ଭୁବନେଶ୍ୱର ,୨୩/୦୭/୨୦୧୯(ଓଡ଼ିଶା ସମାଚାର)-ସ୍ଥାନୀୟ ମହାରଥା ବିଦ୍ୟାପୀଠର ପ୍ରାକ୍ତନ ଶିକ୍ଷକ ମିର୍ଜା ହମିଦ ବେଗଙ୍କ ଆଜି ତାଙ୍କ ହରିଦାସପୁର ବାସଭବନରେ ୭୪ବର୍ଷ ବୟସରେ ପରଲୋକ ହୋଇଯାଇଛି । ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ପୁତ୍ର, କନ୍ୟା, ଭାଇ ଓ ପରିବାର ସଦସ୍ୟ ଉପସ୍ଥିତ ଥିଲେ । ସ୍ଥାନୀୟ ମହାରଥା ବିଦ୍ୟାପୀଠରେ ଶିକ୍ଷକତା ଜୀବନ ଆରମ୍ଭ କରିଥିବା ହମିଦ ସାର ସେହି ବିଦ୍ୟାଳୟରୁ ହିଁ ଅବସର ଗ୍ରହଣ କରିଥିଲେ । ଜଣେ ଛାତ୍ରବତ୍ସଳ ଓ ସ୍ନେହୀ ଶିକ୍ଷକ ଭାବରେ ଉତମ ଶିକ୍ଷାଦାନ ଦ୍ୱାରା ସେ ବହୁ ମେଧାବୀ ଛାତ୍ରଛାତ୍ରୀ ସୃଷ୍ଟି କରିପାରିଥିଲେ । ତାଙ୍କ ପରଲୋକ ଖବର ପାଇ ତାଙ୍କର ଅଗଣିତ ଛାତ୍ରଛାତ୍ରୀ, ଅଂଚଳବାସୀ ଓ ଶୁଭେଚ୍ଛୁ ତାଙ୍କ ବାସଭବନରେ ପହଂଚି ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ତାଙ୍କ ପରଲୋକରେ ତାଙ୍କ ପ୍ରିୟ ଛାତ୍ର ତଥା କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରା, ଭୁବନେଶ୍ୱର ଉତର ବିଧାୟକ ସୁଶାନ୍ତ କୁମାର ରାଉତ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଭାଗୀରଥି ବଡ଼ଜେନା, ଶିକ୍ଷାବିତ୍ ଓ ବାଲ୍ୟବନ୍ଧୁ ପ୍ରଦୀପ୍ତ ଛୋଟରାୟ, ତ୍ରିଲୋଚନ ପଣ୍ଡା, ପଣ୍ଡିତ ଉଦୟନାଥ ରଥ, ଅରୁଣ ଶ୍ରୀଚନ୍ଦନ, ଶତ୍ରୁଘ୍ନ ସାହୁ, ସଂକୀର୍ତନ ସେବକ ଲକ୍ଷ୍ମୀଧର ବେହେରା, ସମବାୟ ସଂଗଠକ ଅକ୍ଷୟ କୁମାର ଲେଙ୍କା, ଦୀପ୍ତିରଂଜନ ପଣ୍ଡା, ନିହାର ରଂଜନ ପଣ୍ଡା, ସୁରେନ୍ଦ୍ର କୁମାର ଖୁଂଟିଆ, ପୂର୍ବତନ କର୍ପୋରେଟର ସୁକୁମାର ସାହୁ, ଗାୟତ୍ରୀ ଲେଙ୍କା, ଜ୍ୟୋତ୍ସ୍ନାରାଣୀ ସାହୁ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଧିରେନ କର, ଆଡଭୋକେଟ ମିତ୍ରଭାନୁ ମହାପାତ୍ର ପ୍ରମୁଖ ଗଭୀର ଶୋକପ୍ରକାଶ କରିଛନ୍ତି । ତାଙ୍କର ଶେଷକୃତ୍ୟ ସ୍ଥାନୀୟ କବରଖାନାରେ ସମ୍ପାଦିତ ହୋଇଛି । ଓଡ଼ିଶା ସମାଚାର