Tuesday , October 26 2021
Breaking News
Home / କୃଷି / ଚାଷୀ ଭାଇ ମାନଙ୍କ ପାଇଁ ଖୁସିର ଖବର – ଆଜି ଠାରୁ ବର୍ଷିବ

ଚାଷୀ ଭାଇ ମାନଙ୍କ ପାଇଁ ଖୁସିର ଖବର – ଆଜି ଠାରୁ ବର୍ଷିବ

ଭୁବନେଶ୍ୱର, ୨୨/୦୭/୨୦୧୯ ( ଓଡ଼ିଶା ସମାଚାର )- ଚାଷୀ ଭାଇ ମାନଙ୍କ ପାଇଁ ଖୁସିର ଖବର । ଦୀର୍ଘ ଦିନ ହେବରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ନିଷ୍କ୍ରିୟହୋଇପଡ଼ିଥିବା ବେଳେ ୨୨ ତାରିଖ ପରଠାରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିପାରେ । ଏ ନେଇଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି । ୨୨ ତାରିଖରେ ରାଜ୍ୟର୧୧ଟି ଜିଲ୍ଲା ବରଗଡ଼, ସମ୍ଭଲପୁର, ଝାରସୁଗୁଡ଼ା,କେନ୍ଦୁଝର, ଦେଓଗଡ଼, କନ୍ଧମାଳ, କଳାହାଣ୍ଡି,ବୌଦ୍ଧ, ମୟୂରଭଞ୍ଜ, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି କେନ୍ଦ୍ରୀୟ ଓ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପ୍ରକାଶ କରିଛି । ୨୩ ତାରିଖରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବା ବେଳେ ୨୪ ତାରିଖରୁ ବର୍ଷାର ପରିମାଣ ବଢ଼ିବ । କୋରାପୁଟ,ଗଜପତି, ରାୟଗଡ଼ା, ନବରଙ୍ଗପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ସେହିପରି କେନ୍ଦ୍ରୀୟ ଓଡ଼ିଶା ଏବଂ ଦକ୍ଷିଣ ଓ ଉଚ୍ଛର ଉପକୂଳ ଓଡ଼ିଶାରେ ମଧ୍ୟ ବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପ୍ରକାଶ କରିଛି । ୨୫ ତାରିଖରେ କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି,ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର, ଦେବଗଡ଼ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳବର୍ଷା ହୋଇପାରେ । ଏପଟେ ବର୍ଷା ନହେବା କାରଣରୁ ବିଭିନ୍ନଜିଲ୍ଲାରେ ମରୁଡ଼ି ପରିସ୍ଥିତି ଉପୁଜିଛି । ରାଜ୍ୟରେ ଜୁନ୍ମାସ ୧ ତାରିଖରୁ ଜୁଲାଇ ୧୯ ତାରିଖ ପର୍ଯ୍ୟନ୍ତ୨୬.୩ ପ୍ରତିଶତ କମ୍ ବର୍ଷା ହୋଇଛି । ସେହିପରି୨୧ ଜିଲ୍ଲାରେ ସ୍ୱାଭାବିକଠାରୁ ବୃଷ୍ଟିପାତର ପରିମାଣକମ୍ ଥିବାବେଳେ ଏହି ଜିଲ୍ଲାକୁ ମରୁଡ଼ି ଭୟ ରହିଛି । ତେଣୁ ଆଗାମୀ ଦିନରେ ଆବଶ୍ୟକ ଅନୁପାତରେ ବର୍ଷା ନହେଲେ ଆପାତକାଳୀନ କୃଷି ଯୋଜନା ଅନୁଯାୟୀ ରାଜ୍ୟ ସରକାର ଉପଯୁକ୍ତ ପଦକ୍ଷେପ ନେବେ ବୋଲି କହିଛନ୍ତି । ଏପରି ସ୍ଥଳେ ରାଜ୍ୟର ବିଭିନ୍ନ ଅଂଚଳରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ଯେଉଁ ଆକଳନ କରିଛି, ସେନେଇ ଚାଷୀ ମହଲରେ ସାମାନ୍ୟ ଆଶ୍ୱସ୍ତି ଦେଖିବାକୁ ମିଳିଛି । ଓଡ଼ିଶା ସମାଚାର

About admin

Check Also

ଆଗେ ଵୁଣୁ ପଛେ ଵୁଣୁ, ଗର୍ଭଣା କୁ ଟୁଣୁ ଟୁଣୁ’ :  କଟକ ସଦର ଅଞ୍ଚଳରେ ଗର୍ଭଣା ସଂକ୍ରାନ୍ତି

କଟକ ସଦର, ୧୭/୧୦/୨୦୨୧(ଓଡ଼ିଶା ସମାଚାର/ଵିଷ୍ଣୁ ବେହେରା):ଓଡିଶାର ପର୍ବପର୍ବାଣୀ ଗୁଡ଼ିକ ମଧ୍ୟରେ ସାଧାରଣତଃ ଋତୁ, ଧର୍ମ ଓ ସାମାଜିକ ଭିତ୍ତିରେ ଅନେକ …

Leave a Reply

Your email address will not be published. Required fields are marked *