Tuesday , October 26 2021
Breaking News
Home / ବିଶେଷ / ପାଟକୁରା ସଚେତନ ନାଗରିକ ମଂଚ ପକ୍ଷରୁ ପ୍ରଚାରପତ୍ର ଭାଇରାଲ

ପାଟକୁରା ସଚେତନ ନାଗରିକ ମଂଚ ପକ୍ଷରୁ ପ୍ରଚାରପତ୍ର ଭାଇରାଲ

କେନ୍ଦ୍ରାପଡା ୨୧/୦୭/୨୦୧୯ ( ଓଡ଼ିଶା ସମାଚାର )- ପାଟକୁରା ସଚେତନ ନାଗରିକ ମଂଚ ପକ୍ଷରୁ “ବିଶ୍ରାମର ବୟସ ଭାବୀ,ସଂଗ୍ରାମର ନୁହେଁ”ଶୀର୍ଷକ ଏକ ପ୍ରଚାରପତ୍ର ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳିର ବିଭିନ୍ନ ସ୍ଥାନରେ ବଂଟାଯାଉଥିବା ସହ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବାର ଦେଖାଯାଇଛି ।  ସେଥିରେ ଲେଖାଅଛି -ପାଟକୁରା ନିର୍ବାଚନ ଜୁଲାଇ୨୦ରେ ଭାବିବାର ଦିନ । ନିର୍ବାଚନ ମଇଦାନରେ ୭୬ବର୍ଷୀୟା ଭାବୀ ସାବିତ୍ରୀ ଦେବୀ ଉତର ଜନତାକୁ ଦିଅନ୍ତୁ । ପାଟକୁରା ନିର୍ବାଚନ ମଣ୍ଡଳିରେ ୨୦୦୦ମସିହା ଠାରୁ ବେଦୁବାବୁ ବିଜେପି ଓ ବିଜେଡିରେ ନିରବଛିନ୍ନ ନିରନ୍ତର ଓ ନିରଙ୍କୁଶ ନେତା । ଡେରାବିଶର ଶିକ୍ଷା ବ୍ୟବସ୍ଥା କୁହେ ଫକିରାବାଦ,ଡେରାବିଶ ଓ ଦୋହଳି ଭଳି ଉଚ୍ଚ ବିଦ୍ୟାଳୟ ଏବେ ଛିନ୍ନମସ୍ତା । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଛତା, ନିଳକଣ୍ଠପୁର, ଚାନ୍ଦୋଳ, ଦାନପୁର ,ହରିଅଙ୍କ, କୋରୁଆ, ଗରଦପୁର,ପାଟକୁରା ଭଳି ଡାକ୍ତରଖାନା ପ୍ରାୟ ବର୍ଷସାରା ଅଚଳ । ୨କୋଟିର ଦାନପୁର ସେତୁ ୧୮ବର୍ଷ ପରେବି ବିକଳାଙ୍ଗ ହୋଇ ରହିଛି । ଛତା, ଆମ୍ବୁରା, ପୁନ୍ଦାଳୋ ଜଳସେଚଂନ କାର୍ଯ୍ୟାଳୟ ଏବେ ଭୁତକୋଠୀ, ବର୍ଷସାରା କେନାଲ ଗୁଡିକ ବଣ ଜଙ୍ଗଲରେ ଭର୍ତି ,ଆଜି କୈାଣସି କେନାଲରେ ପାଣି ବୁନ୍ଦେ ମିଳୁନି । କେନ୍ଦ୍ରାପଡା ପାଇଁ ଉଦ୍ଦିଷ୍ଟ ପାଣି ପାଇପରେ ପାରାଦୀପରେ ଶିଳ୍ପକୁ ସମୃଦ୍ଧଶାଳୀ କରୁଥିବା ବେଳେ , ଛୋଟି ମଙ୍ଗଳପୁର, ବେଣୀପୁର, ନହଙ୍ଗ, କୁରୁଜଙ୍ଗା, କାଉପଡା, ଚାଟରାଚକଡା, ବାଲିଆ, ଏଣ୍ଡର, ନରସିଂହପୁର, ଲକ୍ଷ୍ମୀନାରାୟଣପୁର, ଗୋଲରହାଟ ବ୍ୟତିତ ଅନ୍ୟ ଗ୍ରାମପଂଚାୟତ ଗୁଡିକର କେନାଲ ଶୁଖିଲା । ଚାଷୀ ହତାସ, ଚାଷ ନାମକୁମାତ୍ର ,ମୈାସୁମୀ ଉପରେ ନିର୍ଭରଶୀଳ ତେଣୁ ଦାଦନ ଖଟିବାକୁ ବାଧ୍ୟ । ଅବଶିଷ୍ଟ ଗ୍ରାମ ପଂଚାୟତ ଗୁଡିକରେ ମଧ୍ୟ ସମାନ ବ୍ୟବସ୍ଥା । ଏବାବଦରେ ବିଧାୟକ ମୁକ ?.ଗତ ୨୦ବର୍ଷରେ ପାଟକୁରାର ଦାଦନ ୨୦ଗୁଣ ବୃଦ୍ଧି । ପ୍ରତ୍ୟେକ ପରିବାର କହିଲେ ବାଢୁଅ ଝିଅ,ଯୁବତୀ ବୋହୁ,ବୁଢାବୁଢି ଘରେ ଗାଁରେ । ସ୍ଥାନୀୟ ଅଂଚଳରେ  ରାଜ୍ୟର ନିଯୁକ୍ତି ନାହିଁ । ତେଣୁ ଭତ୍ତା ଉପରେ ନିର୍ଭରଶୀଳ ପରିବାର ସ୍ୱୟଂ ସହାୟିକା ସଙ୍ଘକୁ ପାହାଚ ଭାବି ନିର୍ଭରଶୀଳ । କେବଳ ଭୋଟ ପୂର୍ବରୁ ଏକ ହଜାର ୨ହଜାର ପାଇଁ ପୁଣି ୫ବର୍ଷ ଅପେକ୍ଷା କର । ବର୍ତମାନ ୯୦ଭାଗ ପରିବାରକୁ ପାଇପ ପାଣି ମିଳୁନାହିଁ ,୮୦ପ୍ରତିଶତ ବିଦ୍ୟାଳୟରେ ଶିକ୍ଷକ ଅଭାବ, ରାସ୍ତାଗାଟ, ଜଳସେଚନ ପ୍ରାୟ  ୫୦ ପରିବାର ପାଖରେ ପାଇଖିନା ନାହିଁ । ୩୦ଭାଗ ପରିବାର କେବଲ ଚାଳଘରେ ବାସ କରନ୍ତି । ସାପ କାମୁଡା, ଘଡଘଡି, ରାସ୍ତା ଦୂର୍ଘଟଣାରେ ପ୍ରତିବର୍ଷ ୫ଶହ ଲୋକ ମୃତ୍ୟୁ ବରଣ କରନ୍ତି ଓ ଏକ ହଜାର ଲୋକ ବିକଳାଙ୍ଗ ହୁଅନ୍ତି । ଏ ଅଂଚଳରେ ଶିଳ୍ପ ନଥିବା ବେଳେ ଗୋଟିଏ ଶୀତଳ ଭଣ୍ଡାର ମଧ୍ୟ ନାହିଁ । ଏହି ମହିୟସୀ ମହିଳା ,ମାନନୀୟା ସାବିତ୍ରୀ ଦେବୀ  ଏ  ବିଶ୍ରାମର ବୟସରେ ବିଶ୍ରାମ ନେଇ ଅଂଚଳର ବିକାଶ ପାଇଁ ବାଧା ସୃଷ୍ଟି କରନ୍ତୁ ନାହିଁ ବୋଲି ଲେଖାଥିଲା ।  ଓଡ଼ିଶା ସମାଚାର

About admin

Check Also

ସାତଭାୟା ମନ୍ଦିର ପରିସରରେ ମିଶନଶକ୍ତି ଗୃହ ନିର୍ମାଣକୁ ମହିଳାଙ୍କ ବିରୋଧ

କେନ୍ଦ୍ରାପଡ଼ା, ୨୫/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ରାଜନଗର ବ୍ଲକ ଅନ୍ତର୍ଗତ ସାତଭାୟା ପଂଚାୟତର ପଂଚୁବରାହୀଙ୍କ ମନ୍ଦିର ପରିସରରେ ଜନଗହଳି ସ୍ଥାନରେ …

Leave a Reply

Your email address will not be published. Required fields are marked *