Sunday , September 24 2023
Breaking News
Home / ବିଶେଷ / ବରିଷ୍ଠ ନାଗରିକ ମଂଚର ତ୍ରୈମାସିକ ପତ୍ରିକା ‘ସମ୍ପର୍କର ସେତୁ’ ଲୋକାର୍ପିତ

ବରିଷ୍ଠ ନାଗରିକ ମଂଚର ତ୍ରୈମାସିକ ପତ୍ରିକା ‘ସମ୍ପର୍କର ସେତୁ’ ଲୋକାର୍ପିତ

ଭୁବନେଶ୍ୱର ,୨୨/୦୭/୨୦୧୯(ଓଡ଼ିଶା ସମାଚାର)- ଓଡ଼ିଶା ଅବସରପ୍ରାପ୍ତ ବରିଷ୍ଠ ନାଗରିକ ମଂଚର ତ୍ରୈମାସିକ ସାହିତ୍ୟ ପତ୍ରିକା ‘ସମ୍ପର୍କର ସେତୁ’ ୩ୟ ବର୍ଷ ୪ର୍ଥ ସଂଖ୍ୟା ଭୁବନେଶ୍ୱର ଖାରବେଳ ନଗରସ୍ଥ ଓଡ଼େଶା ଭବନ ସମ୍ମିଳନୀ ଗୃହରେ ଲୋକାର୍ପିତ ହୋଇଛି । ଇଂ. ଉଦୟନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଢେଙ୍କାନାଳ ସାଂସଦ ଶ୍ରୀ ମହେଶ ସାହୁ- ମୁଖ୍ୟ ଅତିଥି, ବରିଷ୍ଠ କର୍ମଚାରୀ ନେତା ତଥା ବିଶିଷ୍ଟ ସ୍ତମ୍ଭକାର ଶ୍ରୀ ଦୁର୍ଗା ଚରଣ ନାୟକ – ମୁଖ୍ୟବକ୍ତା, ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକ ତଥା ଲେଖକ ଶ୍ରୀ ଗଗନ ବିହାରୀ ସାହୁ- ସମ୍ମାନିତ ଅତିଥି, ମଂଚର ବରିଷ୍ଠ ମାର୍ଗଦର୍ଶକ ତଥା ବିଶିଷ୍ଟ ପ୍ରବଚକ ଇଂ. ଗୁଣନିଧି ତ୍ରିପାଠୀ, ମଂଚ ଆବାହକ ତଥା ପତ୍ରିକାର ସମ୍ପାଦକ ଇଂ. ରମେଶ ଚନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଦିବଂଗତ ଦୁଇ ସଂଗ୍ରାମୀ କର୍ମଚାରୀ ନେତା ସ୍ୱର୍ଗତ ରାଜେନ୍ଦ୍ର ରାଉତ ଓ ସ୍ୱର୍ଗତ ଜଗବନ୍ଧୁ ସାହୁଙ୍କ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ୨୦୧୯ ବର୍ଷ ନିମିତ ଦୁଇ ପ୍ରମୁଖ କର୍ମଚାରୀ ନେତା ଶ୍ରୀ ନିର୍ମଳ ଚନ୍ଦ୍ର ଦାସଙ୍କୁ ସାଥି ରାଜେନ୍ଦ୍ର ରାଉତ ସ୍ମୃତି ସମ୍ମାନ ଓ ଶ୍ରୀମତୀ ଜ୍ୟୋତ୍ସ୍ନାମୟୀ ଦେଇଙ୍କୁ ସାଥି ଜଗବନ୍ଧୁ ସାହୁ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା । ଚାରିଥର ବିଧାୟକ ଭାବେ ଓ ଚଳିତ ବର୍ଷ ଢେଙ୍କାନାଳ ସଂସଦୀୟ କ୍ଷେତ୍ରରୁ ବିଜେଡ଼ି ସାଂସଦ ଭାବେ ନିର୍ବାଚିତ ଯୁବନେତା ଶ୍ରୀ ମହେଶ ସାହୁଙ୍କୁ ତାଙ୍କର ଉତ୍ସର୍ଗୀକୃତ ଜନସେବା ନିମିତ ମଂଚଞ୍ଚ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ବରିଷ୍ଠ ନାଗରିକମାନଙ୍କ ପାଇଁ ବରିଷ୍ଠ ନାଗରିକମାନଙ୍କ ଦ୍ୱାରା ଏବଂ ବରିଷ୍ଠ ନାଗରିକମାନଙ୍କର ତ୍ରୈମାସିକ ପତ୍ରିକା ‘ସମ୍ପର୍କର ସେତୁ’ ସାରା ରାଜ୍ୟରେ ବିଗତ ତିନି ବର୍ଷ ମଧ୍ୟରେ ସଂପର୍କ ଯୋଡ଼ିବାରେ ସକ୍ଷମ ହୋଇଛି ବୋଲି ମୁଖ୍ୟ ଅତିଥି ଶ୍ରୀ ସାହୁ ତାଙ୍କ ବକ୍ତବ୍ୟରେ କହିଥିଲେ । ରାଜ୍ୟର ବିଭିନ୍ନ ସ୍ଥାନରୁ ବହୁଳ ସଂଖ୍ୟାରେ ଆସି ବରିଷ୍ଠ ନାଗରିକ ମଂଚର ଉକ୍ତ ପୂଜ୍ୟପୂଜା ଭିତିକ ଓଡ଼ିଆ ଭାଷା ସାହିତ୍ୟର କାର୍ଯ୍ୟକ୍ରମରେ ଯୋଗ ଦେଇଥିବାରୁ ମଂଚର ଅନ୍ୟତମ ଆବାହକ ଇଂ. ବ୍ରଜ କିଶୋର ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *