Tuesday , October 19 2021
Breaking News
Home / କୃଷି / ବିପିସିଏଲ ପକ୍ଷରୁ ଉମଙ୍ଗ ସମ୍ପର୍କରେ ଚାଷୀଙ୍କୁ ସଚେତନତା

ବିପିସିଏଲ ପକ୍ଷରୁ ଉମଙ୍ଗ ସମ୍ପର୍କରେ ଚାଷୀଙ୍କୁ ସଚେତନତା

ରଘୁନାଥପୁର,୨୩/୦୭/୨୦୧୯( ଓଡ଼ିଶା ସମାଚାର)-ରଘୁନାଥପୁର ବ୍ଲକ୍ ଜଇପୁରସ୍ଥିତ ଶିବାନୀ ଫିଲିଙ୍ଗ ଷ୍ଟେସନ ପରିସରରେ ବିପିସିଏଲ ପକ୍ଷରୁ ନୂତନ ଭାବେ ଲଂଚ୍ ହୋଇଥିବା ଉମଙ୍ଗ କାର୍ଯ୍ୟକ୍ରମ ସମ୍ପର୍କରେ ସ୍ଥାନୀୟ ଚାଷୀଙ୍କୁ ନେଇ ଏକ ସଚେତନତା ମେଳା ଅନୁଷ୍ଠିତ ହୋଇ ଯାଇଛି । ବିପିସିଏଲ ର ଜେନେରାଲ ମ୍ୟାନେଜର ଲଖମଲ ଜଏନ , ଡ଼ିଜିଏମ ରାଜୀବ ପୁରୀ, ଷ୍ଟେଟ ହେଡ଼ ଦେବାଶିଷ ପାଲିତ , ସିନିଅର ଇଂଜିନିଅର ପ୍ରଶାନ୍ତ ପଟୁଆର , ଟେରିଟୋରୀ ମ୍ୟାନେଜର ବିରୁମ ମୁକେଶ ପ୍ରମୁଖ ଯୋଗଦେଇ ଉମଙ୍ଗ ସୁବିଧା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଗ୍ରାମାଂଚଳରେ ବସବାସ କରୁଥିବା ଚାଷୀଭାଇମାନେ କିପରି ସହଜରେ ଫିଲିଙ୍ଗ ଷ୍ଟେସନକୁ ଆସି ସମସ୍ତ ପ୍ରକାର ବ୍ୟାଙ୍କିଙ୍ଗ ସେବା ପାଇ ପାରିବେ ସେ ବିଷୟରେ ଅଧିକାରୀମାନେ ପ୍ରକାଶ କରିଥିଲେ । ବ୍ୟକ୍ତି ବିଶେଷ ଉମଙ୍ଗ ଜରିଆରେ ଟଙ୍କା ଦେଣ ନେଣ , ରିଚାର୍ଜ, ଉଜ୍ୱଳା ମାଧ୍ୟମରେ ଏଲଇଡ଼ି ବଲବ, ଫ୍ୟାନ ଓ ଟ୍ୟୁବ ଲାଇଟ ଆଦି ଉପକରଣ ଅତ୍ୟନ୍ତ ସୁଲଭ ମୂଲ୍ୟରେ ପାଇ ପାରିବେ ବୋଲି ଏହି ମେଳାକୁ ପରିଚଳାନା କରିଥିବା ସେଲ୍ସ ଅଫିସର ଆଶିସ ସୋମ ବଂଶି ପ୍ରକାଶ କରିଥିଲେ । ଅଧିକାରୀ ସମିର ଦତ ବାରିକ ନିର୍ଦ୍ଦିଷ୍ଟ ବ୍ରାଣ୍ଡର ମୋବିଲ ଯାହାକି ଚାଷୀ ଭାଇମାନେ ଟ୍ରାକ୍ଟର, ପାୱାର ଟିଲର, ପାଣିପମ୍ପ ମଟର ଓ ନିଜ ବାଇକ୍ ରେ ବ୍ୟବହାର କରିପାରିବେ ବୋଲି ପ୍ରକାଶ କରିଥିଲେ । ଏହି ଅବସରରେ ଗ୍ରାହକମାନେ ବ୍ୟବହାର କରୁଥିବା ପେଟ୍ରୋଲରେ ଅପମିଶ୍ରଣ ହୋଇଛିକି ନାହିଁ କିପରି ଜାଣିବେ ସେ ବିଷୟରେ ଅବଗତ କରାଇଥିଲେ । ଫ୍ରି ଏୟାର, ବିଶୁଦ୍ଧ ପାନୀୟ ଜଳ ସଂସ୍ଥା ପକ୍ଷରୁ ଗ୍ରାହକମାନଙ୍କ ପାଇଁ ସର୍ବଦା ମାଗଣାରେ ଉପଲବ୍ଧ ହେଉଥିବା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଫିଲିଙ୍ଗ ଷ୍ଟେସନ ପକ୍ଷରୁ ଶକ୍ତି ପ୍ରସାଦ ଦାସ ଅତିଥି ପରିଚୟ ପ୍ରଦାନ କରିବା ସହ ଅଂଚଳର ଚାଷୀଭାଇମାନେ ଉମଙ୍ଗ ଜରିଆରେ ସମସ୍ତ ସୁବିଧା ନେବା ପାଇଁ ଆଶା ବ୍ୟକ୍ତ କରିଥିଲେ । ପ୍ରଥମ ଗ୍ରାହକ ଭାବେ ତପନ କୁମାର ସାମଲ କାର୍ଡ଼ ଜରିଆରେ ଟଙ୍କା ଉଠାଣ କରିଥିଲେ । ଆୟୋଜନକାରୀମାନେ ଗ୍ରାହକ ଓ ଉପସ୍ଥିତ ଅଧିକାରୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଆଲୁମିନିୟମ ଶିଳ୍ପକୁ କ୍ଷତିରୁ ରକ୍ଷା ପାଇବା ପାଇଁ ତୁରନ୍ତ କୋଇଲା ଯୋଗାଣ ପାଇଁ ପ୍ରାଥମିକତା ଦିଅନ୍ତୁ

ଭୁବନେଶ୍ୱର,୧୬/୧୦/୨୦୨୧(ଓଡ଼ିଶା ସମାଚାର)- ଆଜି ମଧ୍ୟ ଜାରି ରହିଥିବା କୋଇଲା ଯୋଗାଣ ସଙ୍କଟକୁ ନେଇ ଆଲୁମିନିୟମ ଶିଳ୍ପକୁ କୌଣସି ଆରାମ ମିଳିନାହିଁ …

Leave a Reply

Your email address will not be published. Required fields are marked *