କଟକ, ୨୪/୦୭/୨୦୧୯(ଓଡ଼ିଶା ସମାଚାର)- କମିଶନରେଟ ପୁଲିସ ସୋମବାର ଚଢ଼ଉ କରି ୨ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିଛି । ଗିରଫ ଯୁବକଦ୍ୱୟ ଏକ ବାଇକ୍ରେ ବାଦାମବାଡିରୁ ସିଡିଏ ଆଡକୁ ଗଞ୍ଜେଇ ନେଇ ଆସୁଥିବା ସୂଚନା ପାଇ ମର୍କତନଗର ଥାନା ପୁଲିସ ରିଭରାଇନ ମେଡିକାଲ ଛକ ନିକଟରେ ସେମାନଙ୍କୁ ଅଟକାଇଥିଲା । ତାଲାସୀ ନେବାରୁ ସେମାନଙ୍କ ନିକଟରୁ ୩ କିଗ୍ରା ୩୦୦ ଗ୍ରାମ୍ ଗଞ୍ଜେଇ ମିଳିଥିଲା । ଅଭିଯୁକ୍ତଦ୍ୱୟ ହେଲେ ମୟୂରଭଞ୍ଜ ଜିଲ୍ଲା ଉଦଳାର ମୂଳବାସିନ୍ଦା ତଥା ପୁରୀ ଘାଟ ଥାନା ଅନ୍ତର୍ଗତ ପିଠାପୁର ତାରାଚାନ୍ଦପାଟଣାରେ ରହୁଥିବା ଗୁରୁ ଚରଣ ବରାଳ(୨୩) ଏବଂ ବାଦାମବାଡି ଥାନା ଅନ୍ତର୍ଗତ ଦୋଳମୁଣ୍ଡାଇ ଦାସ ସାହିର ପ୍ରଶାନ୍ତ କୁମାର ଦାସ ଓରଫ ଏଣ୍ଡୁ (୨୬) । ପୁଲିସ ଗଞ୍ଜେଇ ଚାଲାଣରେ ବ୍ୟବହୃତ ହୁଣ୍ଡା ଆଭିଏଟରକୁ ଜବତ କରିଛି । ଏ ସଂପର୍କରେ ଏନଡିପିଏସ ଆକ୍ଟ ୨୦(ଖ)ରେ ଏକ ମାମଲା( ୧୧୦/୨୦୧୯) ରୁଜୁ କରାଯାଇ ଅଭିଯୁକ୍ତଦ୍ୱୟଙ୍କୁ କୋର୍ଟ ଚାଲାଣ କରାଯାଇଛି । ଓଡ଼ିଶା ସମାଚାର