Saturday , October 16 2021
Breaking News
Home / ବିଶେଷ / ନିରାକାରପୁରରେ ବ୍ରାଉନସୁଗାର ବେପାର ବଢୁଛି!

ନିରାକାରପୁରରେ ବ୍ରାଉନସୁଗାର ବେପାର ବଢୁଛି!

ଧଳା ଜହର କବଳରେ ଛାତ୍ର ଓ ଯୁବଗୋଷ୍ଠୀ :ପୋଲିସର ସତର୍କ ଦୃଷ୍ଟି ପଡ଼ୁ
ନିରାକାରପୁର, ୨୩/୦୭/୨୦୧୯(ଓଡ଼ିଶା ସମାଚାର)- ଖୋର୍ଦ୍ଧାରେ ବ୍ରାଉନସୁଗାର ଓ ବେଆଇନ ଖଣି ବେପାରକୁ ଦମନ କରିବା ପାଇଁ ସ୍ୱତନ୍ତ୍ରଭାବେ ଏସଟିଏଫକୁ ଦାୟିତ୍ୱ ଦିଆଯାଇଥିବାବେଳେ ଏସଟିଏଫ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ବ୍ରାଉନସୁଗାର ବେପାରୀ ,ଖଣିମାଫିଆମାନଙ୍କୁ ଉଠାଇ ନେଇଥିବା ଦେଖି ଅନ୍ୟ ବେପାରୀମାନଙ୍କର ପିଳେଇପାଣି ହୋଇଯାଇଛି । କିନ୍ତୁ ରାତିଏ ହାତୀଏ ପାଇବା ଲୋଭରେ କିଛି ଛୋଟ କମ ବୟସ୍କ ବେପାରୀ ସେମାନଙ୍କ ବେପାରକୁ ଗ୍ରାମାଞ୍ଚଳରେ ଚଳାଉଥିବାବେଳେ ଏମାନଙ୍କ ଉପରେ ପୋଲିସ କି ଅବକାରୀ ବିଭାଗର ତୀକ୍ଷ୍ନଦୃଷ୍ଟି ପଡ଼ିପାରୁନାହିଁ । ଫଳରେ ଏମାନେ ବସଷ୍ଟାଣ୍ଡ ,ହାଟବଜାର, ଅଟୋଷ୍ଟାଣ୍ଡ, ଷ୍ଟେସନ ଅଂଚଳରେ ସେମାନଙ୍କ ଧଳା ଜହର ବେପାରକୁ ଚୋରାଲୁଚାରେ କରୁଥିବାର ଖବର ମିଳୁଛି । ଏଥିରେ କବଳିତ ଛାତ୍ର ଓ ଯୁବକମାନେ ଘରୁ ବାହରୁ ଚୋରୀ ଡ଼କାୟତି କରି ନିଜକୁ ବିପଥଗାମୀ କରୁଛନ୍ତି । ପୂର୍ବରୁ ଖୋର୍ଦ୍ଧା ଜିଲ୍ଲା ଅବକାରୀ ଓ ପୋଲିସ ଏଥିପ୍ରତି ବିଶେଷ ଧ୍ୟାନ ଦେଉନଥିବାବେଳେ ଖୋର୍ଦ୍ଧାରୁ ଏସଟିଏଫ ବ୍ରାଉନସୁଗାର କିଙ୍ଗପିନ ଛୋଟାକୁ ଗିରଫ କରିବା ପରେ ବର୍ତମାନ ପୋଲିସ ଓ ଅବକାରୀ ସକ୍ରିୟ ହୋଇ ବିଭିନ୍ନ ସ୍ଥାନରୁ ଏହି ଚୋରା ଧଳା ଜହର ବେପାରୀଙ୍କୁ ଗିରଫ କରିବା ସହ ନଗଦ ବିପୁଳ ଟଙ୍କା ଜବତ କରୁଛନ୍ତି । ଖୋର୍ଦ୍ଧାରେ ନିରାକାରପୁର ଅଂଚଳର ଜଣେ ଯୁବକକୁ ଅବକାରୀ ବିଭାଗ ଧରିବା ପରେ ନିରାକାରପୁର ଓ ତାର ଆଖପାଖ ଅଂଚଳରେ ବ୍ରାଉନସୁଗାର ବେପାର କରାଯାଉଥିବାର ସନ୍ଦେହ ଅଧିକରୁ ଅଧିକ ସ୍ପଷ୍ଟ ହେବାରରେ ଲାଗିଛି । ଏହି ଅଂଚଳରେ କିଛି ଭଦ୍ରମୁଖା ପିନ୍ଧା ସମାଜର ଆଗଧାଡ଼ିର ଯୁବକ ସେମାନଙ୍କର ଧଳା ଜହର ବେପାର ବଢାଇ ରାତାରାତି ଲକ୍ଷପତି ହୋଇଯାଇଥିବା ଶୁଣିବାକୁ ମିଳୁଛି । ସେମାନଙ୍କୁ ଦେଖି ଏବେ କିଛି ଛୋଟ ବେପାରୀ ସେମାନଙ୍କ ବେପାରରୁ ଅଧିକ କମାଇବାକୁ ଲାଗିପଡ଼ିଛନ୍ତି । ଏହାକୁ ସେବନ କରୁଥିବା ବ୍ୟକ୍ତିମାନେ ଦିନକୁ ଦିନ ମରଣମୁହଁକୁ ଠେଲି ହୋଇଯାଉଥିବାବେଳେ ସ୍ଥାନୀୟ ପୋଲିସ ଓ ଏସଟିଏଫ ପକ୍ଷରୁ ଏଥିପ୍ରତି ସତର୍କ ଦୃଷ୍ଟି ଦେଇ ସେମାନଙ୍କୁ ଗିରଫ କରିବାକୁ ଦାବି ହେଉଛି । ଓଡ଼ିଶା ସମାଚାର

About admin

Check Also

କଳାହାଣ୍ଡି ଜିଲା ରେ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ପକ୍ଷରୁ ମହାମହିମ ରାଷ୍ଟ୍ରପତି ଙ୍କ ଉଦ୍ଧେଶ୍ୱ ରେ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ

କଳାହାଣ୍ଡି ,୧୫/୧୦/ ୨୦୨୧ (ଓଡିଶା ସମାଚାର /ସଂଜୟ ସିଂହ) – ଜାତି ଆଧାରିତ ଜନଗଣନା, ତିନି ଗୋଟି କୃଷି ଆଇନ୍ …

Leave a Reply

Your email address will not be published. Required fields are marked *