Wednesday , October 27 2021
Breaking News
Home / ନିର୍ବାଚନ / ପାଟକୁରା: ଦିନ ୧ ଟା ସୁଦ୍ଧା ୪୨ ପ୍ରତିଶତ ମତଦାନ

ପାଟକୁରା: ଦିନ ୧ ଟା ସୁଦ୍ଧା ୪୨ ପ୍ରତିଶତ ମତଦାନ

ପାଟକୁରା /ଭୁବନେଶ୍ୱର, ୨୦/୦୭/୨୦୧୯ (ଓଡ଼ିଶା ସମାଚାର / ଦୀପ୍ତି ରଂଜନ କାନୁନଗୋ)- ବହୁ ଚର୍ଚ୍ଚିତ ପାଟକୁରା ବିଧାନସଭା ନିର୍ବାଚନ ପାଇଁ ଆଜି ଭୋଟ ଗ୍ରହଣ ଜାରି ରହିଛି । ସକାଳ ୬ ଟାରୁ ମକ୍ ପୋଲ କରାଯାଇଥିବାବେଳେ ସକାଳ ୭ ଟାରେ ଭୋଟ ଗ୍ରହଣ ଆରମ୍ଭ ହୋଇ ଜାରି ରହିଛି । ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଭୋଟ ଚାଲୁ ରହିବ । ତେବେ ୬ ଟା ସୁଦ୍ଧା ଯେଉଁମାନେ ଭୋଟ ଦେଇପାରିନଥିବେ କିନ୍ତୁ କ୍ୟାମ୍ପସରେ ଧାଡ଼ିରେ ରହିଥିବେ , ସେମାନେ ଯେତେ ବିଳମ୍ବ ହେଲେ ମଧ୍ୟ ଭୋଟ ଦେଇପାରିବେ । ସକାଳେ ଅସରାଏ ଅସରାଏ ବର୍ଷା ହୋଇଥିବାରୁ ପାଗ ବହୁତ ଭଲ ରହିଛି । ଆଜି ସେତେ ଗରମ ନାହିଁ । ଲୋକମାନେ ସବୁ ମତଦାନ କେନ୍ଦ୍ରକୁ ଯିବା ପାଇଁ ବେଶ ଆଗ୍ରହୀ ଥିବା ଦେଖାଯାଇଛି । ମଧ୍ୟାହ୍ନ ୧ ଟା ସୁଦ୍ଧା ୪୨ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି । ତେବେ ଅନପୌଚାରିକ ଭାବେ ମଧ୍ୟାହ୍ନ ୨ ଟା ସୁଦ୍ଧା ୫୦ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି । ବର୍ତମାନ ସୁଦ୍ଧା କୌଣସି ବଡ଼ ଧରଣର ଗଣ୍ଡଗୋଳ ଘଟିନଥିବା ଜଣାଯାଇଛି । ତେବେ ବର୍ତମାନ ବହୁ ସଂଖ୍ୟାରେ ମହିଳା ଧାଡ଼ିବାନ୍ଧି ଭୋଟ ଦେଉଥିବା ଦେଖାଯାଉଛି । ପ୍ରତି ଭୋଟ ଗ୍ରହଣ କେନ୍ଦ୍ରରେ ପୋଲିସ୍ ବ୍ୟବସ୍ଥା ଥିବା ଦେଖାଯାଇଛି । ପ୍ରାର୍ଥୀମାନେ ବିଭିନ୍ନ ଭୋଟ ଗ୍ରହଣ କେନ୍ଦ୍ର ପରିଦର୍ଶନ କରି ମତଦାନ ପ୍ରକ୍ରିୟାକୁ ଦେଖି ଠିକ୍ ଠାକ୍ ଚାଲିଥିବା ପ୍ରକାଶ କରିଛନ୍ତି । ବର୍ତମାନ ୨ ଟା ବାଜିଲାଣି । ବର୍ତମାନ ଧିରେ ଧିରେ ଭୋଟରଙ୍କ ସଂଖ୍ୟା ବଢ଼ିବା ଅନୁମାନ କରାଯାଉଛି । କାରଣ ମହିଳା ମାନେ ଘରେ ରୋଷେଇବାସ ସାରି ଖିଆପିଆ ପରେ ମତଦାନ ପାଇଁ ଆସୁଛନ୍ତି । ଓଡ଼ିଶା ସମାଚାର

About admin

Check Also

ଯୁବ ରେଡକ୍ରସର ସଙ୍କୁଳ ସ୍ତରୀୟ ଶିବିର ଉଦଘାଟିତ 

ବାଲିଗୁଡ଼ା,୨୬/୧୦/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟରେ କନ୍ଧମାଳ ଜିଲ୍ଲାର ଦ୍ଵିତୀୟ ଯୁବ ରେଡକ୍ରସ୍ …

Leave a Reply

Your email address will not be published. Required fields are marked *