Wednesday , February 8 2023
Breaking News
Home / ବିଶେଷ / ଜେଲ୍ ଗଲେ ନିର୍ବାହୀ ଅଧିକାରୀ

ଜେଲ୍ ଗଲେ ନିର୍ବାହୀ ଅଧିକାରୀ

ଢେଙ୍କାନାଳ, ୨୪/୦୭/୨୦୧୯(ଓଡ଼ିଶା ସମାଚାର)- ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ଘାଗରାମୁଣ୍ଡା ଗ୍ରାମପଂଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ବିମଳକାନ୍ତ ବର୍ମା ୧ କୋଟିରୁ ଊଦ୍ଧ୍ୱର୍ ସରକାରୀ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗରେ ପୁଲିସ ଦ୍ୱାରା ଗିରଫ ହୋଇ ଜେଲ୍ ଯାଇଛନ୍ତି । ଶ୍ରୀ ବର୍ମା ଚାନ୍ଦପୁର ଗ୍ରାମପଂଚାୟତର ନିର୍ବାହୀ ଅଧିକାରୀ ଥିବାବେଳେ ସରକାରୀ ଅର୍ଥ ତୋଷରପାତ କରିବା ନେଇ କାର୍ଯ୍ୟରୁ ନିଲମ୍ବିତ ହୋଇଥିଲେ । ତକ୍ରାଳୀନ କଙ୍କଡାହାଡ ବିଡିଓଙ୍କ ଏତଲା କ୍ରମେ ଶ୍ରୀ ବର୍ମାଙ୍କ ବିରୁଦ୍ଧରେ ପର୍ଜଙ୍ଗ ଥାନାରେ ତା ୧୫ା୧୦ା୨୦୧୮ରେ କେସ ନଂ ୨୪୭/୧୮ରେ ମାମଲା ରୁଜୁ ହୋଇଥିଲା । ଶ୍ରୀ ବର୍ମାଙ୍କ ବିରୁଦ୍ଧରେ ମାମଲା ରୁଜୁ ହେବାପରେ ସେ ଫେରାର ହୋଇ ଯାଇଥିଲେ । ତେବେ ଏହି ମାମଲାର ତଦନ୍ତକାରୀ ଅଧିକାରୀ ଦଦରାଘାଟୀ ଫାଣ୍ଡି ଅଧିକାରୀ ସବଇନସପେକ୍ଟର ସମରଜିତ ନାୟକ ଓ ତାଙ୍କ ସହଯୋଗୀ ଗତକାଲି ବିଳମ୍ବିତ ରାତିରେ ଶ୍ରୀ ବର୍ମାଙ୍କ ଘରେ ଚଢାଉ କରି ତାଙ୍କୁ ଗିରଫ କରିଥିଲେ । ଶ୍ରୀ ବର୍ମାଙ୍କୁ କୋର୍ଟ ଚାଲାଣ କରାଯିବା ପରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲକୁ ପଠାଇ ଦିଆଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.