Monday , October 18 2021
Breaking News
Home / କ୍ରୀଡ଼ା / କଳା ଓ କ୍ରୀଡ଼ା ଶିକ୍ଷକ ମହାସଂଘର ରାଜ୍ୟସ୍ତରୀୟ ବୈଠକ

କଳା ଓ କ୍ରୀଡ଼ା ଶିକ୍ଷକ ମହାସଂଘର ରାଜ୍ୟସ୍ତରୀୟ ବୈଠକ

ଗଣଶିକ୍ଷାମନ୍ତ୍ରୀଙ୍କୁ ଦୁଃଖ ଜଣାଇବେ ୬ ହଜାର କଳା ଓ କ୍ରୀଡ଼ା ଶିକ୍ଷକ
ଭୁବନେଶ୍ୱର, ୨୨/୦୭/୨୦୧୯ ( ଓଡ଼ିଶା ସମାଚାର )- ଓଡ଼ିଶା କଳା ଓ କ୍ରୀଡ଼ା ଶିକ୍ଷକ ମହାସଂଘର ରାଜ୍ୟସ୍ତରୀୟ ବୈଠକ ପ୍ରାଥମିକ ଶିକ୍ଷକ ଫେଡ଼େରେସନ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ରାଜ୍ୟର ସମସ୍ତ ଜିଲ୍ଲାର କର୍ମକର୍ତାମାନେ ଯୋଗଦେଇ ୬ ବର୍ଷ ଧରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ପାର୍ଟ ଟାଇମ୍ ଭାବେ ନିଯୁକ୍ତି ପାଇଥିବା କଳା ଓ କ୍ରୀଡ଼ା ପ୍ରଶିକ୍ଷକମାନଙ୍କର ବର୍ତମାନ ଦୁଃଖ ଦୁର୍ଦ୍ଦଶାକୁ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ନିର୍ଦ୍ଦିଷ୍ଟ ମାସିକ ବେତନ ନ ମିଳିବା, ଭିନ୍ନ ଭିନ୍ନ ଜିଲ୍ଲାରେ କର୍ତୃପକ୍ଷ ନାନା ସମସ୍ୟା ଦର୍ଶାଇ ବେତନ କାଟ କରିବା, ବର୍ତମାନ ମାସିକ ୪୯୧୨ଟଙ୍କା ବେତନ ମଧ୍ୟରେ କଳା ଓ କ୍ରୀଡ଼ା ଶିକ୍ଷକଙ୍କ ପାରିବାରିକ ଅନାଟନ ମଧ୍ୟରେ ମାନସିକ ଯନ୍ତ୍ରଣା ସହ ଗତି କରିବା, ସରକାର ଦୀର୍ଘ ବର୍ଷରୁ ୭୧୫୦ଟଙ୍କା ବେତନ ଦେବା ନିମନ୍ତେ ବିଧାନସଭାର ପବିତ୍ର ଗୃହରେ ପ୍ରକାଶ କରି ମଧ୍ୟ ଏପର୍ଯ୍ୟନ୍ତ ନ ଦେବା, ସମସ୍ୟାଗୁଡ଼ିକ କଳା ଓ କ୍ରୀଡ଼ା ଶିକ୍ଷକଙ୍କୁ ବେଡ଼ି ଉପରେ କୋରଡ଼ା ମାଡ଼ ସଦୃଶ ହୋଇଛି । ମହାସଂଘ ଦୀର୍ଘ ୬ ବର୍ଷ ଧରି ସରକାରଙ୍କୁ ତାର ନ୍ୟାର୍ଯ୍ୟ ଦାବୀ ପାର୍ଟ ଟାଇମ୍ ଉଚ୍ଛେଦ ସହ ପୂର୍ଣ୍ଣ ଶିକ୍ଷକର ମାନ୍ୟତା, ମାସିକ ବେତନ, ସରକାରଙ୍କ ପୂର୍ବ ନିର୍ଦ୍ଧାରିତ ୭୧୫୦ ଟଙ୍କା ଦେବା ପାଇଁ ଦାବୀ କରିଆସୁଥିଲେ ମଧ୍ୟ ସରକାର ଏଥିପ୍ରତି କର୍ଣ୍ଣପାତ କରୁନଥିବା କଳା ଓ କ୍ରୀଡ଼ା ଶିକ୍ଷକମାନଙ୍କୁ ମର୍ମାହତ କରିଛି । କିନ୍ତୁ ସାଧାରଣ ନିର୍ବାଚନ ପରେ ନୂତନ ମନ୍ତ୍ରୀ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉପରେ କଳା ଓ କ୍ରୀଡ଼ା ଶିକ୍ଷକଙ୍କ ପ୍ରଗାଢ ଆଶା ଓ ଭରସା ରହିଛି । ଆଗାମୀ ଦିନରେ ୬ ହଜାର କଳା ଓ କ୍ରୀଡ଼ା ଶିକ୍ଷକଙ୍କ ଦୁଃଖ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ବିଭାଗୀୟ ମନ୍ତ୍ରୀଙ୍କୁ ନମ୍ରତାର ସହ ଜଣାଇବା ନିମନ୍ତେ ନିଷ୍ପତ୍ତିି ଗ୍ରହଣ କରାଯାରଇଛି । ଆଗାମୀ ଦିନରେ କଳା ଓ କ୍ରୀଡ଼ା ଶିକ୍ଷକଙ୍କ ଅବସ୍ଥା ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମାଧାନ ହେବା ଆଶାପୋଷଣ କରି ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାରିବାରିକ ରକ୍ଷଣାବେକ୍ଷଣ ସୁଦୃଢ ହୋଇପାରିବ ବୋଲି ଓଡ଼ିଶା କଳା ଓ କ୍ରୀଡ଼ା ମହାସଂଘ ପକ୍ଷରୁ ଦୃଷ୍ଟି ଆକର୍ଷଣ କରାଯାଇଛି । ଜୟନ୍ତ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ସଭାରେ ଓଡ଼ିଶା ସରକାର କ୍ରୀଡ଼ା ଓ କଳାକୁ ବହୁମାତ୍ରାରେ ପ୍ରାଧାନ୍ୟ ଦେଉଥିବା ହେତୁ ସରକାରଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ମହାସଂଘର ଆବାହକ ଚନ୍ଦ୍ରଶେଖ ପାଢୀ ଏବଂ ପ୍ରଦୀପ କୁମାର ଦାସ ଐକ୍ୟବଦ୍ଧ ସଂଗ୍ରାମ ହିଁ ଦାବି ହାସଲର ମୂଳମନ୍ତ୍ର ଭାବେ ଗ୍ରହଣ କରିବାକୁ କଳା ଓ କ୍ରୀଡ଼ା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଆହ୍ୱାନ କରିଥିଲେ । ଚିତ୍ରକଳା ସଭାପତି ଜଗତଜୀବନ ନାୟକ, କ୍ରୀଡ଼ା ସମ୍ପାଦକ ରଶ୍ମୀରଞ୍ଜନ ସାହାଣୀ ଏବଂ ସ୍ୱାତିମୁକ୍ତା, ଯାଜ୍ଞସେନୀ ବିଶ୍ୱାଳ, ସୁଶାନ୍ତ ସାହୁ, ମାନସ କୁମାର ମହାନ୍ତି, ଅନିଲ୍ କୁମାର ମହାନ୍ତି, ସୁଜିତ୍ ମହାପାତ୍ର, ବିଜୟ ବାରିକ, ବିଜନ ଦାସ, ବିଶ୍ୱରଞ୍ଜନ ସ୍ୱାଇଁ, ଦୟାସାଗର ବୈଶାଖ ଆଲୋଚନାରେ ଅଂଶଗ୍ରହଣ କରି ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଇନ୍ଦୁପୁର ହାଇସ୍କୁଲ ପୂରାତନ ଛାତ୍ର ସଂସଦର ବନ୍ଧୁ ମିଳନ ଓ ଆଲୋଚନା ଚକ୍ର

କେନ୍ଦ୍ରାପଡ଼ା, ୧୬/୧୦/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଇନ୍ଦୁପୁର ହାଇସ୍କୁଲ ସମ୍ମିଳନୀ କକ୍ଷରେ ସଂସଦର କାର୍ୟ୍ୟକାରୀ ସଭାପତି ପ୍ରଫୁଲ୍ଲ କୁମାର ଜେନାଙ୍କ …

Leave a Reply

Your email address will not be published. Required fields are marked *