ଭୁବନେଶ୍ୱର ,୨୩/୦୭/୨୦୧୯(ଓଡ଼ିଶା ସମାଚାର)-ଓଡ଼ିଶା ଦୁର୍ନୀତି ସଂଘର୍ଷ ମଂଚର ସଭ୍ୟ ସଭ୍ୟା ବିଶ୍ୱଭୂଷଣ ହରିଚନ୍ଦନଙ୍କ ଭୁବନେଶ୍ୱରସ୍ଥିତ ବାସଭବନରେ ସାକ୍ଷାତ୍ କରି ସଂଘ ତରଫରୁ ପୁଷ୍ପମାଲ୍ୟ ତଥା ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶ୍ରୀଯୁକ୍ତ ହରିଚନ୍ଦନ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିବାରୁ ସବୁ ଓଡ଼ିଆମାନେ ଖୁସି ଅଛନ୍ତି ବୋଲି ସଂଘର ସଭ୍ୟସଭ୍ୟାମାନେ ମତବ୍ୟକ୍ତ କରିଥିଲେ । ମଂଚର ଅଧ୍ୟକ୍ଷ ଡଃ ନନ୍ଦନନ୍ଦନ ଦାସ ଓ ରାଜ୍ୟ ସାଧାରଣ ସମ୍ପାଦକ ଇଂ ଜଗବନ୍ଧୁ ଷଡ଼ଙ୍ଗୀଙ୍କ ସମେତ କମିଟି ସଭ୍ୟା ଉପାସନା ରାଓ, ଉପଦେଷ୍ଟା ବରିଷ୍ଠ ଆଇନ୍ଜୀବୀ ସୁଧୀର ମହାନ୍ତି, କୋଷାଧ୍ୟକ୍ଷ ଅମୀର ସାହୁ, ସହକାରୀ ସମ୍ପାଦକ ପ୍ରଭାତ କୁମାର ସାହୁ, ବିଜୟ ମହାନ୍ତି, କାମିନୀ ମୋହନ କାନୁନ୍ଗୋ, କମିଟି ସଭ୍ୟ ଗୌରପ୍ରସନ୍ନ ପ୍ରମୁଖ ଉପସ୍ଥିତ ରହି ଶ୍ରୀଯୁକ୍ତ ହରିଚନ୍ଦନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ଓ ସେ ଆନ୍ଧ୍ରପ୍ରଦେଶ ଗସ୍ତ ପୂର୍ବରୁ ତାଙ୍କୁ ମଂଚ ତରଫରୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ସାଧାରଣ ସମ୍ପାଦକ ତାଙ୍କୁ ମଂଚର ସ୍ମରଣିକା ‘ସଂଘର୍ଷ-୨୦୧୮’ର ଏକ କପି ହସ୍ତାନ୍ତର କରିଥିଲେ । ଶ୍ରୀଯୁକ୍ତ ହରିଚନ୍ଦନ ମଂଚ ସମାଜରୁ ଦୁର୍ନୀତି ଦୂର କରିବା ପାଇଁ ସଂଗ୍ରାମ କରୁଥିବାରୁ ଏହାର ସଭ୍ୟମାନଙ୍କୁ ବଧାଇ ଜଣାଇଥିଲେ । ଓଡ଼ିଶା ସମାଚାର
