ସାଲେପୁର ୨୨/୦୭/୨୦୧୯ (ଓଡ଼ିଶା ସମାଚାର/ ଅଭୟ ଜେନା) – କଟକ-ସାଲେପୁର ରାସ୍ତାର ଭାତପଡ଼ା ସଅର ସାହି ନିକଟରେ ଏକ ଅଟୋ ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଥିବା ଜଣାଯାଇଛି । ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସିତ ପାଇଁ କଟକ ବଡ଼ ମେଡ଼ିକାଲକୁ ପଠାଇଦେଇଥିବାବେଳେ ଏ ସଂପର୍କରେ ସାଲେପୁର ଥାନାରେ ଅଦ୍ୟାବଧି କୌଣସି ମାମଲା ରୁଜୁ ହୋଇନାହିଁ । ଅପର ପକ୍ଷରେ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଦୁଇଜଣ ମୋଟର ସାଇକେଲ୍ ଆରୋହୀଙ୍କ ପରିଚୟ ମିଳିନଥିବାବେଳେ ବାଇକ୍ ନଂ-ଓ.ଡି.୩୩ଏଚ୍. ୬୨୦୭ ହୋଇଥିବାବେଳେ ଅଟୋ ନଂଓ.ଆର.୦୫ଏ.ଡି.୨୩୯୫ ଜଣାଯାଇଥିବାବେଳେ ଦୁର୍ଘଟଣାଗ୍ରସ୍ତ ଦୁଇଟି ଗାଡ଼ିକୁ ପୋଲିସ ଜବତ କରିଥିବା ଜଣାଯାଇଛି । ଓଡ଼ିଶା ସମାଚାର