ପାଟକୁରା / ଭୁବନେଶ୍ୱର ,୨୪/୦୭/୨୦୧୯(ଓଡ଼ିଶା ସମାଚାର / ଦୀପ୍ତିରଂଜନ କାନୁନଗୋ)-ବହୁ ଚର୍ଚ୍ଚିତ ପାଟକୁରା ବିଧାନସଭା ବିର୍ବାଚନ ର ଭୋଟ ଗଣତି ଶେଷ ହୋଇଛି । ମୋଟ ୧୮ ରାଉଣ୍ଡ ଗଣତି ଶେଷ ହୋଇଛି । ସର୍ବଶେଷ ସୂଚନା ଅନୁସାରେ ବିଜୁ ଜନତା ଦଳର ସାବିତ୍ରୀ ଅଗ୍ରୱାଲା ୯୫୧୨୬ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦି ଭାରତୀୟ ଜନତା ଦଳର ବିଜୟ ମହାପାତ୍ରଙ୍କୁ ୭୭,୫୦୭ ଭୋଟ ମିଳିଛି । ନୋଟାରେ ୪୧୩ ଟି ଭୋଟ ପଡ଼ିଥିବାବେଳେ କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତି ମାତ୍ର ୨,୦୯୦ ଭୋଟ ପାଇଛନ୍ତି । ସାବିତ୍ରୀ ଅଗ୍ରୱାଲ ୧୩ ଟି ବାଲଟ ଭୋଟ ପାଇଥିବାବେଳେ ବିଜୟ ମହାପାତ୍ର ୩୬ ଟି ପୋଷ୍ଟାଲ ବାଲଟ ଜରିଆରେ ଭୋଟ ପାଇଛନ୍ତି । ଓଡ଼ିଶା ସମାଚାର