Wednesday , November 30 2022
Breaking News
Home / ବିଶେଷ / ସିଭିଲ୍ ଜଜ୍ ପରୀକ୍ଷାରେ ୪୧ ଉତୀଣ୍ଣ

ସିଭିଲ୍ ଜଜ୍ ପରୀକ୍ଷାରେ ୪୧ ଉତୀଣ୍ଣ

କଟକ, ୨୪/୦୭/୨୦୧୯(ଓଡ଼ିଶା ସମାଚାର)- ୪୧ ଜଣ ପରୀକ୍ଷାର୍ଥୀ ଓଡିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ସିଭିଲ୍ ଜଜ୍ ପରୀକ୍ଷାରେ ଉତୀର୍ଣ୍ଣ ହୋଇଛନ୍ତି । ଓଡିଶା ସୁପରିଅର୍ ଜୁଡିସିଆଲ୍ ସର୍ଭିସ୍ ତଥା ଜୁଡିସିଆଲ୍ ସର୍ଭିସ୍ ରୁଲ୍ ୨୦୦୭ ଆଧାରରେ ୨୦୧୮-୧୯ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏଥିରେ ପୁରୁଷ ବର୍ଗରେ ୧୫ ଜଣ ଓ ମହିଳା ବର୍ଗରେ ୨୬ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଏହି ପରୀକ୍ଷାରେ ଈପ୍ସିତା ଅଭିନନ୍ଦିତା ମିଶ୍ର ପ୍ରଥମ, ତନ୍ମୟ ରଞ୍ଜନ ଦାସ ଦ୍ୱିତୀୟ ଓ ସ୍ମୃତିକୀର୍ତି ଆଚାର୍ଯ୍ୟ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.