Wednesday , October 4 2023
Breaking News
Home / ବିଶେଷ / ହାଇକୋର୍ଟ ବେଂଚ ପ୍ରତିଷ୍ଠା ଦାବି : ୨୪ ତାରିଖରେ ଓଡ଼ିଶା ହାଇକୋର୍ଟ ର ମୁଖ୍ୟ ବିଚାରପତିଙ୍କୁ ସାକ୍ଷାତ କରିବ କ୍ରିୟାନୁଷ୍ଠାନ କମିଟି

ହାଇକୋର୍ଟ ବେଂଚ ପ୍ରତିଷ୍ଠା ଦାବି : ୨୪ ତାରିଖରେ ଓଡ଼ିଶା ହାଇକୋର୍ଟ ର ମୁଖ୍ୟ ବିଚାରପତିଙ୍କୁ ସାକ୍ଷାତ କରିବ କ୍ରିୟାନୁଷ୍ଠାନ କମିଟି

ଜୟପୁର, ୨୨/୦୭/୨୦୧୯ ( ଓଡ଼ିଶା ସମାଚାର )- ହାଇକୋର୍ଟ ବେଂଚ ଦାବିରେ ଓଳିଲଙ୍କ କୋର୍ଟ ବର୍ଜନ ଜାରି ରହିଥିବା ବେଳେ ଆସନ୍ତା ୨୪ ତାରିଖରେ ହାଇକୋର୍ଟ ର ମୁଖ୍ୟ ବିଚାରପତି ଙ୍କୁ ସାକ୍ଷାତ କରିବ କ୍ରୟାନୁଷ୍ଠାନ କମିଟି । ଜୟପୁରରେ ଜିଲାକୋର୍ଟ ସହ ୨୧ଟି କୋର୍ଟରେ ତାଲା ଝୁଲୁଛି । ନବରଙ୍ଗପୁର, ମାଲକାନଗିରି, କୋରାପୁଟ ଜିଲାର ସମସ୍ତ କୋର୍ଟ ବନ୍ଦ ରହିଛି । ଓକିଲଙ୍କ କୋର୍ଟ ବର୍ଜନ ଆନ୍ଦୋଳନ ଡିସେମ୍ବର ୪ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଆଜିକୁ ୮ମାସରେ ପହଂଚିଛି । ୨୧ଟି କୋର୍ଟରେ ତାଲା ପକାଇଥିବାରୁ ସାଧାରଣ ଜନତା ବହୁ ହଇରାଣ ହେଉଥିବା ଲକ୍ଷ୍ୟ କରାଯାଇଛି । ତହସିଲ ଅଫିସରୁ ରେସିଡେନ୍ସ ସାଟିଫିକେଟ, ଇନକମ ସାଟିଫିକେଟ ଛାତ୍ର ଛାତ୍ରୀ ପାଇପାରୁନଥିବାବେଳେ ଜିଲା କୋର୍ଟ ଉପରେ ୧୪ଟି ବ୍ଲକ ନିର୍ଭର କରୁଥିବା ବେଳେ ବନ୍ଧୁ ଗାଁ, ନାରାୟଣପାଟଣା,ପଟାଙ୍ଗିର ମହକିଲ ମାନେ ଆସି ବହୁତ ହଇରାଣ ହେଉଥିବା ଲକ୍ଷ୍ୟ କରାଯାଇଛି । ବେଳ ହେଉନଥିବା ସହ ଶୁଣାଣି ମଧ୍ୟ ହୋଇପାରୁ ନଥିବାରୁ ମହକିଲମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଉଛନ୍ତି । ଏହି ଆନ୍ଦୋଳନ ଯୋଗୁଁ ଜେଲରେ ବିଚାରଧିନ ଅଭିଯୁକ୍ତ ସଂଖ୍ୟା ବଢ଼ୁଥିବାବେଳେ ରାଜ୍ୟସରକାର ହସ୍ତକ୍ଷେପ ନକଲେ ସାଧାରଣ ଜନତା ହଇରାଣ ହେଉଛନ୍ତି ।କାର୍ଯ୍ୟାଳୟ ସହ ଆଇନଜୀବି ସମ୍ପର୍କିତ ୨୧ଟି କୋର୍ଟରେ ତାଲା ଝୁଲୁଥିବାବେଳେ ତୁରନ୍ତ ରାଜ୍ୟ ସରକାର ପଦକ୍ଷେପ ନନେଲେ ଆଗାମି ଦିନରେ ଅବିଭକ୍ତ କୋରାପୁଟ ଜିଲାର ସମସ୍ତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କାର୍ଯ୍ୟଳୟରେ ତାଲା ଝୁଲିବ ବୋଲି ଚେତାବନି ଦେଇଛି କ୍ରିଆନୁଷ୍ଠାନ କମିଟି । ଏହି ଦାବି ନେଇ ସବୁ ମାସର ଶେଷ ୨ ଦିନ କୋର୍ଟ ବର୍ଜନ କରି ଧାରଣାରେ ବସିୁଥିବାବେଳେ ସରକାର ଦାବି ପ୍ରତି ଗୁରୁତ୍ୱ ଦେଉନଥିବାରୁ ଏପରି ପଦକ୍ଷେପ ନିଆଯାଇଛି । ତେଣୁ ରାଜ୍ୟ ସରକାର ଏହି ପଛୁଆ,ମାଓପ୍ରବଣ, ଗମନା ଗମନ କ୍ଷେତ୍ରରେ ଅବହେଳିତ ଏବଂ ସାକ୍ଷ୍ୟରତା ଦୃଷ୍ଟିରୁପଛରେ ରହିଛି । ତୁରନ୍ତ ରାଜ୍ୟସରକାର ହାଇକୋର୍ଟ ବେଂଚ ପ୍ରତିଷ୍ଠା ପାଇଁ ଘୋଷଣା କରନ୍ତୁ ବୋଲି କମିଟି ଦାବି କରିଥିବାବେଳେ ଆଗାମି ଦିନରେ ଅବିଭକ୍ତ କୋରାପୁଟ ଜିଲାକୁ ଠପ୍ କରାଯିବ ବୋଲି ଚେତାବନି ଦେଇକ୍ତି । ଅବିଭକ୍ତ କୋରାପୁଟ ଜିଲାର ୧୨ଟି ବାରର ସଭାପତି ଓ ସମ୍ପାଦକ କଟକଯାଇ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ସାକ୍ଷାତ କରି ହାଇକୋର୍ଟର ସ୍ଥାୟୀ ବେଂଚ ପ୍ରତିଷ୍ଠା ନେଇ ଦାବି ରଖିବେ । ଆସନ୍ତା୨୪ ତାରିଖରେ ସାକ୍ଷାତ କରିବା ପାଇଁ ହାଇକୋର୍ଟ ତରଫରୁ ଅନୁମତି ମିଳିଛି । ଅବିଭକ୍ତ କୋରାପୁଟ ଜିଲାରେ ହାଇକୋର୍ଟ ବେଂଚ ପାଇଁ ସମସ୍ତ ଭିତିଭୁମି ଥିବା ଯୁକ୍ତି ଦର୍ଶାଇବ କ୍ରିୟାନୁଷ୍ଠାନ କମିଟି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *