Sunday , October 24 2021
Breaking News
Home / ତାଜା ଖବର /   ପାଟକୁରା : ନିର୍ବାଚନ ପରବର୍ତୀ ହଂସା ବଢୁଛି ,  ୨୫ରୁ ଉଦ୍ଧ୍ୱର୍ ମାମଲା ରୁଜୁ, ଦୁଇ ଅଭିଯୁକ୍ତ କୋର୍ଟ ଚାଲାଣ

  ପାଟକୁରା : ନିର୍ବାଚନ ପରବର୍ତୀ ହଂସା ବଢୁଛି ,  ୨୫ରୁ ଉଦ୍ଧ୍ୱର୍ ମାମଲା ରୁଜୁ, ଦୁଇ ଅଭିଯୁକ୍ତ କୋର୍ଟ ଚାଲାଣ

ପାଟକୁରା ୨୧/୦୭/୨୦୧୯ ( ଓଡ଼ିଶା ସମାଚାର )-ପାଟକୁରାରେ  ନିର୍ବାଚନ ଓ ନିର୍ବାଚନ ପରବର୍ତୀ ହିଂସା ଦିନକୁ ଦିନ ବଢିବାରେ ଲାଗିଛି । ଏହି ଥାନା ଅର୍ନ୍ତଗତ ବିଭିନ୍ନ ସ୍ଥାନମାନଙ୍କରେ ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ବିଜେପି ସମର୍ଥକମାନଙ୍କ ମଧ୍ୟରେ ବାକ୍, ବିତଣ୍ଡା, ଯୁକ୍ତିତର୍କ, ଧମକଚମକ ଓ ମାର୍ପିଟ୍ ଆଦି ଘଟଣାମାନ ଘଟିବାରେ ଲାଗିଛି  । ଗତକାଲି ପାଟକୁରା ଥାନାରେ ୫ ଗୋଟି ନିର୍ବାଚନୀ ହିଂସା ମାମଲା ରୁଜୁ କରାଯାଇଥିବା ବେଳେ ଆଜି ତିନୋଟି ନିର୍ବାଚନୀ ହିଂସା ମାମଲାରୁଜୁ କରାଯାଇଛି । ଆଜି ସୁଦ୍ଧା  ପାଟକୁରା ଥାନାରେ ୨୫ରୁ ଉଦ୍ଧ୍ୱର୍ ରାଜନୈତିକ ହଂସାରେ ମାମଲା ରୁଜୁ କରାଯାଇଛି ବୋଲି ଥାନା ସୂତ୍ରରୁ ଜଣାଯାଇଛି । ଏହି ଘଟଣା ମଧ୍ୟରୁ ଦୁଇ ଗୋଟି ମାମଲାରେ ସମ୍ପୃକ୍ତ ଥିବା ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି । ପୁଲିସ ସୂତ୍ରରୁ ପ୍ରକାଶ ଯେ,ଗତ୧୭ ତାରିଖ ଦିନ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ପାଟକୁରା ଅଂଚଳରେ ରୋଡ୍-ସୋ କରି ନିର୍ବାଚନ ପ୍ରଚାର କରିବା ପାଇଁ ଆସିଥିଲେ । ସେହି ଦିନ ମଧ୍ୟାହ୍ନ ସାଢେ ଗୋଟାଏ ବେଳେ ପାଖଡ ଗ୍ରାମର ଉମାକାନ୍ତ କର,ଗରଦପୁର ତହସିଲ ଛକ ନିକଟରେ ଠିଆ ହୋଇଥିବା ସମୟରେ ପାଖଡ ଗ୍ରାମର ତପନ କୁମାର ମଲ୍ଲ(୩୪) ଓ ନିକଟସ୍ଥ ବରହ୍ମପୁର ଗ୍ରାମର ଜ୍ୟୋତିରଞ୍ଜନ ପାଣି,ମୂଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାରକୁ କେନ୍ଦ୍ରକରି ଉମାକାନ୍ତଙ୍କୁ ବିଭିନ୍ନ ପ୍ରକାରର ଗାଳିଗୁଲଜ, ଧମକଚମକ କରିବା ସହିତ ତାଙ୍କୁ ମରଣାତ୍ନକ ଆକ୍ରମଣ କରିଥିବା ସମ୍ପର୍କରେ ପାଟକୁରା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହି ଅଭିଯୋଗରେ ପାଟକୁରା ଥାନାରେ ୧୯୨/୧୯ ନିମ୍ବରରେ ୩୪୧,୩୨୩,୨୯୪,୩୦୭,୫୦୬,୨୨୭ ଓ ୩୪ ଧାରାରେ ମାମଲା ରୁଜୁ କରାଯାଇଛି । ଗତକାଲି ରାତ୍ରୀରେ ତପନ କମାର ମଲ୍ଲ(୩୪)ଙ୍କୁ ପାଟକୁରା ପୁଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛନ୍ତି । ଅନ୍ୟ ଅଭିଯୁକ୍ତ ଜ୍ୟୋତିରଞ୍ଜନ ଫେରାର ହୋଇଯାଇଛି । ସେହିପରି ଏହି ଥାନା ଅନ୍ତର୍ଗତ ବଙ୍ଗାରୀ ଗ୍ରାମର ଗଣେଶ୍ୱର ନାୟକଙ୍କର ଏକ କୁକୁଡାଫାର୍ମ ରହିଛି । ସେଠାରେ ଗଣେଶ୍ୱରଙ୍କ ପୁଅ ବିଳାସ ଓ ଅନ୍ୟ ଜଣେ କାମ କରୁଥିବା ସମୟରେ ସେଠାରେ ସେହି ଗ୍ରାମର ବିଶ୍ୱରଞ୍ଜନ ସାହୁ,ପାର୍ଥସାରଥୀ ଦାସ,ପ୍ରଭାତ ସାହୁ,ସତ୍ୟବ୍ରତ ଆଚାର୍ଯ୍ୟ,ଦେବେନ୍ଦ୍ର ସେଠୀ, ସତ୍ୟବ୍ରତ ପୃଷ୍ଟି, ଓ ତଳକୁସୁମା ଗ୍ରାମର ଦେବ ପ୍ରସାଦ ପୃଷ୍ଟି ଙ୍କ ସମେତ ୧୦ରୁ ୧୨ଜଣ ସେଠାରେ ପହଂଚି ହଠା୍ତ ଭୁଜାଲି,ଖଣ୍ଡା,ଲୁହାରଡ୍ ଓ କାଠରେ ମରଣାନ୍ତକ ଆକ୍ରମଣ କରିଥିଲେ ଏହି ଆକ୍ରମଣରେ ଗଣେଶ୍ୱରଙ୍କ ପୁଅ ବିଳାସଙ୍କର ମୁଣ୍ଡ,ମୁହଁ,ପିଠି ଓ ଗୋଡରେ ଗଭୀର ଆଘାତ ଲାଗିଛି । ବିଳାସ ପ୍ରଥମେ ପାଟକୁରା ମେଡିକାଲରେ ଚିକିତ୍ସା ପରେ କେନ୍ଦ୍ରାପଡା ମେଡିକାଲ ଓ ଆଜି ଅଧିକ ଚିକିତ୍ସା ପାଇଁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ପୁଲିସ ପ୍ରକାଶ କରିଛି । ଏହି ଘଟଣାରେ ଅଭିଯୁକ୍ତ ବିଶ୍ୱରଞ୍ଜନ ସାହୁଙ୍କୁ (୨୫)ପାଟକୁରା ପୁଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛନ୍ତି ।  ଅନ୍ୟ ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି । ସେହିପରି ଆଜି ସନ୍ଧ୍ୟାରେ ଏହି ଥାନା ଅନ୍ତର୍ଗତ ଆଇତିପୁର ପଂଚାୟତର ବାଳିସିଂ ଗ୍ରାମର ହୃଷିକେଷ ଦାସ(୩୫)ଆଜି ଅପରାହ୍ନରେ ବାଇକ୍ ଯୋଗେ ଘରକୁ ଫେରୁଥିବା ବେଳେ,ସେହି ଗ୍ରାମର ତାରିଣୀଛକ ନିକଟସ୍ଥ ଗୋ-ଶାଳା ନିକଟରେ ସେହି ଗ୍ରାମର ଦୀପକ ସାମନ୍ତାରୟ ଓ ଅନ୍ୟ ଦୁଇ ଜଣ ହୃଷିକେଷଙ୍କୁ ଅଟକାଇ ତାଙ୍କର ଗାଡି ଚାବି ନେଇଯିବା ସହିତ ହୃଷିକେଷଙ୍କୁ ଏକ ବାଉଁଶରେ ମାଡ ମାରିଛନ୍ତି । ଏହି ମାଡରେ ହୃଷିକେଷଙ୍କର ବେକ,ହାତ ଓ ଛାତିରେ ଆଘାତ ଲାଗିଥିବା ନେଇ ପାଟକୁରା ଥାନାରେ ଅଭିଯୋଗ ହୋଇଛି । ପାଟକୁରା ପୁଲିସ ହୃଷିକେଷଙ୍କୁ ଚିକିତ୍ସା ପାଇଁ ପାଟକୁରା ମେଡିକାଲଙ୍କୁ ପଠାଇ ଦେଇଛନ୍ତି । ସେହିପରି ଗତକାଲି ଭୋଟ ଗ୍ରହଣ ସମୟରେ ତିକନପୁର ବୁଥ୍ ନିକଟରେ ଏକ ରାଜନୈତିକ ହଂସାକାଣ୍ଡ ଘଟିଥିଲା । ବିଜେଡି ଓ ବିଜେପିର ସମର୍ଥକମାନେ ପରଷ୍ପର ମଧ୍ୟରେ ମୁହାଁମୁହିଁ ହୋଇଥିଲେ । ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପୁଲିସ୍କୁ ମୃଦୁ ଲାଠିଚାଳନା କରିବାକୁ ପଡିଥିଲା । ଏହି ଘଟଣାରେ ଉଭୟପକ୍ଷ ଉତ୍କ୍ଷିପ୍ତ ହୋଇ ମାମଲାକୁ ଥାନା ପର୍ଯ୍ୟନ୍ତ ଆଣିଥିଲେ । ପୃଥକ୍ ପୃଥକ୍ ଭାବରେ ଏହି ଘଟଣାରେ ପାଟକୁରା ଥାନାରେ ଜୟନ୍ତୀ ବେହେରା, ମିନତିବାଳା ବେହେରା ଓ ଧନୁର୍ଦ୍ଧର ମଳିକଙ୍କ ପକ୍ଷରୁ  ତିନୋଟି ଅଭିଯୋଗ କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ଗୁରୁତ୍ୱ ନଥିବା ପ୍ରସଙ୍ଗରେ ଦୋକାନ ବଜାର ବନ୍ଦ ହେବ ନାହିଁ – କଳାହାଣ୍ଡି ବଣିକ ସଂଘ

Leave a Reply

Your email address will not be published. Required fields are marked *