ଋଯଘୁନାଥପୁର,୨୦/୦୭/୨୦୧୯ (ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ତାରପୁର ବାଇପାସ ଠାରୁ ମାହାଳହାଟ ପର୍ଯ୍ୟନ୍ତ ମହାନଦୀ ଆପ୍ରୋଚ ରୋଡ଼ ରାସ୍ତା ଖୋଳି ଉଭୟ ପାଶ୍ୱର୍ରେ ଲଗାଯାଇଥିବା ସାଇନ ବୋର୍ଡ଼କୁ ଭାଙ୍ଗି ଅପଟିକାଲ ବ୍ରଡ଼ବ୍ୟାଣ୍ଡ ସେବା ରିଲାାଏନ୍ସ ଜିଓ ସଂସ୍ଥା ଉପରେ ବିରକ୍ତି ପ୍ରକାଶ କରିଛନ୍ତି ଆର ଆଣ୍ଡ ବି ର ଯନ୍ତ୍ରୀ । ବିନା ଅନୁମତିରେ ଉକ୍ତ ସଂସ୍ଥା ନଦୀ ବ୍ରିଜ କୁ ଲାଗିଥିବା ଆପ୍ରୋଚ ରୋଡ଼ ଖୋଳି କୂଅ ନନ୍ଦ ବସାଇ ମହାନଦୀ ବ୍ରିଜର ଉଭୟ ପାଶ୍ୱର୍ ସଂଯୋଗ କରିଥିଲା । ରାସ୍ତା ପାଶ୍ୱର୍ରେ ଲଗାଯାଇଥିବା ଦୂର୍ଘଟଣା ନିରୋଧ ସୂଚନା ବୋର୍ଡ଼କୁ ମେସିନ ଦ୍ୱାରା ଭାଙ୍ଗି ଦେଇଥିଲା । ଏ ସମ୍ପର୍କରେ ଖବର ପାଇ କନିଷ୍ଠ ଯନ୍ତ୍ରୀ ବିନୟ କୁମାର ସାହୁ କାର୍ଯ୍ୟ ନକରିବା ପାଇଁ କହିଥିଲେ । ତେବେ ଯନ୍ତ୍ରୀ ଚାଲିଯିବା ପରେ ସମ୍ପୃକ୍ତ ସଂସ୍ଥା ନିଜର କାର୍ଯର୍୍ୟ କରାଇ ନେଇଥିଲେ । ସୂଚନା ଯୋଗ୍ୟ ଯେ ବର୍ଷାଦିନେ ଆପ୍ରୋଚ ରୋଡ଼ ଦେଇ ବର୍ଷାପାଣି ନିସ୍କାସିତ ହେବା ସମୟରେ ବିଭିନ୍ନ ସ୍ଥାନରେ ଘାଇ ସୃଷ୍ଟି ହୋଇ ରାସ୍ତା ଭୁଷୁଡ଼ି ପଡ଼େ । ବର୍ତମାନ ଉକ୍ତ ସଂସ୍ଥା ରାସ୍ତା ପାଶ୍ୱର୍କୁ କୋଳିବା ଦ୍ୱାରା ଉକ୍ତ ସ୍ଥାନ ଦୁର୍ବଳ ହୋଇଯିବ ଏବଂ ବର୍ଷା ହେଲେ ରାସ୍ତା ଭୁଷୁଡ଼ି ପଡ଼ିବାର ଯଥେଷ୍ଟ ସମ୍ଭାବନା ଅଛି ବୋଲି ଯନ୍ତ୍ରୀ ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ସେ ବିଭାଗୀୟ ଏସଡ଼ିଓଙ୍କୁ ଅବଗତ କରାଇଥିବା ଓ ଅଧିକାରୀଙ୍କ ପରାମର୍ଶକ୍ରମେ ରଘୁନାଥପୁର ଥାନାରେ ଅଭିଯୋଗ କରିବେ ବୋଲି ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର