Friday , September 30 2022
Breaking News
Home / ଶିକ୍ଷା / ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପାଇଁ ସ୍କୁଲ୍ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ : କ୍ଲାସରେ ବସିବେ ସର୍ବାଧିକ ୫୫ ପିଲା

ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପାଇଁ ସ୍କୁଲ୍ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ : କ୍ଲାସରେ ବସିବେ ସର୍ବାଧିକ ୫୫ ପିଲା

ଏଣିକି ବିଷୟଭିତିକ ଶିକ୍ଷକ ନିଯୁକ୍ତି ହେବ ବାଧ୍ୟତାମୂଳକ – ଅଧିକ ଛାତ୍ର ଥିବା ସ୍କୁଲରେ ହେବ ଅତିରିକ୍ତ ଶ୍ରେଣୀଗୃହ – ୬୦%ରୁ ମାର୍କ ରଖୁଥିବା ପିଲାଙ୍କ ତଥ୍ୟ ସଂଗ୍ରହ ହେବ
ଭୁବନେଶ୍ୱର,୨୩/୦୭/୨୦୧୯(ଓଡ଼ିଶା ସମାଚାର)-ରାଜ୍ୟରେ ସମସ୍ତ ସରକାରୀ ସ୍କୁଲଗୁଡ଼ିକରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରତି କ୍ଲାସରେ ସର୍ବାଧିକ ୫୫ଜଣ ଛାତ୍ରଛାତ୍ରୀ ବସିବେ । ଚଳିତ ବର୍ଷ ଶିକ୍ଷା ବର୍ଷରୁ ଏହି ନିୟମ କଡ଼ାକଡ଼ି ଭାବେ ଲାଗୁ କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସମଗ୍ର ଶିକ୍ଷା ଯୋଜନାରେ ଉଚ୍ଚ ପ୍ରାଥମିକ ସ୍କୁଲକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଥିବାବେଳେ ସବୁ ସ୍କୁଲର ଭିତିିଭୂମି ଏବଂ ଶୈକ୍ଷିକପରିବେଶ ପ୍ରତି ନଜର ଦିଆଯାଉଛି । ପୂର୍ବରୁ ପ୍ରତି କ୍ଲାସରେ ୩୩ଜଣ ପିଲା ପଢ଼ିବା ଲାଗିନିଷ୍ପତିି ହୋଇଥିବା ବେଳେ ବର୍ତମାନ ସ୍କୁଲଗୁଡ଼ିକର ଭିତିଭୂମି ଓ ଛାତ୍ରଛାତ୍ରୀଙ୍କ ସଂଖ୍ୟାକୁ ଗୁରୁତ୍ୱ ଦେଇ ପ୍ରତି ଶ୍ରେଣୀରେ ସର୍ବାଧିକ ୫୫ଜଣ ଛାତ୍ରଛାତ୍ରୀ ବସିବା ବାଧ୍ୟତାମୂଳକ ହୋଇଛି । ତେବେ ଅତ୍ୟଧିକ ପିଲାଙ୍କ ଲାଗି ଶିକ୍ଷାଦାନ ଠିକ୍ ଭାବେ ପିଲା ବୁଝିପାରିନଥାନ୍ତି । ଫଳରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀପିଲାଙ୍କ ମଧ୍ୟରେ ୪୦ପ୍ରତିଶତ ଛାତ୍ରଛାତ୍ରୀ ହାରାହାରି ୫୦% ମାର୍କ ରଖୁଥିବା ବେଳେ ୩୫% ପିଲା ୩୦%ରୁ କମ୍ ମାର୍କ ରଖୁଥିଲେ ।୧୫% ଛାତ୍ରଛାତ୍ରୀ ୧୭%ରୁ କମ୍ ମାର୍କ ରଖୁଥିବା ବେଳେ ୧୦% ଛାତ୍ରଛାତ୍ରୀ ଅତ୍ୟନ୍ତଦୁର୍ବଳ ଅର୍ଥାତ୍ ନିଜ ନାମ ମଧ୍ୟ ଠିକ୍ ଭାବେ ଲେଖିପାରିନଥାନ୍ତି । ସେହିପରି ମୋଟ ଉପରେ ୩୩% ଛାତ୍ରଛାତ୍ରୀ ଠିକ୍ ଭାବେ ଓଡ଼ିଆ ଅକ୍ଷର ଏବଂ ଇଂରାଜୀ ଅକ୍ଷର କହିନପାରିବା ସହ ଠିକ୍ଭାବେ ଲେଖିପାରିନଥାନ୍ତି ।ଏପରି ସମସ୍ୟାକୁ ନଜର ଦେଇ କ୍ଲାସରେ ପିଲାଙ୍କ ସର୍ବାଧିକ ସଂଖ୍ୟା ୫୫ କରାଯାଇଥିବାବେଳେ ପ୍ରତ୍ୟେକ ସ୍କୁଲରେ ପ୍ରତି ଶ୍ରେଣୀ ପାଇଁ ବିଷୟଭିତିକ ଶିକ୍ଷକ ନିଯୁକ୍ତିକୁ ମଧ୍ୟବାଧ୍ୟତାମୂଳକ କରାଯାଇଛି । ତେବେ ରାଜ୍ୟରେ ପ୍ରାୟ ୨୯ପ୍ରତିଶତ ସ୍କୁଲରେ ବିଷୟ ଭିତିକ ଶିକ୍ଷକଙ୍କ ସଂଖ୍ୟା ୧ କିମ୍ବା ୨ରେ ସୀମିତ ଥିବାରୁ ସମ୍ପୃକ୍ତ ସ୍କୁଲଗୁଡ଼ିକରେ ଶିକ୍ଷକଙ୍କ ସଂଖ୍ୟା ବୃଦ୍ଧିଉପରେ ପଦକ୍ଷେପ ଗ୍ରହଣ କରାଯାଇଛି ।