Tuesday , October 3 2023
Breaking News
Home / ସ୍ୱାସ୍ଥ୍ୟ / କାମ କରୁନି ଗାଁ କଲ୍ୟାଣ ସମିତି

କାମ କରୁନି ଗାଁ କଲ୍ୟାଣ ସମିତି

ପାଟକୁରା ୨୫/୭/୨୦୧୯(ଓଡ଼ିଶା ସମାଚାର)-  ସ୍ୱାସ୍ଥ୍ୟସେବାରେ ସୁଧାର ଆଣିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ‘ଗାଁ କଲ୍ୟାଣ ସମିତି’ ମାଧ୍ୟମରେ କୋଟି କୋଟି ଟଙ୍କା ବିନିଯୋଗ କରାଯାଉଛି । ଗ୍ରାମର ପରିବେଶକୁ ସ୍ୱଛ ରଖିବା ପାଇଁ ପ୍ରତ୍ୟେକ ଗାଁ କଲ୍ୟାଣ ସମିତିଗୁଡିକୁ ବର୍ଷକୁ ୧୦ ହଜାର ଟଙ୍କାର ଆର୍ଥିକ ଅନୁଦାନ ଯୋଗାଇ ଦିଆଯାଉଛି । କିନ୍ତୁ ଗରଦପୁର ବ୍ଲୂକ ଅଂଚଳରେ ଥିବା ପାଟକୁରା,ବେଡାରି ଓ ପଦ୍ମପୁର ଗ୍ରାମ ପଂଚାୟତମାନଙ୍କରେ ଏହି ଗାଁ କଲ୍ୟାଣ ସମିତି କେବଳ କାଗଜ କଲମରେ ଚାଲିଥିବାର ଅଭିଯୋଗ ହେଉଛି । ସମ୍ପୃକ୍ତ ଗ୍ରାମର ଅଙ୍ଗନୱାଡି କର୍ମୀ, ଆଶାକର୍ମୀ ଓ ଗ୍ରାମର ୱାର୍ଡ ସଭ୍ୟ/ସଭ୍ୟାମାନଙ୍କୁ ନେଇ ଗାଁ କଲ୍ୟାଣ ସମିତି ଗଠନ କରାଯାଇଥାଏ । ଏହି ଗାଁ କଲ୍ୟାଣ ସମିତି ଗ୍ରାମରେ ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥାକୁ ସଜାଡିବା ପାଇଁ ଦୃଷ୍ଟି ଦେବା ସହିତ ଆବଶ୍ୟକସ୍ଥଳେ ରୋଗୀମାନଙ୍କୁ ମେଡିକାଲକୁ ପଠାଇବାର ବ୍ୟବସ୍ଥା ମଧ୍ୟ କରିଥାଆନ୍ତି । ଏବେ ବର୍ଷା ରୁତୁ ଆସିଥିବାରୁ ଗ୍ରାମାଂଚଳର ବିଭିନ୍ନ ସ୍ଥାନଗୁଡିକ ଅପରିଷ୍କାର ଅପରିଛନ ଅବସ୍ଥାରେ ରହିଛି । କେତେକ ସ୍ଥାନରେ ବର୍ଷା ପାଣି ଜମି ରହୁଥଇବାରୁ ଗ୍ରାମରେ ମଶା ବଂଶ ବୃଦ୍ଧି ପାଇବାରେ ଲାଗିଛି । ମାତ୍ର ଏଥି ପ୍ରତି ଗାଁ କଲ୍ୟାଣ ସମିତିଗୁଡିକ ଦୃଷ୍ଟି ନ ଦେଇ ନିରବରେ ବସିଥିବାର ଅଭିଯୋଗ ହେଉଛି । ଏହି ସବୁ ପଂଚାୟତମାନଙ୍କରେ ରହିଥିବା ଗାଁ କଲ୍ୟାଣ ସମିତିଗୁଡିକ ବିଗତ ଦିନରେ କି ପ୍ରକାର କାର୍ଯ୍ୟ କରିଛି ଓ କେଉଁ ବାବଦରେ କେତେ ଅର୍ଥ ବିନିଯୋଗ କରିଛି ସେ ନେଇ ବିଭାଗୀୟ କର୍ତୃପକ୍ଷ ତଦନ୍ତ କରିବା ସହିତ ବର୍ଷା ଦିନରେ ଗ୍ରାମଗୁଡିକରେ ସ୍ୱାସ୍ୟ୍ଥ୍ର ସଚେତନତା ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି କରାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *