Thursday , September 28 2023
Home / ବିଶେଷ / ଓଡ଼ିଶା ବିଭାଗୀୟ ମୁଖ୍ୟ ଦପ୍ତର ଦପ୍ତର ସ୍ୱଳ୍ପବେତନଭୋଗୀ ସରକାରୀ କର୍ମଚାରୀ ସଂଘର ୩୦ତମ ପ୍ରତିଷ୍ଠା ଦିବସ ପାଳନ

ଓଡ଼ିଶା ବିଭାଗୀୟ ମୁଖ୍ୟ ଦପ୍ତର ଦପ୍ତର ସ୍ୱଳ୍ପବେତନଭୋଗୀ ସରକାରୀ କର୍ମଚାରୀ ସଂଘର ୩୦ତମ ପ୍ରତିଷ୍ଠା ଦିବସ ପାଳନ

ଭୁବନେଶ୍ୱର ,୨୨/୦୭/୨୦୧୯(ଓଡ଼ିଶା ସମାଚାର / ଦୀପ୍ତିରଂଜନ କାନୁନଗୋ)-ଓଡ଼ିଶା ବିଭାଗୀୟ ମୁଖ୍ୟ ଦପ୍ତର ସ୍ୱଳ୍ପବେତନଭୋଗୀ ସରକାରୀ କର୍ମଚାରୀ ସଂଘର ୩୦ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି କର୍ମଚାରୀମାନଙ୍କ ନ୍ୟାୟୋଚିତ ଦାବି ଯଥାର୍ଥ ଓ ଆଲୋଚନା ମାଧ୍ୟମରେ ସମାଧାନ କରାଯାଇପାରିବ ବୋଲି ସଭାରେ କହିଥିଲେ ।
ଏହି ସଭାରେ ତାଙ୍କୁ ସଂଘର ମୁଖ୍ୟ ଉପଦେଷ୍ଟା ଭାବରେ ଅଭିଷିକ୍ତ କରାଯାଇଥିଲା । ବିଧାୟକ ଶ୍ରୀ ଜେନା ମୁଖ୍ୟ ଉପଦେଷ୍ଟା ପଦକୁ ସାଦରେ ଗ୍ରହଣ କରିଥିଲେ । ବିଧାୟକ ମୁଖ୍ୟ ଉପଦେଷ୍ଟା ପଦ ମଣ୍ଡନ କରିଥିବାରୁ ସମସ୍ତ କର୍ମଚାରୀ ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇଥିଲେ ।
ସଂଘର ପ୍ରଥମ ଅଧିବେଶନ ପୂର୍ବାହ୍ନ ଘ.୮.୩୧ମିନିଟ୍ ସମୟରେ ଆରମ୍ଭ ହୋଇଥିବା ସଂଘର ପତାକା ଉତୋଳନ କରି ସଂଘର ଅଧ୍ୟକ୍ଷ ଶ୍ରୀ ଏକାଦଶୀ ପରିଡ଼ା ସଂଘର ସ୍ୱାଭିମାନକୁ ବଜାୟ ରଖିଲେ ସଂଘ ଆଗାମୀ ଦିନରେ ସଂଘର ଆହୁରି ଶକ୍ତି ବୃଦ୍ଧି ହେବ । ସଂଘର ସଭାପତି ଶ୍ରୀ ଗଙ୍ଗାଧର ସ୍ୱାଇଁ ସ୍ୱାଗତ ଭାଷଣ ଦେଇଥିଲେ । ଶତାଧିକ କର୍ମଚାରୀଙ୍କ ଗହଣରେ ସଂଘର କାର୍ଯ୍ୟକାରୀ ସଭାପତି ମାୟାଧର ବାରିକ, ପୂର୍ତ ୱାର୍କଚାର୍ଜଡ୍ ସଂଘର ସଭାପତି ଅଶୋକ ଚୌଧୁରୀ, ସଂଗଠନ ସମ୍ପାଦକ ରୋହିତ କୁମାର ବାରିକ, ସାଧାରଣ ସମ୍ପାଦକ ଶ୍ୟାମସୁନ୍ଦର ଦାସ, ଶ୍ରୀମତୀ କୁନିବାରିକ, ପତିତପାବନ ମହାନ୍ତି, ନୃସିଂହ ଚରଣ ବାରିକ ପ୍ରମୁଖ ଅଭିଭାଷଣ ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *