କେନ୍ଦୁଝର, ୨୩/୦୭/୨୦୧୯(ଓଡ଼ିଶା ସମାଚାର)-କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକରକନିଷ୍ଠ ଯନ୍ତ୍ରୀ ବିଭୂତିଭୂଷଣ ପ୍ରଧାନଏକ କମ୍ୟୁନିଟି ସେଂଟରର ଫାଇନାଲ୍ବିଲ୍ କରାଇଦେବା ନିମନ୍ତେ ଠିକାଦାର ହେମନ୍ତ ମହାନ୍ତଙ୍କ ଠାରୁ ୭୫୦୦ଟଙ୍କା ଲାଂଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଘଟଣାରେ ବିଭାଗୀୟ ଅଧିକାରୀ ମାନେ ବିଭୂତିଙ୍କୁ ଗିରଫ କରି ସୋମବାର ଭିଜିଲାନ୍ସ କୋର୍ଟରେ ହାଜର କରାଇଛନ୍ତି ।କେନ୍ଦୁଝର ଭିଜିଲାନ୍ସ ଡିଏସପି ଦେବଦତ ସେଠ୍ ଙ୍କ ନେତୃତ୍ୱରେ ଏହି ଚଢ଼ଉରେ ଅନ୍ୟମାନଙ୍କମଧ୍ୟରେ ଭଦ୍ରକ ଡିଏସପି, କେନ୍ଦୁଝର ଭିଜିଲାନ୍ସ ଇନ୍ସପେକ୍ଟର, ବାରିପଦା ଇନ୍ସପେକ୍ଟର ଏବଂ କେନ୍ଦୁଝର ଭିଜିଲାନ୍ସ କର୍ମଚାରୀ ମାନେ ସାମିଲ୍ ଥିଲେ । ଓଡ଼ିଶା ସମାଚାର