Saturday , September 25 2021
Breaking News
Home / ସ୍ୱାସ୍ଥ୍ୟ / ମହିଳାମାନଙ୍କର ମୂତ୍ରାଶୟ ଜନିତ ରୋଗ ସମ୍ପର୍କରେ ସଚେତନତା

ମହିଳାମାନଙ୍କର ମୂତ୍ରାଶୟ ଜନିତ ରୋଗ ସମ୍ପର୍କରେ ସଚେତନତା

କଟକ,୨୩/୦୭/୨୦୧୯(ଓଡ଼ିଶା ସମାଚାର)- କେବେ କେବେ ସକ୍ରିୟ ମୂତ୍ରାଶୟ (ଓଏବି)ରୁ ଅଧିକ ବୟସ୍କ ଲୋକମାନଙ୍କର ଚିକିତ୍ସା ସ୍ତିତି ଉପରେ ବିଚାର କରାଯାଉଥିଲା, ଯେବେକି ଏହାବର୍ତମାନ ଉଭୟ ଯୁବ ପୁରୁଷ ଏବଂ ମହିଳା ମାନଙ୍କ କ୍ଷେତ୍ରରେ ଦେଖାଯାଉଛି । ଏହି ପରିବର୍ତନୀୟ ପରିସ୍ତିତି ସହିତ ଏକ ସାମାନ୍ୟ ସ୍ତିତି ଅଟେ, ଯେଉଁଥିରେ ବୟସ୍କ ମାନଙ୍କ କ୍ଷେତ୍ରରେ ଆନୁମାନିକ ୬ ଜଣ ଏଥିରେ ଆକ୍ରାନ୍ତ ହୋଇଥିବାବେଳେ ଏହା ବୟସଅନୁସାରେ ବୃଦ୍ଧି ପାଇଥାଏ । ସହର ଭିତିିକ ୟୁରୋଲୋଜିଷ୍ଟମାନେ କୁହନ୍ତିଯେ, ମହିଳା ରୋଗୀମାନେ ପାଖାପାଖି୪୦ ବର୍ଷ ବୟସରେ ଉକ୍ତ ରୋଗରେ ଆକ୍ରାନ୍ତ ହେଉଥିବାର ଦେଖାଯାଇଥାଏ । ଉକ୍ତ ରୋଗରେ ଆକ୍ରାନ୍ତ ରୋଗୀମାନେ ଅଧିକାଂଶ ସମୟ ଅଭିଯୋଗ କରିଥାନ୍ତିକି, ସେମାନେ ହସିବା ସମୟରେ, ଛିଙ୍କିବା ସମୟରେ ଏବଂ ଅନ୍ୟ କାମ କରିବା ସମୟରେ ମୂତ୍ରାଶୟରେ ଚାପ ପଡ଼ିବା ସହିତ ପରିସ୍ରା ମଧ୍ୟ ବାହାରି ଆସିଥାଏ । ୟୁରୋଲୋଜିଷ୍ଟ(ପ୍ରଫେସର) ଡ଼ା. ଏଲ କେ ସାହୂ,ଅବସରପ୍ରାପ୍ତ ଏଚଓଡ଼ି, ୟୁରୋଲୋଜି,ଏସସିବି ମେଡ଼ିକାଲ କଲେଜ, କଟକକହିଛନ୍ତିିଯେ, “ପୁରୁଷ ମାନଙ୍କ ତୁଳନାରେ ମହିଳାମାନଙ୍କ କ୍ଷେତ୍ରରେ ଏହି ସ୍ଥିତି ହେଉଛି ଏକ ସାଧାରଣ ଘଟଣା, ଯେବେକି ମୂତ୍ରାଶୟ ମସଲ ଗୁଡ଼ିକ ଗର୍ଭାବସ୍ଥା ସମୟରେ ପ୍ରଭାବିତ ହେବା ସହିତ ମହିଳା ମାନଙ୍କ ବ୍ୟତୀତ ଶିଶୁ ଜନ୍ମ ସମୟରେ ଏକ ଛୋଟ ମୂତ୍ରମାର୍ଗ ରହିଥାଏ । ” ବିଶ୍ୱସ୍ତରରେ ଏଥି ସମ୍ପର୍କରେ ଜାଗରଣ ସୃଷ୍ଟି କରିବାନିମନ୍ତେ ପ୍ରତ୍ୟେକ ବର୍ଷ ୱାଲ୍ଡ କଂଟିନେନ୍ସ ସପ୍ତାହ ପାଳନ କରାଯାଇଥାଏ । ଚଳିତ ବର୍ଷ ଉକ୍ତ ସପ୍ତାହ ଜୁନ୍ ୧୭ ରୁ ଜୁନ୍ ୨୩ ମଧ୍ୟରେ ପାଳନ କରାଯିବାର ବ୍ୟବସ୍ଥା ରହିଛି । “ଆପଣମାନେ ପ୍ରତ୍ୟେକ ଦିନ କେତେ ଥର ଏବଂ କେତେ ପରିମାଣର ପରିସ୍ରା ତ୍ୟାଗ କରୁଛନ୍ତି ଏବଂ ପ୍ରତ୍ୟେକ ଥର ପରିସ୍ରା ତ୍ୟାଗ କରିବା ସମୟରେ କ୍ଳାନ୍ତ ଅନୁଭବ କରୁଛନ୍ତି ତାକୁ ଧ୍ୟାନ ଦେବା ଆବଶ୍ୟକା ଯଦି ବାରମ୍ବାରତା ଏବଂ ଶିଘ୍ରତା ବୃଦ୍ଧିପାଏ, ତେବେ ବିଶେଷଜ୍ଞଙ୍କ ଅନୁଯାୟି ଯଥାଶିଘ୍ର ଡ଼ାକ୍ତରଙ୍କୁ ପରାମର୍ଶ କରିବା ଆବଶ୍ୟକ । ଡ଼ଃ. ଏଲ କେ ସାହୂକହିଛନ୍ତି ଯେ, “କେତେକ କ୍ଷେତ୍ରରେ ଏହା ମଧ୍ୟ ଦେଖାଯାଏକି, ମୂତ୍ରାଶୟ ରୋଗ ବେଳେବେଳେ ଏତେ ସାଂଘାତିକ ହୋଇଯାଏଯେ, ରୋଗୀଟ ିଶୌଚାଳୟ ପହଂଚିବା ପୂର୍ବରୁ ହିଁ ତାର ପରିସ୍ରା ଲିକ୍ ହୋଇଯାଇଥାଏ । ଅଧିକାଂଶ ଲୋକ ଯେଉଁମାନେ ମୂତ୍ରାଶୟ ବାରମ୍ବାରତା ରୋଗରେ ଆକ୍ରାନ୍ତ ହୋଇଥାନ୍ତି କାରଣ ସେମାନେ ବିଶ୍ୱାସକରନ୍ତିିକି ସେମାନେ ଏହି ବିଷୟରେ କିଛିବି କରିପାରିବେ ନାହିଁ ।” ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୭୩୪ ଜଣ କରୋନା ସଂକ୍ରମିତ ଚିହ୍ନଟ – ୧୦୧ ଜଣ ଶିଶୁ ଆକ୍ରାନ୍ତ – ୪ ଜଣ ଙ୍କ ମୃତ୍ୟୁ

ଭୁବନେଶ୍ୱର,୨୨/୦୯/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୭୩୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି …

Leave a Reply

Your email address will not be published. Required fields are marked *