Friday , October 22 2021
Breaking News
Home / ବିଶେଷ / ଭୁବନେଶ୍ୱର – ସୁରଟ ବିମାନ ଚଳାଚଳ ଖୁବଶୀଘ୍ର

ଭୁବନେଶ୍ୱର – ସୁରଟ ବିମାନ ଚଳାଚଳ ଖୁବଶୀଘ୍ର

ଭୁବନେଶ୍ୱର ,୨୩/୦୭/୨୦୧୯(ଓଡ଼ିଶା ସମାଚାର)- ବିମାନସେବା କ୍ଷେତ୍ରରେ ଓଡ଼ିଶା ପାଇଁ ଆଉ ଏକ ଖୁସି ଖବର । ଖୁବ୍ଶୀଘ୍ର ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ଗୁଜରାଟର ସୁରଟକୁ ବିମାନ ଉଡ଼ାଣ ଆରମ୍ଭ ହେବାକୁ ଯାଉଛି । ଏହି ଉଡ଼ାଣ ସପ୍ତାହକୁ ଦୁଇଥର ଓଡ଼ିଶାରୁ ସୁରତ ଅଭିମୁଖେ ଯିବ । ଏନେଇ ଟୁଇଟ୍ ଯୋଗେ ସୁଚନା ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ସୁରଟ ବହୁ ସଂଖ୍ୟାରେ ଓଡ଼ିଶା ଲୋକ ବସବାସ କରୁଥିବାବେଳେ ଏହା ମିନି ଓଡ଼ିଶା ବା ଦ୍ୱିତୀୟ ଓଡ଼ିଶା ନାମରେ ବି ପରିଚିତ । ଏଥିପାଇଁ ଭୁବନେଶ୍ୱରରୁ ସୁରଟକୁ ସିଧାସଳଖ ବିମାନ ଚଳାଚଳ ପାଇଁ ପୂର୍ବରୁ ଅନେକ ସମୟରେ ଦାବି ହୋଇ ଆସୁଥିଲା । ତେବେ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସୋମବାର ସାଂସଦ ଅପରାଜିତା ଷଡ଼ଙ୍ଗୀ କେନ୍ଦ୍ର ବେସାମରିକ ବିମାନ ଚଳାଚଳମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ଭେଟିବା ସହିତ ଭୁବନେଶ୍ୱରରୁ ସୁରଟକୁ ବିମାନ ଚଳାଚଳ ପାଇଁ ଦାବି ଜଣାଇଥିଲେ । ଅପରାଜିତାଙ୍କ ସହ ସୁରଟ ସାଂସଦ ଦର୍ଶନା ଜାର୍ଦୋସ ମଧ୍ୟ ଉପସ୍ଥିତ ଥିଲେ । ତେବେ ଏହି ଦୁଇ ସାଂସଦଙ୍କ ଦାବିକୁ ମାନିବା ସହ ଖୁବ୍ ଶୀଘ୍ର ଏହି ସେବା ଆରମ୍ଭ ହେବ ବୋଲି ମନ୍ତ୍ରୀ ଉଭୟ ସାଂସଦଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଗୁଜରାଟର ବିଭିନ୍ନ ଶିଳ୍ପାନୁଷ୍ଠାନ ସହିତ ବାଣିଜ୍ୟ ବ୍ୟବସାୟ କରିବା ପାଇଁ ଓଡ଼ିଶାରୁ ଅନେକ ଲୋକ ସୁରଟ ଅଭିମୁଖେ ଯାଉଛନ୍ତି । ସେଠାରେ ପାଖାପାଖି ୭ ଲକ୍ଷରୁ ଊଦ୍ଧ୍ୱର୍ ଓଡ଼ିଆ ଲୋକ ବସବାସ କରୁଛନ୍ତି । ତେବେ ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟ ନାୟକ ମଧ୍ୟ ଭୁବନେଶ୍ୱର-ସୁରଟ ବିମାନ ଚଳାଚଳ ପାଇଁ କେନ୍ଦ୍ରକୁ ଚିଠି ଲେଖିଥିଲେ । ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡାରେ ୬୨ତମ ପୋଲିସ ସହିଦ ଦିବସ ପାଳିତ

କେନ୍ଦ୍ରାପଡ଼ା, ୨୧/୧୦/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡାର ଜଝାଙ୍ଗସ୍ଥିତ ଜିଲ୍ଲା ପୋଲିସ ରିଜର୍ଭ ପଡିଆରେ ଗୁରୁବାର  ୬୨ତମ ପୋଲିସ ସହିଦ  ଦିବସ ପାଳିତ ହୋଇଯାଇଛି …

Leave a Reply

Your email address will not be published. Required fields are marked *