Saturday , October 16 2021
Breaking News
Home / ବିଶେଷ / ବର୍ଷେହେଲା କେନାଲ ଘାଇ ମରାମତି ହୋଇନି

ବର୍ଷେହେଲା କେନାଲ ଘାଇ ମରାମତି ହୋଇନି

ରଘୁନାଥପୁର, ୨୫/୦୭/୨୦୧୯(ଓଡ଼ିଶା ସମାଚାର)- ବର୍ଷେହେଲା ଜଳସମ୍ପଦ ବିଭାଗ କିଶନନଗର ସହକାରୀ ଯନ୍ତ୍ରୀଙ୍କ ଅଧିନରେ ଥିବା ତାଳଦଣ୍ଡା ମୁଖ୍ୟକେନାଲରୁ ବାହାରିଥିବା କଂଟୁଆରରୁ ଭୋଇସାହି ଯାଇଥିବା ୫ନଂ. କେନାଲର ହନୁମାନ ମନ୍ଦିର ନିକଟରେ ୨୦ଫୁଟ ଘାଇର ମରାମତି କରାଯାଇ ନାହିଁ । ଏହାକୁ ନେଇ ଚାଷୀମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ଗତବର୍ଷ (୨୦୧୮)ଜୁଲାଇ ୨୮ତାରିଖରେ ଏହି ଘାଇ ସୃଷ୍ଟି ହୋଇଥିଲା । ବାରମ୍ବାର ଅଭିଯୋଗ ସତ୍ୱେ ଅଦ୍ୟାବଧି ଏହାର ମରାମତି କରାଯାଇ ନାହିଁ । ତେଣୁ କେନାଲପାଣି ଏହି ଘାଇବାଟେ ବାହାରି ଯାଉଥିବାରୁ ତଳମୁଣ୍ଡକୁ ପହଂଚିପାରୁ ନାହିଁ । ଜଳସମ୍ପଦ ବିଭାଗର ସୋମପୁର ବିଭାଗୀୟ କନିଷ୍ଠଯନ୍ତ୍ରୀଙ୍କ ଦାୟିତ୍ୱହୀନତା ଏବଂ ଅପାରଗତା ଯୋଗୁଁ ଏହାର ମରାମତି ହୋଇପାରି ନ ଥିବା ଚାଷୀମାନେ ଅଭିଯୋଗ କରୁଛନ୍ତି । ତୁରନ୍ତ ଏହାର ମରାମତି କରା ନ ଗଲେ ଏବର୍ଷ ମଧ୍ୟ କେନାଲପାଣି ଶେଷମୁଣ୍ଡକୁ ପହଂଚିପାରିବ ନାହିଁ ଏବଂ ବହୁ ପରିମାଣର ଧାନଫସଲ ନଷ୍ଟହେବ ବୋଲି ଚାଷୀମାନେ କହୁଛନ୍ତି । ତେଣୁ ଜଗତସିଂହପୁର ଜିଲାପାଳ ତୁରନ୍ତ ଏଥିପ୍ରତି ଦୃଷ୍ଟିଦେଇ ବିଭାଗକୁ ଆବଶ୍ୟକ ନିର୍ଦେଶ ଦେବାକୁ ଚାଷୀମହଲରେ ଦାବି ହେଉଛି । ଓଡ଼ିଶା ସମାଚାର

About admin

Check Also

ଉତରପ୍ରଦେଶରେ “ହୁନର ହାଟ”ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

“ହୁନର ହାଟ”ସ୍ୱଦେଶୀ ସାମଗ୍ରୀକୁ ବଡ ବ୍ୟବସାୟିକ ପେଣ୍ଠସ୍ଥଳିରେ ପରିଣତ କରିବ- ଧର୍ମେନ୍ଦ୍ର ପ୍ରଧାନ ଉତରପ୍ରଦେଶ/ଭୁବନେଶ୍ୱର, ୧୬/୧୦/୨୦୨୧(ଓଡ଼ିଶା ସମାଚାର)-ସାରା ଭାରତବର୍ଷରେ ସ୍ୱଦେଶୀ …

Leave a Reply

Your email address will not be published. Required fields are marked *