Tuesday , October 26 2021
Breaking News
Home / ବିଶେଷ / କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ କଲ୍ୟାଣ ବୋର୍ଡର୪୨୭.୦୫ କୋଟି ଟଙ୍କା ସେସ୍ ଆଦାୟ

କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ କଲ୍ୟାଣ ବୋର୍ଡର୪୨୭.୦୫ କୋଟି ଟଙ୍କା ସେସ୍ ଆଦାୟ

ଭୁବନେଶ୍ୱର, ୨୨/୦୭/୨୦୧୯ ( ଓଡ଼ିଶା ସମାଚାର )-୨୦୧୬-୧୭ ଏବଂ ୨୦୧୭-୧୮ଆର୍ଥିକ ବର୍ଷ ତୁଳନାରେ ୨୦୧୮-୧୯ରେ ସେସ୍ ପରିମାଣ ଆଦାୟଦିଗରେ ଉଲ୍ଲେଖନୀୟ ସଫଳତା ମିଳିଛି । ୨୦୧୬-୧୭ରେ ୧୯୪ କୋଟିଟଙ୍କା, ୨୦୧୭-୧୮ରେ ୨୩୩କୋଟି ଟଙ୍କା ଆଦାୟ ହୋଇଥିବାବେଳେ୨୦୧୮-୧୯ରେ ଏହି ସେସ ୍ଆଦାୟରେ ବ୍ୟାପକ ଭାବେ ବୃଦ୍ଧି ଘଟି ୪୨୭.୦୫ କୋଟି ଟଙ୍କାରେ ପହଂଚିଛି, ଯାହାକି ରାଜ୍ୟରେ ନୂତନ ରେକର୍ଡ ସୃଷ୍ଟି କରିଛି, ସେହିପରି ରାଜ୍ୟରେ ପ୍ରଥମ ଥର କରି ଏସ୍.ବି.କଲେକ୍ଟ ମାଧ୍ୟମରେ ସେସ୍ ଆଦାୟ ପାଇଁ ବ୍ୟବସ୍ଥା କରାଯାଉଛି । ଗତ ଆର୍ଥିକ ବର୍ଷରେ ରାଜ୍ୟରେ ସମୁଦାୟ ୫୦୦ରୁଉଦ୍ଧ୍ୱର୍ ବଂଟନ ଶିବିର ଅନୁଷ୍ଠିତ ହୋଇଥିଲା ଯାହାକି ଯୋଜନା ଗୁଡ଼ିକ ଲୋକମାନଙ୍କଦ୍ୱାରା ଆଦୃତ ଏବଂ ସ୍ୱଚ୍ଛତା ବଜାୟ ଦିଗରେ ସହାୟକ ହୋଇଥିଲା । ସାମାଜିକ ନିରାପତାଜନିତ ସାହାଯ୍ୟକୁ ସର୍ବାଧିକାର ଦିଆଯାଇଥିଲା ଏବଂ ଏସଂକ୍ରାନ୍ତୀୟ ଖର୍ଚ୍ଚ ୨୦୧୭-୧୮ରେ୯୭ କୋଟି ଟଙ୍କା ଥିବାବେଳେ୨୦୧୮-୧୯ରେ ଏହି ବୃଦ୍ଧି ଘଟି୧୮୨ କୋଟି ଟଙ୍କା ହୋଇଥିଲା । ତତ୍ସହିତ ବଂଟନ କାର୍ଯ୍ୟକ୍ରମରେ ସ୍ୱଚ୍ଛତାବଜାୟ ରଖିବା ନିମନ୍ତେ ଆଦାର ନଂ କୁକଡ଼ାକଡ଼ି ଭାବେ ଯାଂଚ କରାଯାଉଛି । କୋଠାବାଡ଼ି ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକମାନଙ୍କର ଅନ୍ଲାଇନ୍ ପଞ୍ଜୀକରଣପ୍ରକ୍ରିୟା ଉପରେ ବିଶେଷ ଗୁରୁତ୍ୱଦିଆଯାଇଥିଲା । ୨୦୧୮-୧୯ରେ୪.୮୦ ଲକ୍ଷ ଶ୍ରମିକ ପଞ୍ଜୀକୃତହୋଇଥିଲେ ।ଏଯାବତ୍ ରାଜ୍ୟରେ ୨୭ଲକ୍ଷ ଶ୍ରମିକଙ୍କର ପଞ୍ଜୀକରଣ ହୋଇଛିଏବଂ ପଞ୍ଜୀକରଣ ସମୟରେ ଆଧାରଲିଙ୍କେଜ୍ କରିବା ପାଇଁ ସ୍ୱତନ୍ତ୍ର ଭାବେଧ୍ୟାନ ଦିଆଯାଉଛି । ଓଡ଼ିଶା ସମାଚାର

About admin

Check Also

ସାତଭାୟା ମନ୍ଦିର ପରିସରରେ ମିଶନଶକ୍ତି ଗୃହ ନିର୍ମାଣକୁ ମହିଳାଙ୍କ ବିରୋଧ

କେନ୍ଦ୍ରାପଡ଼ା, ୨୫/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ରାଜନଗର ବ୍ଲକ ଅନ୍ତର୍ଗତ ସାତଭାୟା ପଂଚାୟତର ପଂଚୁବରାହୀଙ୍କ ମନ୍ଦିର ପରିସରରେ ଜନଗହଳି ସ୍ଥାନରେ …

Leave a Reply

Your email address will not be published. Required fields are marked *