ଭୁବନେଶ୍ୱର ,୨୪/୦୭/୨୦୧୯(ଓଡ଼ିଶା ସମାଚାର)- ନିର୍ମାଣ କାର୍ଯ୍ୟ ଚାଲୁରହିଥିବା ୨୮୯ କିମି ବିଶିଷ୍ଟ ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ନୂତନ ରେଳ ପ୍ରକଳ୍ପର ନୟାଗଡ଼ ଟାଉନ୍ ଓ ମହୀପୁର ମଧ୍ୟରେ ୧୨କିମି ରେଳ ଲାଇନକୁ ଆସନ୍ତା ୨୫ ତାରିଖ (ଗୁରୁବାର) ରେଳ ସୁରକ୍ଷା ଆୟୁକ୍ତଙ୍କ ଦ୍ୱାରା ନିରୀକ୍ଷଣ କରାଯିବ । ନୟାଗଡ଼ ଟାଉନରୁ ମହୀପୁର ପର୍ଯ୍ୟନ୍ତ ରେଳ ଲାଇନ ନିର୍ମାଣ କାର୍ଯ୍ୟ ସମାପ୍ତ ହାଇଛି ଏବଂ ରେଳ ସୁରକ୍ଷା ଆୟୁକ୍ତଙ୍କ ଦ୍ୱାରା ନୀରିକ୍ଷଣ ସହ ଏହା ରେଳ ଚଳାଚଳ ପାଇଁ ଉପଯୁକ୍ତ ବୋଲି ଅନୁମତି ପାଇବା ପରେ ଏହି ଲାଇନରେ ରେଳ ଚଳାଚଳ କରାଯିବ । ଏହି ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ଶୀଘ୍ର ସମ୍ପାଦନ କରିବା ପାଇଁ ରେଳବାଇ ପକ୍ଷରୁ ପ୍ରକଳ୍ପର ଉଭୟ ପାଶ୍ୱର୍ରୁ ଅର୍ଥାତ ଉଭୟ ଖୋର୍ଦ୍ଧା ରୋଡ ଓ ବଲାଙ୍ଗୀର ପାଶ୍ୱର୍ରୁ କାର୍ଯ୍ୟ ଚାଲୁରହିଛି । ଏହି ପ୍ରକଳ୍ପର ୮୦କିମି ରେଳ ଲାଇନର ନିର୍ମାଣ କାର୍ଯ୍ୟ ସମାପ୍ତ କରାଯାଇସାରିଛି । ସେଥିମଧ୍ୟରୁ ଖୋର୍ଦ୍ଧା ରୋଡ୍ରୁ ନୟାଗଡ଼ ଟାଉନ ପର୍ଯ୍ୟନ୍ତ ୬୫ କିମି ଏବଂ ବଲାଙ୍ଗୀର ଠାରୁ ବିଛୁପାଲ୍ଲୀ ପର୍ଯ୍ୟନ୍ତ ୧୫ କିମି ରେଳ ଲାଇନ ଅନ୍ତର୍ଭୁକ୍ତ । ବର୍ତମାନ ନୟାଗଡ଼ ଟାଉନରୁ ମହୀପୁର ପର୍ଯ୍ୟନ୍ତ ୧୨ କିମି ରେଳ ଲାଇନ କାର୍ଯ୍ୟ ସମାପ୍ତ ହୋଇଛି ଏବଂ ଏହା ରେଳ ସୁରକ୍ଷା ଆୟୁକ୍ତଙ୍କ ଅନୁମାଦନ ଅପେକ୍ଷାରେ ରହିଛି । ସର୍ବମାଟ ଏହି ପ୍ରକଳ୍ପରେ ୯୨ କିମି ରେଳ ଲାଇନ ନିର୍ମାଣ କାର୍ଯ୍ୟ ସରିଛି । ଓଡ଼ିଶା ସମାଚାର