ଭୁବନେଶ୍ୱର, ୨୨/୦୭/୨୦୧୯ ( ଓଡ଼ିଶା ସମାଚାର )-ଅଧିକରୁ ଅଧିକ ଓଡ଼ିଶାବାସୀଙ୍କୁ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ୍ କରିବା, କାର୍ଯ୍ୟରତ ଏବଂ ପୂର୍ବତନ ପୌର ପ୍ରତିନିଧି ଏବଂ ପଂଚାୟତ ପ୍ରତିିନିଧି ଯଥା : ବର୍ତମାନ ଏବଂ ପୂର୍ବତନ ୱାର୍ଡ଼ମେମ୍ବର, ନାଏବ ସରପଂଚ, ସରପଂଚ, ପଂଚାୟତ ସମିତି ସଭ୍ୟ/ସଭ୍ୟା, ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟା, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଅଧ୍ୟକ୍ଷା, ଉପାଧ୍ୟକ୍ଷ, ଉପାଧ୍ୟକ୍ଷା, ପଂଚାୟତ ସମିତି ଅଧ୍ୟକ୍ଷ, ଅଧ୍ୟକ୍ଷା, ଉପାଧ୍ୟକ୍ଷ, ଉପାଧ୍ୟକ୍ଷାମାନଙ୍କୁ ଉପଯୁକ୍ତ ଦରମା, ଭତା, ପେନ୍ସନ, ସୁରକ୍ଷା ଓ ମର୍ଯ୍ୟାଦା ପ୍ରଦାନ କରିବା, ଅଣ୍ଡର ମାଟ୍ରିକ, ମାଟ୍ରିକ ପାସ୍, +୨ ପାସ୍, +୩ ପାସ୍୍ ଏବଂ ପୋଷ୍ଟ ଗ୍ରାଜୁଏଟମାନଙ୍କୁ ଚାକିରୀ କିମ୍ବା ରୋଜଗାର କିମ୍ବା ବେରୋଜଗାରୀ ଭତା ଗ୍ୟାରେଂଟି ଦେବା, ଗୃହିଣୀମାନଙ୍କୁ ମାସିକ ୫୦୦ଟଙ୍କା ଗୃହିଣୀ ଭତା ଦେବା, ୫୫ ବର୍ଷ ବୟସରୁ ମାସିକ ବାର୍ଦ୍ଧକ୍ୟ ଭତା ସର୍ବନିମ୍ନ ୫୦୦ଟଙ୍କା ଦେବା ଏବଂ ପ୍ରତିବର୍ଷ ୫୦ଟଙ୍କା ବୃଦ୍ଧି କରିବା, ଅବସରପ୍ରାପ୍ତ ସରକାରୀ ଓ ବେସରକାରୀ କର୍ମଚାରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ମାସିକ ୫୦୦ଟଙ୍କା ଚିକିତ୍ସା ଭତା ଦେବା, ପ୍ରତ୍ୟେକ ପରିବାରକୁ ଆଦର୍ଶ ଗୃହ ଯୋଗାଇଦେବା, କ୍ଷୁଦ୍ର, ନାମମାତ୍ର ଓ ବଡ଼ଚାଷୀମାନଙ୍କୁ ଏକର ପିଛା ୧୦ ହଜାର ଟଙ୍କା ସହାୟତା ଦେବା, ପେନସନ ଦେବା, ମାଗଣାରେ କୃଷି ଯନ୍ତ୍ରପାତି, ଉନ୍ନତ ଚାଷ ପଦ୍ଧତି ଏବଂ କୃଷି ଶ୍ରମିକ ଯୋଗାଇ ଦେବା, ପ୍ରତ୍ୟେକ ଗ୍ରାମ, ସାହି, ବସ୍ତି ଓ ଆପାର୍ଟମେଣ୍ଟର ଜୁନିଅର ଓ ସିନିଅର କ୍ରିକେଟ ଟିମ୍ ଗୁଡ଼ିକର ୧୦ବର୍ଷରୁ ଉଦ୍ଧ୍ୱର୍ କ୍ରିକେଟ ଖେଳାଳୀମାନଙ୍କୁ ପୋଷାକ ଏବଂ ଆର୍ଥିକ ସହାୟତା ଯୋଗାଇଦେବା ଦାବିରେ ଓଡ଼ିଶାର ସମସ୍ତ ୨୧ ଲୋକସଭା ଏବଂ ୧୪୭ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଇଣ୍ଡିଆନ୍ ସିଟିଜେନ୍ସ ପାର୍ଟିର କର୍ମୀ ସମ୍ମଳନୀ ଏବଂ ସାଧାରଣ ସଭା ଅନୁଷ୍ଠିତ ହେବ । ଓଡ଼ିଶାବାସୀ ବିପୁଳ ସଂଖ୍ୟାରେ ଯୋଗ ଦେବାକୁ ଇଣ୍ଡିଆନ୍ ସିଟିଜେନ୍ସ ପାର୍ଟି (ଆଇସିପି)ର ସଭାପତି ରମେଶ ଚନ୍ଦ୍ର ରାଉତ ଓଡ଼ିଶାବାସୀଙ୍କୁ ନିବେଦନ କରିଛନ୍ତି । ଓଡ଼ିଶା ସମାଚାର