ପାଟକୁରା/ଭୁବନେଶ୍ୱର, ୨୦/୦୭/୨୦୧୯ (ଓଡ଼ିଶା ସମାଚାର)- ବହୁ ଚର୍ଚ୍ଚିତ ପାଟକୁରା ବିଧାନସଭା ନିର୍ବାଚନ ପାଇଁ ଆଜି ଭୋଟ ଗ୍ରହଣ ଜାରି ରହିଛି । ସକାଳ ୬ ଟାରୁ ମକ୍ ପୋଲ କରାଯାଇଥିବାବେଳେ ସକାଳ ୭ ଟାରେ ଭୋଟ ଗ୍ରହଣ ଆରମ୍ଭ ହୋଇ ଜାରି ରହିଛି । ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଭୋଟ ଚାଲୁ ରହିବ । ତେବେ ୬ ଟା ସୁଦ୍ଧା ଯେଉଁମାନେ ଭୋଟ ଦେଇପାରିନଥିବେ କିନ୍ତୁ କ୍ୟାମ୍ପସରେ ଧାଡ଼ିରେ ରହିଥିବେ , ସେମାନେ ଯେତେ ବିଳମ୍ବ ହେଲେ ମଧ୍ୟ ଭୋଟ ଦେଇପାରିବେ । ଅପରାହ୍ନରେ ଭୋଟରଙ୍କ ସଂଖ୍ୟା ଧିରେ ଧିରେ ବଢ଼ି ବଢ଼ି ଚାଲିଛି । ସକାଳ ୧୧ ଟା ସୁଦ୍ଧା ମତଦାନ ୨୬ ପ୍ରତିଶତ ହୋଇଥିବାବେଳେ ମଧ୍ୟାହ୍ନ ୧ ଟା ସୁଦ୍ଧା ୩୦ ପ୍ରତିଶତ ମତଦାନ ହୋଇଥିଲା । ବର୍ତମାନ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ର ରୁ ଜଣା ପଡ଼ିଛି ଅପରାହ୍ନ ୩ ଟା ସୁଦ୍ଧା ମତଦାନ ବଢ଼ି ୬୧ ପ୍ରତିଶତ ରେ ପହଂଚିଛି । ଓଡ଼ିଶା ସମାଚାର