Saturday , October 8 2022
Breaking News
Home / ନିର୍ବାଚନ / ଫୋକସ୍ : ପାଟକୁରା ନିର୍ବାଚନ ଭୋଟ ଗଣତି – ବିଜେଡ଼ି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ୮ମ ରାଉଣ୍ଡ ଗଣତି ରେ ୧୩,୬୮୧ ଭୋଟରେ ଆଗୁଆ – ଡ଼େରାବିଶ ବ୍ଲକ୍ ଗଣତି ଶେଷ

ଫୋକସ୍ : ପାଟକୁରା ନିର୍ବାଚନ ଭୋଟ ଗଣତି – ବିଜେଡ଼ି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ୮ମ ରାଉଣ୍ଡ ଗଣତି ରେ ୧୩,୬୮୧ ଭୋଟରେ ଆଗୁଆ – ଡ଼େରାବିଶ ବ୍ଲକ୍ ଗଣତି ଶେଷ

କେନ୍ଦ୍ରାପଡ଼ା / ଭୁବନେଶ୍ୱର ,୨୪/୦୭/୨୦୧୯(ଓଡ଼ିଶା ସମାଚାର / ଦୀପ୍ତିରଂଜନ କାନୁନଗୋ)- ବହୁ ଚର୍ଚ୍ଚିତ ପାଟକୁରା ବିଧାନସଭା ନିର୍ବାଚନ ର ଭୋଟ ଗଣତି ଆଜି ସକାଳ ସାଢ଼େ ୮ ଟାରେ ଆରମ୍ଭ ହୋଇଛି । ଏହି ଭୋଟ ଗଣତି ପାଇଁ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହି ଭୋଟ ଗଣତି ରେ ବର୍ତମାନ ସୁଦ୍ଧା ୭ମ ରାଉଣ୍ଡ ଗଣତି ଶେଷ ହୋଇଛି । ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ୮ମ ରାଉଣ୍ଡ ଗଣତି ରେ ବିଜୁ ଜନତା ଦଳ(ବିଜେଡ଼ି) ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦି ଭାରତୀୟ ଜନତା ଦଳ (ବିଜେପି) ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ଠାରୁ ୧୩ ହଜାର ୬୮୧ ଭୋଟରେ ଆଗୁଆ ଅଛନ୍ତି । ଏଥିସହିତ ଡ଼େରାବିଶ ବ୍ଲକ୍ ଗଣତି ଶେଷ ହୋଇ ଗରଦପୁର ବ୍ଲକ୍ ଗଣତି ଆରମ୍ଭ ହୋଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.