ପାଟକୁରା ୨୧/୦୭/୨୦୧୯ ( ଓଡ଼ିଶା ସମାଚାର )- ପାଟକୁରା ପଂଚାୟତ ଅନ୍ତର୍ଗତ ଜଗଦ୍ଦଳପୁର ଗ୍ରାମରେ ଗତ ନିର୍ବାଚନ ପୂର୍ବ ରାତ୍ରୀରେ ଗଦାଧର ବେଜ୍ଙ୍କର ଏକ ବଖରା ଚାଳ ଛପର ଘର ଅଗ୍ନିକାଣ୍ଡରେ ପୋଡି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡ ସମୟରେ ଘରେ ଶୋଇଥିବା ଗଦାଧର ଓ ତାଙ୍କର ପତ୍ନୀ ନିଆଁର ତାପ ଜାଣିବା ପରେ ସେମାନେ ଜୀବନ ବଂଚାଇବାକୁ ଘରୁ ବାହାରକୁ ବାହାରି ପଳାଇ ଆସିଥିଲେ । ନିଆଁକୁ ଲିଭାଇବା ପାଇଁ ନଇନ୍ଦିପୁର ଠାରୁ ଅଗ୍ନିଶମ ବାହୀନିର କର୍ମଚାରୀମାନେ ଆସି ନିଆଁକୁ ଆୟତ କରିଥିଲେ । ଏହି ଅଗ୍ନିକାଣ୍ଡରେ ଘରେ ଥିବା ସମସ୍ତ ଆସବାସପତ୍ର ପୋଡି ଯାଇଛି । ଏହି ଘଟଣା ସମ୍ପର୍କରେ ସନ୍ଦେହ ପ୍ରକାଶ କରି ଗଦାଧର ପାଟକୁରା ଥାନାରେ ଲଇଖିତ ଅଭିଯୋଗ କରିଛନ୍ତି । ଓଡ଼ିଶା ସମାଚାର