ରାଜ୍ୟରେ ଯେଉଁ ସବୁ ସ୍କୁଲକୁ ମର୍ଜ କରାଯାଇଛି ସମ୍ପୃକ୍ତ ସ୍କୁଲର ଶିକ୍ଷକଙ୍କୁ ବିଷୟ ଭିତିକ ଶିକ୍ଷକ ନଥିବା ସ୍କୁଲରେ ନିଯୁକ୍ତ କରାଯିବ । ସେହିପରି ମାସିକ ପରୀକ୍ଷା ବାଧ୍ୟତାମୂଳକ ହୋଇଥିବାବେଳେ ପ୍ରତି ଶ୍ରେଣୀରେ ୫୫ଜଣ ପିଲାଙ୍କ ମଧ୍ୟରୁ କେତେ ପିଲା ୬୦ପ୍ରତିଶତରୁ ଅଧିକମାର୍କ ରଖିବେ ତା’ର ରିପୋର୍ଟ ଜିଲ୍ଲା ଶିକ୍ଷାଅଧିକାରୀ ସଂଗ୍ରହ କରିବେ । ଏହା ବ୍ୟତୀତ ଆସନ୍ତା ଅଗଷ୍ଟ ୨ୟ ସପ୍ତାହରୁ ପ୍ରତି ଜିଲ୍ଲାରେ ଶିକ୍ଷା ଅଧିକାରୀ ମାନେ ସେମାନଙ୍କ ଅଧିନରେ ଥିବା ସ୍କୁଲ ପରିଦର୍ଶନ କରିବା ସହ କେଉଁ କ୍ଲାସରେ କେତେ ପିଲା ବସୁଛନ୍ତି ତାହା ଯାଂଚକରିବେ । ଯଦି କୌଣସି ସ୍କୁଲରେ ପିଲାଙ୍କସଂଖ୍ୟା ତୁଳନାରେ ଶ୍ରେଣୀ କକ୍ଷ ନଥିବ ତେବେ ସେହି ସବୁ ସ୍କୁଲର ତାଲିକା ପ୍ରସ୍ତୁତ କରାଯ୍ଧବ ଆସନ୍ତା ୩ମାସ ମଧ୍ୟରେ ସମସ୍ୟାର ସମାଧାନ କରାଯିବ ବୋଲି ଜଣାପଡ଼ିଛି । ସ୍କୁଲ ଓ ଗଣଶିକ୍ଷା ବିଭାଗର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ରାଜ୍ୟରେ ସ୍କୁଲ ମର୍ଜ ହେବା ପରେ ଅନେକ ସ୍କୁଲରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ତେବେ ଯେଉଁ ସ୍କୁଲର ବିଭିନ୍ନ କ୍ଲାସରେ ପିଲାଙ୍କ ସଂଖ୍ୟାଅଧିକ ରହିଛି ସମ୍ପୃକ୍ତ ସ୍କୁଲରେ ଖୁବଶୀଘ୍ର ଅତିରିକ୍ତ ଶ୍ରେଣୀ କକ୍ଷ ନିର୍ମାଣ କରାଯିବା ଲାଗି ଯୋଜନା ରହିଛି । ରାଜ୍ୟରେ ଷଷ୍ଠରୁ ଅଷ୍ଟମଶ୍ରେଣୀ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ମୁଖ୍ୟଲକ୍ଷ୍ୟ ଥିବା ବେଳେ ବିଶେଷକରି ଦୁର୍ବଳ ପିଲାଙ୍କ ଦକ୍ଷତା ବୃଦ୍ଧି ଦିଗରେ ସର୍ବାଧିକ ଗୁରୁତ୍ୱଦେବାକୁ ପ୍ରଧାନଶିକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।ରାଜ୍ୟରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ୍ ୨୨ହଜାର ୧୯ଟି ସରକାରୀ ସ୍କୁଲ ରହିଛି । ତେବେ ଷଷ୍ଟରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ୍ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୨୨ଲକ୍ଷ୧ହଜାର ୬୨୧ଜଣ । ତେବେ ରିପୋର୍ଟ ଅନୁଯାୟୀ ରାଜ୍ୟରେ ୫୪ଟି ଉଚ୍ଚପ୍ରାଥମିକ ସ୍କୁଲରେ ଜଣେ ଲେଖାଏଁ ଶିକ୍ଷକ ନିଯୁକ୍ତି ପାଇଥିବା ବେଳେ ୧୧୩୨ଟି ସ୍କୁଲରେ ୨ଜଣଲେଖାଏଁ, ୨୧୮୨ ସ୍କୁଲରେ ୩ଜଣ,୩୨୭୯ ସ୍କୁଲରେ ୪ଜଣ, ୩୯୨୭ଟିସ୍କୁଲରେ ୫ଜଣ ଲେଖାଏଁ ଶିକ୍ଷକ ଅଛନ୍ତି । ଫଳରେ ଶିକ୍ଷକଙ୍କ ସଂଖ୍ୟା କମ୍ ଲାଗି ଅନେକ ସ୍କୁଲରେ ଗୁଣାତ୍ମକ ଶିକ୍ଷାଦାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.