କେନ୍ଦ୍ରାପଡ଼ା, ୨୫/୦୭/୨୦୧୯(ଓଡ଼ିଶା ସମାଚାର)- ରାଜକନିକା ଥାନା ଅନ୍ତର୍ଗତ ଦେଉଳି ସମବାୟ ସମିତିରେ କୃଷିଋଣ ଓ କୃଷି ବୀମାରାଶି ଆତ୍ମସାତ କରାଯାଇଥିବା ଜିଲାପାଳଙ୍କ ଠାରେ ଅଭିଯୋଗ ହୋଇଛି । କୃଷିଋଣ କରି ନ ଥିବା କିମ୍ବା ସମବାୟ ବ୍ୟାଙ୍କରେ ଖାତା ଖୋଲି ନ ଥିବା ଲୋକଙ୍କ ନାମରେ ମିଥ୍ୟା କୃଷିଋଣ ଛାଡଅର୍ଥକୁ ଆତ୍ମସାତ କରାଯାଉଥିବା ମହିଳାମାନେ ଅଭିଯୋଗ କରିଛନ୍ତି । ଏନେଇ ବହୁ ମହିଳା ଜିଲାପାଳଙ୍କୁ ଭେଟି ଅଭିଯୋଗ କରିବା ସହ ଏହାର କ୍ରାଇମବ୍ରାଂଚ କିମ୍ବା ସିବିଆଇ ତଦନ୍ତ କରିବାକୁ ଦାବି କରିଛନ୍ତି । ସେହି ଗ୍ରାମର ରଶ୍ମିକାନ୍ତ ଜେନାଙ୍କ ନାମରେ କୃଷିଋଣ ଓ ପ୍ରଧାନମନ୍ତ୍ରୀ ଫସଲ ବୀମା କରାଯାଇ ଋଣଛାଡ ଓ ବୀମାଅର୍ଥକୁ ଆମô୍ସାତ କରାଯାଇଥିବା ଶ୍ରୀ ଜେନା ଅଭିଯୋଗ କରିଛନ୍ତି । ଏପରିକି ବହୁ ମୃତବ୍ୟକ୍ତିଙ୍କ ନାମରେ ଋଣ ଓ ବୀମା କରାଯାଇ ଅର୍ଥ ଆତ୍ମସାତ କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ଦେଉଳି ସମବାୟ ସମିତି ଅଧିକାରୀ ଓ ବ୍ୟାଙ୍କ ମ୍ୟାନେଜରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରଶ୍ମିକାନ୍ତ ଜେନାଙ୍କ ସମେତ ବହୁ ପୁରୁଷ ଓ ମହିଳାଚାଷୀ ଜିଲାପାଳଙ୍କ ଠାରେ ଦାବି କରିଛନ୍ତି । ଓଡ଼ିଶା ସମାଚାର