କେନ୍ଦ୍ରାପଡା, ୨୧/୦୭/୨୦୧୯ ( ଓଡ଼ିଶା ସମାଚାର )-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମ ପଂଚାୟତର ଦୁତିଆଳ ଗ୍ରାମରେ ଭାଗବତ ସ୍ୱାଇଁଙ୍କ ଦ୍ୱାଦଶାହ ଉପଲକ୍ଷେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ଅଧ୍ୟାପକ ଅଜୟ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସ୍ମୃତି ସଭାରେ ପଣ୍ଡିତ ପ୍ରତାପ କୁମାର ପତି ପ୍ରଥମେ ଗୀତାପାଠ କରିଥିଲେ । ଏହାପରେ ଚିତରଂଜନ ସେନାପତି, ସୁରେନ୍ଦ୍ରନାଥ ବେହେରା, ଶାରଦା ପ୍ରସନ୍ନ ରାଉତ, ଶଚ୍ଚିଦାନନ୍ଦ ରାଉତ, ରାଜକିଶୋର ନାୟକ, ହାଇସ୍କୁଲର ପ୍ରଧାନଶିକ୍ଷକ ମନୋଜ କୁମାର ପଣ୍ଡା ପ୍ରମୁଖ ଭାଗବତ ସ୍ୱାଇଁଙ୍କ ସାଂସ୍କୃତିକ ଓ ଶିକ୍ଷାନୁଷ୍ଠାନ ପ୍ରତି ତାଙ୍କର ଅବଦାନ ସଂପର୍କରେ ଆଲୋକପାତ କରି ସ୍ୱର୍ଗତ ଆମô୍ାର ସଦ୍ଗତି କାମନା କରିଥିଲେ । ସଭାପତି ଭାଗବତ ସ୍ୱାଇଁଙ୍କ ଗୁଣ୍ଡିଚିବଟ ସମେତ ଏ ଅଂଚଳର ଧାର୍ମିକ ଅନୁଷ୍ଠାନ ସହିତ ତାଙ୍କର ସଂପୃକ୍ତି ଏବଂ ବିଶେଷଭାବରେ ଯୁବ ସମାଜ କିଭଳି ଶୃଙ୍ଖଳିତ ଭାବରେ କାର୍ଯ୍ୟ କରିବେ ସେଥିପାଇଁ ସେ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରୁଥିଲେ । ତାଙ୍କ ଅନୁପସ୍ଥିତିରେ ଏ ଅଂଚଳରେ ଶୁନ୍ୟସ୍ଥାନ ପୂରଣ କରିବା ପାଇଁ ଉଦ୍ୟମର ଆବଶ୍ୟକତା ଅଛି ବୋଲି ମତ ପ୍ରକାଶ ପାଇଥିଲା । ତାଙ୍କର ପରିବାର ଧର୍ଯ୍ୟର ସହିତ ସମସ୍ତ ପ୍ରକାର ଅସୁବିଧାକୁ ସମ୍ମୁଖୀନ ହୋଇ ଆଗେଇ ନେଲେ ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ । ସାନଭାଇ ବସନ୍ତ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର