Wednesday , October 20 2021
Breaking News
Home / ବିଶେଷ / କେନାଲବନ୍ଧରେ ୨୦ ଫୁଟର ଘାଇ

କେନାଲବନ୍ଧରେ ୨୦ ଫୁଟର ଘାଇ

ବିରିଡ଼ି,୨୫/୦୭/୨୦୧୯(ଓଡ଼ିଶା ସମାଚାର)- ବାଲିଆ ଜଳସେଚନ ସେକସନ ଅଧୀନରେ ଥିବା ୪ନଂ. କେନାଲରେ ଏପର୍ଯ୍ୟନ୍ତ ପାଣିର ଦେଖା ମିଳୁ ନ ଥିବା ବେଳେ ଅଳ୍ପ କିଛିପାଣି ଛଡା ଯିବା ମାତ୍ରେ କେନାଲବନ୍ଧର ନୂଆଢଣା ଠାରେ ୨୦ ଫୁଟର ବିରାଟ ଘାଇ ସୃଷ୍ଟି ହୋଇଛି । ଏହି କେନାଲବନ୍ଧର ପୁନରୁଦ୍ଧାର ଓ କେତେବେଳେ ମରାମତି ଆଳରେ ରାଜ୍ୟ ରାଜକୋଷରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି, କିନ୍ତୁ ପ୍ରକୃତରେ ଏଠାରେ କିପରି କାମ ହୋଇଛି, ଏହି ଘାଇରୁ ସ୍ପଷ୍ଟ ଜଣାପଡୁଛି । ତେଣୁ ବାଲିଆ ଜଳସେଚନ ବିଭାଗ ଦାୟିତ୍ୱରେ ଥିବା ଯନ୍ତ୍ରୀ ଓ କର୍ମଚାରୀଙ୍କ ପାରିବାପଣିଆ ପଦରେ ପଡିଯାଇଛି । ଘାଇ ହେବାପରେ ବାଲିବସ୍ତା ପକାଇ ଦିଆଯାଇଛି । ଗତ କିଛିଦିନ ହେଲା ନଦୀବନ୍ଧ ଓ ମାଛଗାଁ ମୁଖ୍ୟକେନାଲ ଉପରେ ବିଭାଗୀୟ ନିର୍ବାହୀଯନ୍ତ୍ରୀ, ଅଧୀକ୍ଷଣ ଯନ୍ତ୍ରୀ ଓ ମୁଖ୍ୟଯନ୍ତ୍ରୀ ପଇଁତରା ମାରିଥିଲେ । କିନ୍ତୁ ଦିନେ ହେଲେ ଶାଖା କେନାଲବନ୍ଧର ଅବସ୍ଥାର ସମୀକ୍ଷା କରିନାହାନ୍ତି କି କାର୍ଯ୍ୟର ତଦାରଖ କରିନାହାନ୍ତି । ତେଣୁ କେନାଲରେ ଏବେଠାରୁ ଘାଇ ସୃଷ୍ଟି ହେଲାଣି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ସମସ୍ୟା ରେ ଜର୍ଜରିତ କରଡ଼ା ପଞ୍ଚାୟତ : ଗ୍ରାମବାସୀଙ୍କ ସମସ୍ୟା ନ ସୁଧୁରିଲେ ଭୋଟ ବର୍ଜନ ନିଷ୍ପତି

ବାଲିଗୁଡା,୨୦/୧୦/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):ମୋବାଇଲ ଟାୱାର ନାହିଁ ତ ଭୋଟ ନାହିଁ, ଭୋଟ କଥା ପୁରାପୁରି ଭୁଲିଯାଅ ବୋଲି ଏବେଠାରୁ …

Leave a Reply

Your email address will not be published. Required fields are marked *