Wednesday , October 4 2023
Breaking News
Home / ଶିକ୍ଷା / ବଜ୍ର ମହାକାଳୀ ପଂଚାୟତ ହାଇସ୍କୁଲରେ ବ୍ଲକ ସ୍ତରୀୟ ବନମହୋତ୍ସବ ପାଳିତ

ବଜ୍ର ମହାକାଳୀ ପଂଚାୟତ ହାଇସ୍କୁଲରେ ବ୍ଲକ ସ୍ତରୀୟ ବନମହୋତ୍ସବ ପାଳିତ

କେନ୍ଦ୍ରାପଡା,୧୯/୦୭/୨୦୧୯ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ସାନମାଣିତିଆ ପଂଚାୟତସ୍ଥିତ ବଜ୍ରମହାକାଳୀ ହାଇସ୍କୁଲ ପରିସରରେ ବନମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା  ଇକୋକ୍ଲବର ଛାତ୍ରଛାତ୍ରୀମାନେ  ଜରିଆବାଡ ଗ୍ରାମ ପରିକ୍ରମା କରି ପରିବେଶ ସଚେତନତା ବାର୍ତା ପ୍ରଚାର କରିଥିଲେ । ଏହି ପରିକ୍ରମାରେ କେନ୍ଦ୍ରାପଡା ଜିଲ୍ଲା ଇକୋକ୍ଲବର ସଂଯୋଜକ ଗୋପିନାଥ ଦାସ,ମାର୍ଶାଘାଇ ବ୍ଲକ ମାଷ୍ଟର ଟ୍ରେନର ପ୍ରଫୁଲ୍ଲ କୁମାର ମହାପାତ୍ର,କେନ୍ଦ୍ରାପଡା ବ୍ଲକ ମାଷ୍ଟର ଟ୍ରେନର ରବିନ୍ଦ୍ର ପ୍ରସାଦ ଜେନା,ମହାକାଳପଡା ବନ ଅଧିକାରୀ ସଞ୍ଜୀବ କୁମାର ଦାସ,ବଜ୍ରମହାକାଳୀ ପଂଚାୟତ ହାଇସ୍କୁଲର ଇକୋକ୍ଲବ ଦାୟିତ୍ୱରେ ଥିବା ଶିକ୍ଷକ ନେତା ପ୍ରଣବ କୁମାର ଜେନା,ଶିକ୍ଷକ ପ୍ରଦୀପ କୁମାର ପରିଡାଙ୍କ ସମେତ ବଜ୍ରମହାକାଳୀ ହାଇସ୍କୁଲର ଛାତ୍ରଛାତ୍ରୀମାନେ ସାମିଲ ହୋଇଥିଲେ । ଏହି ଉପଲକ୍ଷେ ବିଦ୍ୟାଳୟ ପରିସରରେ ଆମନ୍ତ୍ରିତ ଅତିଥି, ଶିକ୍ଷକ, ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀମାନେ ଅଁଳା, ଝାଉଁ, କାଂଚନ, ଅଶୋକ, ମେହେଦାନି, କୃଷ୍ଣଚୂଡା ପ୍ରଭୃତି ବୃକ୍ଷର ଚାରାରୋପଣ କରିଥିଲେ । ଏତଦବ୍ୟତିତ ଯୋଗଦେଇଥିବା ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପରିବେଶ ସମ୍ପର୍କୀତ ଚିତ୍ରାଙ୍କନ,କୁଇଜ ଓ ତର୍କ ପ୍ରତିଯୋଗୀତା କରାଯାଇଥିଲା । ବଜ୍ରମହାକାଳୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ଅଲେଖ ଚନ୍ଦ୍ର ଦାସଙ୍କ ସଭାପତିତ୍ୱରେ ଅପରାହ୍ନରେ ଅନୁଷ୍ଠିତ ପୁରସ୍କାର ବୀତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡା ଜିଲ୍ଲା ସଚେତନ ନାଗରିକ ମଂଚର ସାଧାରଣ ସମ୍ପାଦକ ଇଂ ସୈାମ୍ୟରଞ୍ଜନ ବିଶ୍ୱାଳ,ମୁଖ୍ୟ ଅତିଥି,ମଂଚ ଉପଦେଷ୍ଟା ସାମ୍ବାଦିକ ପରେଶ ଦାସ ବିଶିଷ୍ଟ ଅତିଥି ,ଯୁବନେତା ସରୋଜକାନ୍ତ ସାହୁ,ଗୈାତ୍ତମ ସ୍ୱାଇଁ,ଜିଲ୍ଲା ଇକୋକ୍ଲବ ସଂଯୋଜକ ଶ୍ରୀ ଦାଶ ମୁଖ୍ୟବକ୍ତା,ବଜ୍ରମହାକାଳି ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ କୁମାର ସାହୁ,ମାଷ୍ଟର ଟ୍ରେନର ଶ୍ରୀ ଜେନା,ଶ୍ରୀ ମହାପାତ୍ର,ବନ ବିଭାଗ ଅଧିକାରୀ ଶ୍ରୀ ଦାସସମ୍ମାନୀତ ଅଥିଥି ଭାବେ ଯୋଗଦେଇଥିଲେ । ବିଦ୍ୟାଳୟର ଶିକ୍ଷକ ସୈାମେନ୍ଦ୍ର ପରିଡା,ବିଜୟ କୁମାର ପରିଡା,ବବିତା ରାଉତ,କର୍ମଚାରୀ ଶ୍ରୀଚରଣ ବାରିକ,କୁଳମଣି ମଲ୍ଲିକ ପ୍ରମୁଖ ଉତ୍ସବ ପରିଚାଳନାରେ ସହ  ଯୋଗ କରିଥିଲେ । ଶିକ୍ଷକନେତା ଶ୍ରୀ ଜେନା ପ୍ରାରମ୍ଭରେ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଛାତ୍ର ଜ୍ୟେୂାତିରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *