Friday , October 22 2021
Breaking News
Home / ବିଶେଷ / ଜିଲ୍ଲାପାଳଙ୍କ ଅଫିସ୍ ନିକଟରୁ ନରକଙ୍କାଳ ଉଦ୍ଧାର

ଜିଲ୍ଲାପାଳଙ୍କ ଅଫିସ୍ ନିକଟରୁ ନରକଙ୍କାଳ ଉଦ୍ଧାର

ଖୋର୍ଦ୍ଧା, ୨୨/୦୭/୨୦୧୯ ( ଓଡ଼ିଶା ସମାଚାର )–ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟ ଇଭିଏମ୍ ଷ୍ଟ୍ରଙ୍ଗରୁମ୍ ସମ୍ମୁଖରେ ଅର୍ଦ୍ଧନିର୍ମିତ ଡ୍ରେନ୍ ମଧ୍ୟରୁ ରବିବାର ଏକ ନରକଙ୍କାଳକୁ ପୁଲିସ ଉଦ୍ଧାର କରିଛି । ଉକ୍ତ ଡ୍ରେନ୍ ମଧ୍ୟରେ ଏକ ନରକଙ୍କାଳ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ଏହି ଖବର ପ୍ରଚାରିତ ହେବାମାତ୍ରେ ଶତାଧିକ ଲୋକ ସେଠାରେ ରୁଣ୍ଡ ହୋଇଥିଲେ । ସ୍ଥାନୀୟ ଲୋକେ ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା ସମୟରେ ପୁଲିସକୁ ଖବର ଦେଇଥିଲେ । ଥାନା ଅଧିକାରୀ ଉମାଶଙ୍କର ସିଂଙ୍କ ନେତୃତ୍ୱରେ ଏକ ଟିମ୍ ସେଠାରେ ପହଂଚିଥିଲା । ଏହାର କିଛି ସମୟ ପରେ ଏସଡିପିଓ ସୁଶୀଲ କୁମାର ମିଶ୍ର ମଧ୍ୟ ସେଠାରେ ପହଂଚିଥିଲେ । ଉକ୍ତ ନରକଙ୍କାଳର ଖପୁରି ଥିବାବେଳେ ଏହାର କିଛି ଅଂଶରେ ମାଂସ ଲାଗି ପଚିଯାଇଥିବା ଦେଖିବାକୁ ମିଳିଥିଲା । ଏହା ପ୍ରାୟ ୨୫ଦିନର କଙ୍କାଳ ବୋଲି ପୁଲିସ ଅନୁମାନ କରୁଛି । ପୁଲିସ କଙ୍କାଳକୁ ଜବତ କରି ତଦନ୍ତ ଜାରି ରଖିଛି । ଏଫ୍ଏମଟି ପରେ ଏହା ପୁରୁଷ ନା ମହିଳାଙ୍କ କଙ୍କାଳ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି । ତେବେ କିଏ ଓ କାହିଁକି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଏଭଳି ଏକ ନରକଙ୍କାଳକୁ ଫିଙ୍ଗିଛି, ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏସ୍ଡିପିଓ ଶ୍ରୀ ମିଶ୍ରଙ୍କ କହିଛନ୍ତି ଯେ କଙ୍କାଳଟିକୁ କୌଣସି କୁକୁର ଆଣି ଏଠାରେ ପକାଇ ଦେଇଥାଇପାରେ । ଏହା ପରୀକ୍ଷା କରିବା ପରେ ପ୍ରକୃତରେ ଏହା ମଣିଷ କଙ୍କାଳ ନା ଅନ୍ୟ କେଉଁ ପଶୁଙ୍କର ଜଣାପଡ଼ିବ । ମାତ୍ର ଏହାକୁ ନେଇ କୌଣସି ଗୁଜବ କରିବାର ଆବଶ୍ୟକତା ନାହିଁ । ଓଡ଼ିଶା ସମାଚାର

About admin

Check Also

ସନ୍ଦେହ ଘେରରେ ଯୁବ ବ୍ୟବସାୟୀ ଲିଟୁ (କବାଡିଆ)ନିଖୋଜ ମାମଲା

ପାରାଦୀପ,୨୨/୧୦/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ଅଂଚଳର ଜଣାଶୁଣା କବାଡିଆ ବ୍ୟବସାୟୀ ବିଶ୍ୱ ଭୂଷଣ ରାଉତରାୟ (ଲିଟୁ) ନିଖୋଜ ମାମଲାର ପର୍ଦ୍ଧାଫାଶ୍ ଏଯାଏ …

Leave a Reply

Your email address will not be published. Required fields are marked *