ଖୋର୍ଦ୍ଧା, ୨୪/୦୭/୨୦୧୯(ଓଡ଼ିଶା ସମାଚାର)-ଓଙ୍ଗିଶା ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟ(ଓୟୁଜେ) ଜିଲ୍ଲା ପକ୍ଷରୁ ଖୋର୍ଦ୍ଧାର ନବନିର୍ବାଚିତ ବିଧାୟକ ଜ୍ୟୋତିରୀନ୍ଦ୍ରନାଥ ମିତ୍ରଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଜିଲ୍ଲା ସଭାପତି ଉମାଶଙ୍କର ପ୍ରସାଦଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ସମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ବିଧାୟକ ଶ୍ରୀ ମିତ୍ର ସାମ୍ବାଦିକମାନଙ୍କୁ ପେନସନ ଓ ସୁରକ୍ଷା ପ୍ରଦାନ ସମ୍ପର୍କରେ ବିଧାନସଭାରେ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାଧାରଣ ସମ୍ପାଦକ ପ୍ରଶନ୍ନ ପାଇକରାୟ, ଉପସଭାପତି ରାଜେଶ ଚନ୍ଦ୍ର ମହାନ୍ତି, ସମ୍ପାଦକ ସୟଦ ଅନସର ଅଲୀ, ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଶୁଭଲକ୍ଷ୍ମୀ ସାମନ୍ତରା, ଇକବଲ ଅହମ୍ମଦ, ଜୁଲଫିକର ଅଲୀ, ଅଜିତ ମିଶ୍ର, ଗୋପାଳକୃଷ୍ଣ ପ୍ରଧାନ, ଲକ୍ଷ୍ମୀଧର ସାହୁ, ରାଘବ ମହାନ୍ତି, ସୁରେଶ ପ୍ରଧାନ, ତ୍ରିଲୋଚନ ବାଘାସିଂହ, ଚନ୍ଦନ ସୁନ୍ଦରାୟ, ଅୟସ ମହାନ୍ତି, ସଞ୍ଜୀବ ସେଠୀ, ବିଷ୍ଣୁପ୍ରସାଦ କର, ଜୟେନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର