Saturday , October 16 2021
Breaking News
Home / ବିଶେଷ / ଜୟପାଟଣା ବ୍ଳକ : ଦୀର୍ଘ ୧ ବର୍ଷହେଲା ଶିକୁଳିରେ ବନ୍ଧା ପଡିଛନ୍ତି ପ୍ରଶନ୍ନ

ଜୟପାଟଣା ବ୍ଳକ : ଦୀର୍ଘ ୧ ବର୍ଷହେଲା ଶିକୁଳିରେ ବନ୍ଧା ପଡିଛନ୍ତି ପ୍ରଶନ୍ନ

ଜୟପାଟଣା,୨୦/୦୭/୨୦୧୯ (ଓଡ଼ିଶା ସମାଚାର /ସଂଜୟ ସିଂ)-କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ଅନ୍ତର୍ଗତ ଭୁର୍ସିଗୁଡା ଗ୍ରାମରେ ଶିକୁଳିରେ ବନ୍ଧା ପଡିଛି ପ୍ରଶନ୍ନ ନାମକ ଯୁବକ । ଗତ ୯ ବର୍ଷତଲେ ପ୍ରଶନ୍ନଙ୍କ ବିବାହ ପଦ୍ମା (୨୮)ଙ୍କ ସହହୋଇଥିଲା । ପାରିବାରିକ ଜୀବନ ଦୁହେଁ ଆନନ୍ଦରେ କାଟୁଥିଲେ କିନ୍ତୁ ୨୦୧୭ ଜୁଲାଇ ମାସରେ ପ୍ରଶନ୍ନଙ୍କୁ ସାମାନ୍ୟ ଜ୍ୱର ହୋଇଥିଲା । ଜ୍ୱର ଯୋଗୁଁ ମସ୍ତିସ୍କ ଉପରେ ପ୍ରଭାବ ପଡିଥିଲା । ପତ୍ନୀ ପଦ୍ମା ନିଜର ଗହଣା ବନ୍ଧା ପକାଇ ପ୍ରଶନ୍ନଙ୍କ ଚିକିତ୍ସାକରିଥିଲେ କିନ୍ତୁ ଅର୍ଥ ଅଭାବରୁ ସମ୍ପୁର୍ଣ୍ଣ ଚିକିତ୍ସା ହୋଇପାରି ନଥିଲା ଓ ଆଜି ପର୍ଯ୍ୟନ୍ତ ସେ ଭଲ ହୋଇ ପାରିନାହାନ୍ତି । ପ୍ରଶନ୍ନ ନିଜେ କଣ କରୁଛନ୍ତି ଜାଣିପାରୁ ନାହାନ୍ତି । ଅର୍ଥ ଅଭାବରୁ ପରିବାର ଲୋକେ ପ୍ରଶନ୍ନଙ୍କ ଚିକିତ୍ସା କରିପାରୁ ନାହାନ୍ତି ଓ ବଧ୍ୟ ହୋଇ ଗତ ଏକ ବର୍ଷହେବ ପ୍ରଶନ୍ନଙ୍କୁ ଶିକୁଳିରେ ବାନ୍ଧି ଘରେ ରଖିଛନ୍ତି । ସରକାର ତାଙ୍କ ପରିବାରକୁ ପ୍ରଶନ୍ନଙ୍କ ଚିକିତ୍ସା ପାଇଁ ସହାୟତା ଯୋଗାଇ ଦେଲେ ତାଙ୍କର ପାରିବାରିକ ଜୀବନରେ ଖୁସିର ଲହର ଆସିପାରନ୍ତା ବୋଲି ସାଧରଣରେ ଦାବି ହେଉଛି । ଓଡ଼ିଶା ସମାଚାର

About admin

Check Also

ସଖୀବଟରେ ପତ୍ରିକା ‘ଅନ୍ତରୀକ୍ଷ’ର ଲୋକାର୍ପଣ ଉତ୍ସବ

କେନ୍ଦ୍ରାପଡ଼ା, ୧୫/୧୦/୨୦୨୧(ଓଡ଼ିଶା ସମାଚାର)- ଓଡିଶାର ଅନ୍ୟତମ ପର୍ଯ୍ୟଟନ ସ୍ଥଳି ସ୍ଥାନୀୟ ସଖୀବଟ ସଭା ଗୃହରେ କଳା, ସାହିତ୍ୟ, ସଂସ୍କୃତି, ସେବା …

Leave a Reply

Your email address will not be published. Required fields are marked *