Saturday , October 16 2021
Breaking News
Home / ବିଶେଷ / ୮୮୫ ବର୍ଗ କିଲୋମିଟର ଜଙ୍ଗଲ ବଢ଼ିଛି

୮୮୫ ବର୍ଗ କିଲୋମିଟର ଜଙ୍ଗଲ ବଢ଼ିଛି

ଭୁବନେଶ୍ୱର, ୨୪/୦୭/୨୦୧୯(ଓଡ଼ିଶା ସମାଚାର)-  ଭାରତୀୟ ବନ ସର୍ବେକ୍ଷଣ ସଂସ୍ଥା ଦ୍ୱାରା ୨୦୧୭ ମସିହାରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଦେଶରେ ସର୍ବମୋଟ ୭ ଲକ୍ଷ ୮ ହଜାର ୨୭୩ ବର୍ଗ କିଲୋମିଟର ଜଙ୍ଗଲ ଆଚ୍ଛାଦିତ ଅଂଚଳ ରହିଛି । ତନ୍ମଧ୍ୟରୁ ଓଡ଼ିଶାରେ ମୋଟ ୫୧ ହଜାର ୩୪୫ କିଲୋମିଟର ଜଙ୍ଗଲ ଆଚ୍ଛାଦିତ ଅଞ୍ଚଳ ଅନ୍ତର୍ଭୁକ୍ତ ରହିଥିବା ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସୂଚନା ଦେଇଛନ୍ତି । ବିଧାନସଭାରେ ବିଧାୟକ ଭୂପିନ୍ଦର ସିଂହଙ୍କ ଏକ ପ୍ରଶ୍ନର ଉତର ଦେଇମନ୍ତ୍ରୀ କହିଲେ ୨୦୧୭ ମସିହା ରିପୋର୍ଟ ଅନୁଯାୟୀ, ଦେଶରେ ମୋଟ ୬ ହଜାର ୭୭୮ ବର୍ଗ କିଲୋମିଟର ଜଙ୍ଗଲ ଆଚ୍ଛାଦିତ ଅଞ୍ଚଳ ବଢ଼ିଛି ଏବଂ ଓଡ଼ିଶାରେ ୮୮୫ ବର୍ଗ କିଲୋମିଟର ଜଙ୍ଗଲ ଆଚ୍ଛାଦିତ ଅଞ୍ଚଳର ଅଭିବୃଦ୍ଧି ଘଟିଛି । ମୋଟ ଜଙ୍ଗଲ ଆଚ୍ଛାଦିତ ଅଞ୍ଚଳ ବୃଦ୍ଧିରେ ଓଡ଼ିଶାଠାରୁ କେବଳ କେରଳ, କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶ ଆଗରେ ଅଛନ୍ତି । ତେବେ ସଂସ୍ଥା ପକ୍ଷରୁ ପ୍ରତି ଦୁଇବର୍ଷରେ ଥରେ ଏହି ରିପୋର୍ଟ ପ୍ରକାଶ ପାଉଥିଲା ବେଳେ ୨୦୧୯ ମସିହାର ରିପୋର୍ଟ ଏଯାବତ୍ ପ୍ରକାଶ ପାଇନଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

About admin

Check Also

କଳାହାଣ୍ଡି ଜିଲା ରେ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ପକ୍ଷରୁ ମହାମହିମ ରାଷ୍ଟ୍ରପତି ଙ୍କ ଉଦ୍ଧେଶ୍ୱ ରେ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ

କଳାହାଣ୍ଡି ,୧୫/୧୦/ ୨୦୨୧ (ଓଡିଶା ସମାଚାର /ସଂଜୟ ସିଂହ) – ଜାତି ଆଧାରିତ ଜନଗଣନା, ତିନି ଗୋଟି କୃଷି ଆଇନ୍ …

Leave a Reply

Your email address will not be published. Required fields are marked *