Tuesday , October 19 2021
Breaking News
Home / ନିର୍ବାଚନ / ପାଟକୁରା: ଦିନ ୧୧ ଟା ସୁଦ୍ଧା ୨୬ ପ୍ରତିଶତ ମତଦାନ

ପାଟକୁରା: ଦିନ ୧୧ ଟା ସୁଦ୍ଧା ୨୬ ପ୍ରତିଶତ ମତଦାନ

ପାଟକୁରା /ଭୁବନେଶ୍ୱର, ୨୦/୦୭/୨୦୧୯ (ଓଡ଼ିଶା ସମାଚାର / ଦୀପ୍ତି ରଂଜନ କାନୁନଗୋ)- ବହୁ ଚର୍ଚ୍ଚିତ ପାଟକୁରା ବିଧାନସଭା ନିର୍ବାଚନ ପାଇଁ ଆଜି ଭୋଟ ଗ୍ରହଣ ଜାରି ରହିଛି । ସକାଳ ୬ ଟାରୁ ମକ୍ ପୋଲ କରାଯାଇଥିବାବେଳେ ସକାଳ ୭ ଟାରେ ଭୋଟ ଗ୍ରହଣ ଆରମ୍ଭ ହୋଇ ଜାରି ରହିଛି । ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଭୋଟ ଚାଲୁ ରହିବ । ତେବେ ୬ ଟା ସୁଦ୍ଧା ଯେଉଁମାନେ ଭୋଟ ଦେଇପାରିନଥିବେ କିନ୍ତୁ କ୍ୟାମ୍ପସରେ ଧାଡ଼ିରେ ରହିଥିବେ , ସେମାନେ ଯେତେ ବିଳମ୍ବ ହେଲେ ମଧ୍ୟ ଭୋଟ ଦେଇପାରିବେ । ସକାଳେ ଅସରାଏ ଅସରାଏ ବର୍ଷା ହୋଇଥିବାରୁ ପାଗ ବହୁତ ଭଲ ରହିଛି । ଆଜି ସେତେ ଗରମ ନାହିଁ । ଲୋକମାନେ ସବୁ ମତଦାନ କେନ୍ଦ୍ରକୁ ଯିବା ପାଇଁ ବେଶ ଆଗ୍ରହୀ ଥିବା ଦେଖାଯାଇଛି । ସକାଳ ୧୧ ଟା ସୁଦ୍ଧା ୨୬ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି । ବର୍ତମାନ ସୁଦ୍ଧା କୌଣସି ବଡ଼ ଧରଣର ଗଣ୍ଡଗୋଳ ଘଟିନଥିବା ଜଣାଯାଇଛି । ତେବେ ବର୍ତମାନ ବହୁ ସଂଖ୍ୟାରେ ମହିଳା ଧାଡ଼ିବାନ୍ଧି ଭୋଟ ଦେଉଥିବା ଦେଖାଯାଉଛି । ପ୍ରତି ଭୋଟ ଗ୍ରହଣ କେନ୍ଦ୍ରରେ ପୋଲିସ୍ ବ୍ୟବସ୍ଥା ଥିବା ଦେଖାଯାଇଛି । ଓଡ଼ିଶା ସମାଚାର

About admin

Check Also

ସମାଜସେବୀ ବଟକୃଷ୍ଣ ପ୍ରଧାନଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ସଭା

କେନ୍ଦ୍ରାପଡ଼ା, ୧୯/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ପଂଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ସମାଜସେବୀ ସ୍ୱର୍ଗତ ବଟକୃଷ୍ଣ ପ୍ରଧାନଙ୍କ ପ୍ରଥମ …

Leave a Reply

Your email address will not be published. Required fields are marked *