Thursday , May 26 2022
Breaking News
Home / ବିଶେଷ / ପାରାଦ୍ୱୀପ ପ୍ରେସ୍ ମିଡିଆର ନୂତନ କର୍ମକର୍ତା ଚୟନ

ପାରାଦ୍ୱୀପ ପ୍ରେସ୍ ମିଡିଆର ନୂତନ କର୍ମକର୍ତା ଚୟନ

ଶଶାଙ୍କ ହେଲେ ନୂତନ ସଭାପତି
ପାରାଦ୍ୱୀପ, ୨୨/୦୭/୨୦୧୯ ( ଓଡ଼ିଶା ସମାଚାର )- ପାରାଦ୍ୱୀପ ପ୍ରେସ ମିଡିଆର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପାରାଦ୍ୱୀପ ପ୍ରେସ କ୍ଳବ ପରିସରରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ଉପସ୍ଥିତ ସମସ୍ତ ସଭ୍ୟଙ୍କ ସର୍ବସମ୍ମତିକ୍ରମେ କମିଟିର ନୂତନ କର୍ମକର୍ତା ଚୟନ କରାଯାଇଥିଲା । ପୂର୍ବତନ କର୍ମକର୍ତାଙ୍କ କାର୍ଯ୍ୟକାଳ ପୂରି ଯାଇଥିବାହେତୁ ନୂତନ ସଭାପତି ଓ କମିଟିର ସଭ୍ୟ ଚୟନ କରାଯାଇଥିଲା । ଏଥିରେ ସର୍ବସମ୍ମତିକ୍ରମେ ଶଶାଙ୍କ ଶେଖର ଆଚାର୍ଯ୍ୟଙ୍କୁ ସଭାପତି ରୂପେ ମନୋନୀତ କରାଯାଇଥିବାବେଳେ ବରିଷ୍ଠ ସାମ୍ବାଦିକ ଆଶିଷ ସେନାପତି, ମନୋଜ କର, ଅମରନାଥ ପରିଡା, ଗଗନ ବିହାରୀ ସାହୁ, ବିବେକ ସ୍ୱାଇଁ, ସିଦ୍ଧାର୍ଥ ଦାସ, ଅମିୟ ଦାସ, ଧୃର୍ବଚରଣ ମହାପାତ୍ର, ଅରୁଣ ଓଝା, ଗଙ୍ଗାଧର ରାଉତ ଓ ରବିନ୍ଦ୍ର କୁମାର ଜେନାଙ୍କୁ ପରାମର୍ଶଦାତା ରୂପେ ମନୋନୀତ କରାଯାଇଥିଲା । ସେହିପରି ଭାବେ ବିଶ୍ୱନାଥ ବଳ ଓ ପଂଚାନନ ବେହେରା ଉପସଭାପତି, ରତ୍ନାକର ଜେନା ସାଧାରଣ ସମ୍ପାଦକ, ସଞ୍ଜିବ ମିଶ୍ର ଯୁଗ୍ମ ସମ୍ପାଦକ, ନରେଶ ଚନ୍ଦ୍ର ବାରିକ ଓ ସୁଧାଶୁଂ ନାୟକ ସହ ସମ୍ପାଦକ, ସଙ୍ଘମିତ୍ରା ସ୍ୱାଇଁ ସଙ୍ଗଠନ ସମ୍ପାଦିକା , ଦୀପକ ଦାସ କୋଷାଧ୍ୟକ୍ଷଙ୍କ ସମେତ କାର୍ଯ୍ୟକାରୀ କମିଟିରେ ନାରୟଣ ବେହେରା, ଜଗବନ୍ଧୁ ସ୍ୱାଇଁ, ବାମଦେବ ସାହୁ, ବିବେକାନନ୍ଦ ରାଉତ, ରଶ୍ମିରଞ୍ଜନ ରାଉତରାୟ, ବିନୟ ରାୟ, ସଞ୍ଜୟ ମିଶ୍ର, ଜ୍ଞାନଞ୍ଜୟ ମହାନ୍ତି, ଉପେନ୍ଦ୍ର ଗୁରୁ, ପୁରୁଷୋତମ ଶତପଥି, ପ୍ରଭାତ କୁମାର ମହାପାତ୍ର, ଦିପ୍ତି ପ୍ରସାଦ ପଣ୍ଡା, ପ୍ରଶାନ୍ତ ସ୍ୱାଇଁ ପ୍ରମୁଖ ମନୋନିତ ହୋଇଥିଲେ । ଶେଷରେ ସଂଘରେ ବିଶୃଙ୍ଖଳିତ ଆଚରଣ, ସଙ୍ଘ ବିରୋଧି ମନୋମୁଖି କାର୍ଯ୍ୟକଳାପ ଓ ଅର୍ଥ ଅନିୟମିତତା ପାଇଁ ସର୍ବସମ୍ମତିକ୍ରମେ ପୂର୍ବତନ ସଭାପତି ବସନ୍ତ ସାହୁ, ସାଧାରଣ ସମ୍ପାଦକ ବଟକୃଷ୍ଣ ଦାସ ଓ କୋଷାଧ୍ୟକ୍ଷ ସୁରେନ୍ଦ୍ର ବିଶ୍ୱାଳଙ୍କୁ ସଂଘରୁ ବହିଷ୍କୃତ କରାଯାଇଥିଲା । ଏହି ସଭା କାର୍ଯ୍ୟକୁ ଉପଦେଷ୍ଠା ଗଗନ ବିହାରୀ ସାହୁ, ଧୃର୍ବଚରଣ ମହାପାତ୍ର ଓ ରବିନ୍ଦ୍ର କୁମାର ଜେନା ପରିଚାଳନା କରିଥିବାବେଳେ ନୂତନ ସଭାପତି ଶଶାଙ୍କ ଶେଖର ଆଚାର୍ଯ୍ୟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଗଜପତି କୃଷ୍ଣଚନ୍ଦ୍ର ନାରାୟଣ ଦେବଙ୍କ ଅବଦାନ ଅତୁଳନୀୟ

ଭୁବନେଶ୍ୱର , ୨୫/୦୫/୨୦୨୨( ଓଡ଼ିଶା ସମାଚାର )-: ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ସୂତ୍ରଧର, ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ …

Leave a Reply

Your email address will not be published. Required fields are marked *