Saturday , October 23 2021
Home / ବ୍ୟବସାୟ ବାଣିଜ୍ୟ / ଜମିହରା କୃଷକ ଏକତା ମଂଚ ଦାବି ଆଗରେ ମୁଣ୍ଡ ନୁଆଁଇଲା ଆଇଓସିଏଲ୍

ଜମିହରା କୃଷକ ଏକତା ମଂଚ ଦାବି ଆଗରେ ମୁଣ୍ଡ ନୁଆଁଇଲା ଆଇଓସିଏଲ୍

ପାରାଦ୍ୱୀପ,୨୧/୦୭/୨୦୧୯ (ଓଡ଼ିଶା ସମାଚାର)-ଆଇଓସିଏଲ୍ ତୈଳବିଶୋଧନାଗାର ପ୍ରକଳ୍ପରେ କର୍ମ ସଂସ୍ଥାନ ଓ ନିଯୁକ୍ତି ନେଇ ସ୍ଥାନୀୟ ଅଂଚଳବାସୀଙ୍କ ଯେଉଁ ଆଶା ଓ ଆକାଂକ୍ଷା ରହିଥିଲା , ତାହା ପୁରଣ ନ ହେବାଦ୍ୱାରା ଏହି ପ୍ରକଳ୍ପ ପାଇଁ ଜମି ହରାଇଥିବା ଲୋକମାନେ ଏବେ ନିଜ ଦାବି ଓ ଅଧିକାର ପାଇଁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିଛନ୍ତି । ଏଠାରେ ରାଜନେତାମାନେ ନିର୍ବାଚନ ପ୍ରତିଦ୍ୱନ୍ଦିତା , ଅର୍ଥ ଆହରଣ ଓ କ୍ଷମତାଶାଳୀ ହେବାର ନିାଶାରେ ସ୍ଥାନୀୟ ଅଂଚଳବାସୀଙ୍କ ସମସ୍ୟାକୁ ଭୁଲିଯାଇଛନ୍ତି । ତେବେ ଦୀର୍ଘ ୨୬ ଦିନ ଧରି ସ୍ଥାନୀୟ ଆଓସିଏଲ୍ ତୈଳ ବିଶୋଧନାଗାରରେ ନିଯୁକ୍ତି ଦାବିରେ ଧାରଣା ଦେଇ ଆସୁଥିବା ଜମିହରା କୃଷକ ଏକତା ମଂଚ ଦାବି ଆଗରେ ଶେଷରେ ଆଇଓସିଏଲ୍ କର୍ତୃପକ୍ଷ ମୁଣ୍ଡ ନୁଆଁଇ ସେମାନଙ୍କର ଦାବିକୁ ଗ୍ରହଣ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଗତ ଗୁରୁବାର ଦିନ ପାରାଦ୍ୱୀପ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ଆଲୋଚନା ସଭା ଆୟୋଜିତ ହୋଇଥିଲା । ଅତିରିକ୍ତ ଜିଲ୍ଲାପାଳ କାହ୍ନୁ ଚରଣ ଧୀରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଷ୍ଣୁ ଚରଣ ମିଶ୍ର , ଆଇଓସିଏଲର ବରିଷ୍ଠ ଅଧିକାରୀଗଣ , କୃଷକ ଏକତା ମଂଚର ନେତା ଅଭୟ ସାହୁ ଓ ପାରାଦ୍ୱୀପ ଏରସମା ଶିଳ୍ପାଂଚଳ ବିକାଶ ପରିଷଦର ସଭାପତି ତଥା ସ୍ଥାନୀୟ କଂଗ୍ରେସ ନେତା ବାପି ସର୍ଖେଲ ଓ ଅନ୍ୟାନ୍ୟ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି ଏହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ । ଶେଷରେ ଆଇଓସିଏଲ ପ୍ରକଳ୍ପ ପାଇଁ ଜମି ହରାଇଥିବା  ପ୍ରତ୍ୟେକ ପରିବାରରୁ ଜଣେ ଲେଖାଏଁ ପର୍ଯ୍ୟାୟକ୍ରମେ ଚାକିରି ଦେବାକୁ ଅଇଓସିଏଲ କର୍ତୃପକ୍ଷ ପ୍ରତିଶୃତି ଦେବାରୁ ଧାରଣା ଓ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ତେବେ ଏହି ସଫଳତା ପାଇଁ ଜମିହରା ପରିବାରମାନେ ଶ୍ରମିକ ନେତା ଅଭୟ ସାହୁ ଓ ବାପି ସର୍ଖେଲଙ୍କ ସହଯୋଗକୁ ପ୍ରଶଂସା କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ସମୀର ଟିଭିଏସରେ ନୂଆ ଟିଭିଏସ ରେଡର

କେନ୍ଦ୍ରାପଡ଼ା, ୧୫/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡାର ଅଗ୍ରଣୀ ଦୁଇ ଚକିଆ ଗାଡିର ବିକ୍ରେତା “ସମୀର ଟିଭିଏସ” ପକ୍ଷରୁ ଏକ ନୂତନ ମଟରସାଇକେଲ …

Leave a Reply

Your email address will not be published. Required fields are marked *