Wednesday , January 26 2022
Breaking News
Home / ବିଶେଷ / ସାରଥି ବାବା ଆଲିଆସ ସନ୍ତୋଷ ରାଉଳ ଙ୍କୁ ସର୍ତ ମୂଳକ ଜାମିନ ଦେଲେ ହାଇକୋର୍ଟ

ସାରଥି ବାବା ଆଲିଆସ ସନ୍ତୋଷ ରାଉଳ ଙ୍କୁ ସର୍ତ ମୂଳକ ଜାମିନ ଦେଲେ ହାଇକୋର୍ଟ

କଟକ, ୨୨/୦୭/୨୦୧୯ ( ଓଡ଼ିଶା ସମାଚାର )- ଆତ୍ମ ଘୋଷିତ ଭଗବାନ ସାରଥି ବାବା ଆଲିଆସ ସନ୍ତୋଷ ରାଉଳ ଙ୍କୁ ହାଇକୋର୍ଟ ସର୍ତ ମୂଳକ ଜାମିନ ପ୍ରଦାନ କରିଛନ୍ତି । ମିଳିଥିବା ତାଜା ସୂଚନା ଅନୁସାରେ କେନ୍ଦ୍ରାପଡ଼ା ବାରିମୂଳସ୍ଥିତ ସାରଥି ଆଶ୍ରମର ଅନ୍ତେବାସୀ ମା ଓ ଝିଅ ଙ୍କ ପକ୍ଷରୁ ଚାଲିଥିବା ମାମଲାରେ ହାଇକୋର୍ଟ ସର୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ଆତ୍ମଘୋଷିତ ଭଗବାନ ସାରଥି ଆଲିଆସ ସନ୍ତୋଷ ରାଉଳ ଙ୍କ ବିରୁଦ୍ଧରେ ମୋଟ ୩ ଟି ମାମଲା ଥିଲା । ପୂର୍ବରୁ ଦୁଇଟି ମାମଲାରେ ସାରଥି ଙ୍କୁ ଜାମିନ ମିଳିସାରିଛି । ଏହି ମାମଲାରେ ଜାମିନ ମିଳିଯିବା ଯୋଗୁ ସାରଥି ଖଲାସ ହେବା ପରିସ୍କାର ହୋଇ ଯାଇଛି । ପୂର୍ବରୁ ଏହି ମାମଲାର ଶୁଣାଣୀ ସରିଥିଲେ ମଧ୍ୟ ରାୟ ପ୍ରକାଶ କରାନଯାଇ ରଖାଯାଇଥିଲା । ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି । ୨ଲକ୍ଷ ଟଙ୍କାର ୨ ଟି ଜାମିନଦାର ବଦଳରେ ହାଇକୋର୍ଟ ସର୍ତ ମୂଳକ ଜାମିନ ପ୍ରଦାନ କରିଛନ୍ତି । ସର୍ତ ରହିଛି ସେ ସାକ୍ଷା ଙ୍କୁ ପ୍ରଭାବିତ କରିବେ ନାହିଁ । ଓଡ଼ିଶା ସମାଚାର

About admin

Check Also

ଆଶ୍ବସ୍ତି ଫାଉଣ୍ଡେସନ ରେ ସାଧାରଣତନ୍ତ୍ର ଦିବସ ପାଳିତ

କଟକ, ୨୬/୧/୨୦୨୨ (ଓଡ଼ିଶା ସମାଚାର)- ଅଗ୍ରଣୀ ସାମାଜିକସଂଗଠ “ଆଶ୍ବସ୍ତି ଫାଉଣ୍ଡେସନ’ ଏବଂ ବୀଣାପାଣି ଶିଶୁମନ୍ଦିର, ମଙ୍ଗଳାବାଗ ମଲାସାହି ମିଳିତ ଆନୁକୂଲ୍ୟରେ …

Leave a Reply

Your email address will not be published. Required fields are marked *