୁର, ମହଣ , ଛାଣିପୁର, ପିକୋଳ, ବାରିଗୋଳ, ରାଇସୁଙ୍ଗୁଡ଼ା, ବାଲିସାହି, ଶିଶୁଆ ସମେତ ସାଲେପୁର ବ୍ଲକ୍ ର ୨୦ରୁ ଉଦ୍ଧ୍ୱର୍ ପଂଚାୟତରେ ଥିବା ଚାଷ ଜମିର ଅବସ୍ଥା ସମାନ । ପାଣି ଅଭାବରୁ ଜମି ଫାଟି ଆଁ ହୋଇଛି । ଫଳରେ ଚାଷୀମାନେ ହତାଶ ହୋଇପଡ଼ିଛନ୍ତି । ସାଲେପୁର କୃଷି ବିଭାଗ ପକ୍ଷରୁ ଯେଉଁ କଥା କୁହାଯାଉଛି ତାହା ଆଦୋ÷ ସନ୍ତୋଷ ଜନକ ନୁହେଁ ବୋଲି ଅଭିଯୋଗ ହୋଇଛି । ବାଲିସାହି ପଂଚାୟତର କେନ୍ଦ୍ରାପଡ଼ା କେନାଲରୁ କେଉଟ ସାହି ନିକଟରେ ବାହାରିଥିବା ଶାଖା କେନାଲକୁ ଏକାଧିକ ଲୋକ ଜଳ ସଂପଦ ବିଭାଗର ବିନା ଅନୁମତିରେ କେନାଲ ଉପରେ ସ୍ଲାବ ପୋଲ କରି କେନାଲ ଜଳ ଅବରୋଧ କରୁଥିôବା ଅଭିଯୋଗ ହେଉଛି । ଏହି ବିଷୟରେ ବାରମ୍ବାର ଗଣମାଧ୍ୟମରେ ପ୍ରକାଶ ପାଇଥିଲେ ମଧ୍ୟ ଜଳ ସଂପଦ ବିଭାଗ ଓ ରାଜସ୍ୱ ବିଭାଗ କ’ଣ ପାଇଁ ଚୁପ୍ ହୋଇଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଚାଷୀମାନଙ୍କ ହିତପାଇଁ ରାଜ୍ୟ ସରକାର ତୁରନ୍ତ ଦୃଷ୍ଟି ଦେଇ ଜଳସେଚନକୁ ବ୍ୟାପକ କରିଲେ କୃଷିର ଉନ୍ନତି ହୋଇପାରନ୍ତା ବୋଲି କୁହାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *