Friday , September 22 2023
Breaking News
Home / ରାଜନୀତି /   ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ବିଜୟରେ ଦଳୀୟ କର୍ମୀ ବିଜୟ ଉତ୍ସବ ପାଳିଲେ 

  ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ବିଜୟରେ ଦଳୀୟ କର୍ମୀ ବିଜୟ ଉତ୍ସବ ପାଳିଲେ 

  ଗରଦପୁର,୨୪/୦୭/୨୦୧୯(ଓଡ଼ିଶା ସମାଚାର)-ପାଟକୁରା ବିଧାନସଭା ନିର୍ବାଚନରେ ବିଜେଡି ପ୍ରାର୍ଥିନୀ ସାବିତ୍ରୀ ଅଗ୍ରୱାଲଙ୍କ ବିଜୟୀ ହେବା ଫଳରେ ଦଳୀୟ କର୍ମକର୍ତାମାନେ ଉତ୍ସାହିତ ହୋଇ ପଡିଛନ୍ତି । ଏଥି ସହିତ ବିଭିନ୍ନ ଛକସ୍ଥାନ,ବଜାର ଓ ମୂଖ୍ୟ ଜନଗହଳି ରହୁଥିବା ସ୍ଥାନମାନଙ୍କରେ ଦଳୀୟକର୍ମୀମାନେ ଆତସବାଜି ଫୁଟାଇ  ଲୋକମାନଙ୍କୁ ବିଜୟ ବର୍ତା ଦେଉଛନ୍ତି । ପାଟକୁରା ପଂଚାୟତର  ଲେଖଡ଼ପଡା ଠାରେ ଦଳୀୟ କର୍ମକର୍ତାମାନେ ଆତସବାଜି ଫୁଟାଇ ବିଜୟ ଉତ୍ସବ ମନାଉଥିବାର ଦେଖାଯାଇଛି । ସେହିପରି ତେଣ୍ଡାକୁଡ଼ା ସମେତ ଅନ୍ୟ କେତେକ ସ୍ଥାନରେ ମଧ୍ୟ ଦଳୀୟ କର୍ମକର୍ତାମାନେ  ବାଣ ଫୁଟାଇ ବିଜୟ ଉତ୍ସବ ପାଳନ କରୁଥିବାର ଜଣାଯାଇଛି । ଗଣ୍ଡଗୋଳ ନ ଘଟିବା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ସତର୍କ ଦୃଷ୍ଟି ରଖାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *