ଜଗତସିଂହପୁର, ୧୮/୦୭/୨୦୧୯ (ଓଡ଼ିଶା ସମାଚାର)- ଗୁରୁବାର ପୂର୍ବାହ୍ନରେ ଜିଲ୍ଲ୍ାପାଳଙ୍କ ସଦ୍ ଭାବନା ସଭାଗୃହ ଠାରେ ଜଗତସିଂହପୁର ଜିଲ୍ଲ୍ାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅବସରପ୍ରାପ୍ତ ଶିକ୍ଷକ ଓ ଶିକ୍ଷା କର୍ମଚାରୀଙ୍କ ନିମନ୍ତେ ଦ୍ୱିତୀୟ ପର୍ଯ୍ୟାୟ ପେନ୍ସନ୍ ଅଦାଲତ ଅନୁଷ୍ଠିତ ହୋଇଯାଇଅଛି । ଏହି ଅଦାଲତରେ ଯୋଗଦେଇ ସାଧାରଣ ପ୍ରଶାସନ ଓ ପେନ୍ସନ୍ ଅଭିଯୋଗ ବିଭାଗର ନିର୍ଦ୍ଦେଶକ ଶ୍ରୀ ସୁଧାଂଶୁ ଶେଖର ଭୁୟାଁ କହିଲେ ରାଜ୍ୟ ସରକାର ପ୍ରତ୍ୟେକ କର୍ମଚାରୀଙ୍କୁ ଅବସର ପାଇବା ଦିନ ପେନ୍ସନ ୍ପ୍ରଦାନ କରିବାକୁ ନିଷ୍ପତି ନେଇଛନ୍ତିି । ସାରା ରାଜ୍ୟରେ ପେନ୍ସନ୍ ଅଦାଲତ କରାଯାଇ ପଡିରହିଥିବା ପେନ୍ସନ୍ କେସ୍ ଗୁଡିକ ତୁରନ୍ତ ସମାଧାନ କରାଯିବ । ପେନ୍ ସନ୍ ଓ ପେନ୍ସନ୍ ସଂମ୍ବନ୍ଧୀୟ ପ୍ରାପ୍ୟ ଫଏସଲା ଦିଗରେ ଏହି ପେନ୍ସନ୍ ଅଦାଲତ ସହାୟକ ହୋଇପାରିବ । କର୍ମଚାରୀଙ୍କୁ ଅବସର ଗ୍ରହଣ ଦିନ ପ୍ରୋଭିଜିନାଲ ପେନ୍ସନ୍ ପ୍ରଦାନ କରିବାକୁ ପେନ୍ସନ୍ ମଂଜୁର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପେନ୍ସନ କେସ୍ ଫଏସଲା କରିବାରେ ବିଳମ୍ବ ହେଲେ ସଂପୃକ୍ତ ପେନ୍ସନ୍ ମଂଜୁର ଅଧିକାରୀ ଓଡିଶା ସିଭିଲ ସର୍ଭିସ ପେନ୍ସନ୍ ରୁଲ ଅନୁଯାୟୀ ଦଣ୍ଡିତ ହେବେ । କୈାଣସି ଅଧିକାରୀ କିମ୍ବା କର୍ମଚାରୀ ଅବସର ଗ୍ରହଣ କରିବାର ୪ମାସ ପୂର୍ବରୁ ତାଙ୍କର ପେନ୍ସନ୍ ପେପର ଆକାଉଂଟାଂଟ ଜେନେରାଲ ଓ କଂଟ୍ରୋଲର ଅଫ୍ ଆକାଉଂଟସ୍କୁ ପଠାଇବାକୁ ନିର୍ଦ୍ଦେଶକ ପରାମର୍ଶ ଦେଇଥିଲେ । ଜଗତସିଂହପୁର ଜିଲ୍ଲ୍ା ଏକ ଶିକ୍ଷିତ ଓ ଏ÷÷୍ୟତିହ୍ୟ ସଂପନ୍ନ ଜିଲ୍ଲା ହୋଇଥିବାରୁ ଏହି ପରମ୍ପରାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଜିଲ୍ଲାକୁ ଅମିମାଂସିତ ମୁକ୍ତ ପେନ୍ସନ୍ ଜିଲ୍ଲ୍ା ଭାବେ ପରିଣତ କରିବାକୁ ପଡିବ । ଏହି ପେନ୍ସନ୍ ଅଦାଲତରେ ଯୋଗଦେଇ ଅତିରିକ୍ତ ଜିଲ୍ଲ୍ାପାଳ ଶ୍ରୀ ସଚିଦାନନ୍ଦ ସାହୁ କହିଲେ ଆଗରୁ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ମାନେ ପେନ୍ସନ୍ ନପାଇ ବିଭିନ୍ନ ଦପ୍ତର ବୁଲୁଥିଲେ । ଏବେ କଂଟ୍ରୋଲର ଅଫ୍ ଏକାଉଂଟସ୍ ବ୍ୟଗ୍ର ଅଛନ୍ତି କେମିତି ଅଧିକରୁ ଅଧିକ ପେନ୍ସନ୍ କେସ୍ ଫଏସଲା ହେବ । କଂଟ୍ରୋଲର ଅଫ୍ ଏକାଉଂଟସ୍ ବିଭାଗର ଯୁଗ୍ମ କଂଟ୍ରୋଲର ଶ୍ରୀମତୀ ଦିଭାରାଣୀ ଡୋରା ଯୋଗଦେଇ କହିଲେ ଆଜିର ୨ୟ ପର୍ଯ୍ୟାୟ ପେନ୍ସନ୍ ଅଦାଲତରେ ଏରସମା,ନାଉଗାଁ,କୁଜଙ୍ଗ ତିର୍ତୋଲ ବ୍ଲକର ଅମିମାଂସିତ ଥିବା ପେନ୍ସନ୍ କେସ୍ ଗୁଡିକର ଶୁଣାଣୀ ହେଉଅଛି । ମୋଟ ୬୩ଟି ପେନ୍ସନ୍ କେସ୍ ମଧ୍ୟରୁ ଜିଲ୍ଲ୍ା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ୩୧ଟି,ଏରସମା ବ୍ଲକର ୦୮ଟି,କୁଜଙ୍ଗ ବ୍ଲକର ୧୦ଟି,ନାଉଗାଁ ବ୍ଲକର ୪ଟି ଓ ତିର୍ତୋଲ ବ୍ଲକର ୧୦ଟି କେସ୍ ପୁଙ୍ଖାନୁପୁଙ୍ଖ ଶୁଣାଣୀ କରାଯାଇଥିଲା । ସେଥି ମଧ୍ୟରୁ ୪୦ଟି କେସ୍ର ତୁରନ୍ତ ଫଏସଲା କରାଯାଇଥିଲା । ଏହି ପେନ୍ସନ୍ ଅଦାଲତରେ ଯୋଗଦେଇ ଏ.ଜି.ର ବରିଷ୍ଠ ଆକାଉଂଟସ୍ ଅଧିକାରୀ ଶ୍ରୀ ମନୋରଂଜନ ପାଣୀଗ୍ରାହୀ କହିଲେ ଗତ ଫେବୃୟାରୀ ୨୮ ତାରିଖରେ ହୋଇଥିବା ପେନ୍ସନ୍ ଅଦାଲତରେ ଏ.ଜି.ରୁ ପେନ୍ସନ୍ ପାଉଥିବା ଜିଲ୍ଲାର ୨୮ଟି କେସ୍ର ଅନୁପାଳନର ଲିଖିତ ବିବରଣୀ ଆଜିର ଅଦାଲତରେ ସମୀକ୍ଷା ହୋଇଛି । ଯଥାଶୀଘ୍ର ପେନ୍ସନ୍ ଅନୁମୋଦନ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବ । ଜିଲ୍ଲାରେ ୨ଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିବା ପେନ୍ସନ୍ ଅଦାଲତରେ ମୋଟ ୧୬୫ଟି ପେନ୍ସନ୍ କେସ୍ ଶୁଣାଣୀ କରାଯାଇ ୧୧୫ଟି କେସ୍ର ତୁରନ୍ତ ଫଇସଲା କରାଯାଇଥିଲା । ଏହି ପେନ୍ସନ୍ ଅଦାଲତରେ ଉପ-ଜିଲ୍ଲ୍ାପାଳ ଶ୍ରୀ ମହେନ୍ଦ୍ର ପ୍ରସାଦ ମହାନ୍ତି,ସାଧାରଣ ପ୍ରଶାସନ ପେନ୍ସନ୍ ଅଭିଯୋଗ ବିଭାଗର ସେକ୍ସନ୍ ଅଫିସର ଶ୍ରୀ ସୁବୋଧ କୁମାର ଦାସ,ଏ.ଏସ୍.ଓ,ଶ୍ରୀ ସନ୍ତୋଷ କୁମାର ମଲ୍ଲି କ ଶ୍ରୀ ଜ୍ଞାନେନ୍ଦ୍ର କୁମାର ମିଶ୍ର,ସେକ୍ସନ୍ ଅଫିସର,ଜିଲ୍ଲା ଶିକ୍ଷା ଅଧିକାରିଣୀ ଶ୍ରୀମତୀ ପ୍ରତିଭା ମଂଜରୀ ଦାସ,ବ୍ଲକ ଶିକ୍ଷା ଅଧିକାରୀଗଣ,ସହକାରୀ ଜିଲ୍ଲ୍ାପାଳ ଶ୍ରୀମତୀ ବିନୀତା ଦାଶ,ଜିଲ୍ଲ୍ା ସୂଚନା ଓ ଲୋକ ସଂପକ ଅଧିକାରୀ ଶ୍ରୀ କାମିନୀ ରଂଜନ ପଟ୍ଟନାୟକ,ଜିଲ୍ଲ୍ା ବିଜ୍ଞାନ ପରିଦର୍ଶକ ଶ୍ରୀ ସୁଭାଷ ଚନ୍ଦ୍ର ରାଉତ,ନାଉଗାଁ ତହସିଲଦାର ଶ୍ରୀମତୀ ଜେ.କଲ୍ପନା,୪ଟିବ୍ଲକରୁ ଆସିଥିବା ଅବସରପ୍ରାପ୍ତ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର